୪ ଛୁଆଙ୍କ ଗୋଡ ହାତ ବାନ୍ଧି ଜିଅନ୍ତା ଜାଳିଲା ମାଆ

0
70

ଲକ୍ଷ୍ନୌ : ଝଗଡା ହେଲା କାଳ । ମା ହୋଇ ୪ ଛୁଆଙ୍କୁ ଜିଅନ୍ତା ଜାଳିଦେଇଛି । ଏପରି ଘଟଣା ଘଟିଛି ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ । ଅମଗାଭ ଗାଁରେ ଜଣେ ୨୮ ବର୍ଷୀୟ ମହିଳା ପ୍ରେମବତୀ ଓରଫ୍‌ ସୁଖୋ ତାଙ୍କ ସ୍ୱାମୀଙ୍କ ସହ ଝଗଡ଼ା କରିବା ପରେ ନିଜର ୪ ଜଣ ଛୁଆଙ୍କୁ ହାତଗୋଡ଼ ବାନ୍ଧି ନିଆଁରେ ଜାଳିଦେବା ସହ ନିଜେ ମଧ୍ୟ ପୋଡ଼ି ହୋଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାରେ ମହିଳା ଓ ତାଙ୍କର ୩ ଜଣ ଛୁଆଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶିଶୁ ମୃତୁଯ଼ ସହ ସଂର୍ଘଷ କରୁଥିବାର ଦେଖିବାକୁ ମିଳୁଛି । ସୁଚନାରୁ ପ୍ରକାଶ, ଶୁକ୍ରବାର ପାଟିତୁଣ୍ଡ ଭୟଙ୍କର ରୂପ ନେଇଥିଲା । ସ୍ୱାମୀଙ୍କ ସହ ପାଟିତୁଣ୍ଡ କରିବା ପରେ ପ୍ରେମବତୀ ପ୍ରଥମେ ନିଜର ୭ ବର୍ଷୀୟ ଝିଅ ସପ୍ନା, ୫ ବର୍ଷୀୟ ପୁଅ ପ୍ରଶାନ୍ତ, ୩ ବର୍ଷୀୟ ଝଅ ସ୍ନେହା ଓ ବର୍ଷକର ଶିଶୁପୁତ୍ର ଦିବ୍ୟାଂଶଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ । ଏହାପରେ ସେମାନଙ୍କୁ ଏକାଠି ବସାଇ ସେମାନଙ୍କ ଉପରେ କିରାସିନ୍‌ ଢାଳି ନିଆଁ ଲଗାଇ ଦେଇଥିଲେ । ପିଲାମାନେ ଜଳିଯିବା ପରେ ସେ ମଧ୍ୟ କିରାସିନ୍‌ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଘଟଣାସ୍ଥଳରେ ହିଁ ଦିବ୍ୟାଂଶଙ୍କ ମୃତ୍ୟୁ ଘଟିଥିବା ବେଳେ ସପ୍ନା କମ୍ୟୁନିଟି ସେଣ୍ଟରରେ ପ୍ରାଣ ହରାଇଥିଲେ । ପ୍ରଶାନ୍ତ, ପ୍ରେମାବତୀ ଓ ସ୍ନେହାଙ୍କୁ ଝାନ୍‌ସୀ ମେଡିକାଲ୍‌କୁ ପଠା ଯାଇଥିଲା । ତେବେ ସେଠାରେ ଡାକ୍ତର ପ୍ରେମବତୀ ଓ ସ୍ନେହାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ବି ପ୍ରଶାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ହମିରପୁର ଏସ୍‌ପି ହେମରାଜ ମୀନା ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here