କର୍କଟରେ ପୀଡିତ ବଲିଉଡ ଚକୋଲେଟ ବୟ ସାହିଦ କପୁର!

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ଲୋକେ ପବଲିସିଟି ପାଇବା ଲାଗି ଏବଂ ଫେମସ ହେବା ଲାଗି କିଛି ବି ବାଟ ଆପଣାଇ ପାରନ୍ତି ବୋଲି ଅନେକ ସମୟରେ ଦେଖିବାକୁ ମିଳେ | କିନ୍ତୁ କାହାର ଅମଙ୍ଗଳ ଚିନ୍ତା କରି ଛଲନାତ୍ମକ ପବ୍ଲିସିଟ ପାଇବା କେତେ ଯେ ଲାଭପ୍ରଦ ତାହାକୁ ନେଇ କିଛିଦିନ ହେବ ଚର୍ଚ୍ଚା ହେଉଛି | ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ବିଶ୍ବାସ ନ କରିବା ହିଁ ଜରୁରୀ | ଗତ ଦୁଇ ଦିନ ହେବ କିଛି ୱେବସାଇଟ୍‌ରେ ବଲିଉଡ ଚକୋଲେଟ୍ ବୟ ସାହିଦ୍‌ କପୁରଙ୍କୁ ଉଦର କର୍କଟ ହୋଇଛି ବୋଲି ଖବର ଜୋରସୋରରେ ଭାଇରାଲ ହେଉଛି | ଏଥିସହ ଆହୁରି ମଧ୍ୟ ଖବର ରହିଥିଲା ଯେ ଏପରି ଏକ ସାଂଘାତିକ ଖବରକୁ ସାହିଦ ଏବଂ ତାଙ୍କ ପରିବାର ଲୋକ କାହା ସମ୍ମୁଖରେ ପ୍ରକାଶ ନ କରି ଗୋପନ ରଖିବାକୁ ଚାହୁଁଥିଲେ । ତେବେ ସାହିଦଙ୍କୁ କର୍କଟ ହୋଇ ନାହିଁ ବୋଲି ତାଙ୍କ ପରିବାର ଲୋକେ ଖୋଲାଖୋଲି ଭାବେ ଗଣମାଧ୍ୟମରେ କହିଛନ୍ତି । ଏପରି ଏକ କଥା ସଂପୂର୍ଣ୍ଣ ଭାବେ ଭିତ୍ତିହୀନ ବୋଲି ପରିବାର ଲୋକଙ୍କ ପକ୍ଷରୁ ପ୍ରକାଶ ପାଇଛି । ଏପରି ଏକ ଖରବ ନେଇ କ୍ଷୋଭ ପ୍ରକାଶ କରି ସାହିଦଙ୍କ ପରିବାର ଲୋକ ଗଣମାଧ୍ୟମରେ ଜଣାଇଛନ୍ତି ଯେ ‘ଲୋକ କିପରି ଯାହା ନାହିଁ ତାହା ଲେଖି ପାରୁଛନ୍ତି | ଏପରି ଏକ ଖବରର ବାହର କରିବାର କଣ ବୋଲି ତାଙ୍କ ପରିବାର ଲୋକେ ପାଲଟା ପ୍ରଶ୍ନ କରିଛନ୍ତି | ଏପରି ଭାବେ ଗୁଜବ ପ୍ରଚାର କରିବା କୌଣସି ବି ମତେ ଗ୍ରହଣୀୟ ନୁହେଁ ବୋଲି ସାହିଦଙ୍କ ପରିବାର କହିଛନ୍ତି |

 

ମତାମତ ଦିଅନ୍ତୁ

Please enter your comment!
Please enter your name here