ଖରାପ କମେଣ୍ଟଙ୍କୁ ନେଇ ମୁହଁ ଖୋଲିଲେ ନୀଳନୟନା ଐଶ୍ୱର୍ଯ୍ୟା ରାୟ

ନୂଆଦିଲ୍ଲୀ: ବିଶ୍ୱ ସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତେବେ ତାଙ୍କର ଷ୍ଟାଇଲ, ସୁନ୍ଦରତା ଏବଂ ଅଲଗା ଅନ୍ଦାଜ ଲାଗି ସେ ଖୁବ୍ ପ୍ରଶଂସା ସାଉଣ୍ଟିଛନ୍ତି । ପ୍ରାୟତଃ ଦେଖିବାକୁ ଗଲେ ତାଙ୍କର ପିନ୍ଧିବା ଷ୍ଟାଇଲ ଓ ମେକଅପ ଲାଗି ସେ ଖୁବ୍ ଚର୍ଚ୍ଚାକୁ ଆସିଥାନ୍ତି । ଅନେକ ପୋଗ୍ରାମକୁ ସେ ଲମ୍ବା ଗ୍ରାଉନ ପିନ୍ଧିବା ସହ ବିଭିନ୍ନ ରଙ୍ଗର ଲିପଷ୍ଟକ ପିନ୍ଧି ସମାଲୋଚନାକୁ ଆସିଥାନ୍ତି । କେବେ କେବେ ତାଙ୍କ ଝିଅ ଆରଧ୍ୟା ଲାଗି ମଧ୍ୟ ଚର୍ଚ୍ଚାକୁ ଆସିଥାନ୍ତି ଐଶ୍ୱର୍ଯ୍ୟା । ତେବେ ସେ ଜଣେ ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ହୋଇଥିବାରୁ ତାଙ୍କର ଅନେକ ପ୍ରଶଂସକ ଥିବା ବେଳେ ଅନେକ ସମାଲୋଚକ ମଧ୍ୟ ରହିଛନ୍ତି । ତେବେ ପ୍ରଶଂସକଙ୍କ ଠାରୁ ଭଲ ମତାମତ ମିଳିବା ତ ସ୍ୱାଭାବିକ କିନ୍ତୁ ସମାଲୋଚକଙ୍କ ଠାରୁ ମିଳୁଥିବା ଖରାପ କମେଣ୍ଟ ବେଶୀ ପ୍ରଭାବ ପକାଇଥାଏ ବୋଲି ସେ କହିଛନ୍ତି । ତେବେ ତାଙ୍କୁ ମିଳୁଥିବା ଖରାପ କମେଣ୍ଟକୁ ନେଇ ନିଜେ ଐଶ୍ୱର୍ଯ୍ୟା କହିଥିଲେ ଯେ, ସବୁଠାରୁ ଭଲ କମେଣ୍ଟ ଥିଲା “ସୁପରମମ”୍ ଓ ସବୁଠାରୁ ଖରାପ କମେଣ୍ଟ ଥିଲା “ପ୍ଲାଷ୍ଟିକ ଓ ଫେକ” । ଯାହା ତାଙ୍କ ଜୀବନ ଉପରେ ଖୁବ ପ୍ରଭାବ ପକାଇଥିଲା ବୋଲି ସେ କହିଥିଲେ ।