You are here
Home > କ୍ରାଇମ୍‍ > କମେଡିଆନଙ୍କ ଲଭ୍‍ ଟ୍ରାଜେଡି : ପ୍ରେମିକା ଧୋକା ଦେବାରୁ ଫେସବୁକରେ ଅନ୍ତରଙ୍ଗ ମୂହୁର୍ତର ଫଟୋ ଭାଇରାଲ କଲେ ହାସ୍ୟଭିନେତା

କମେଡିଆନଙ୍କ ଲଭ୍‍ ଟ୍ରାଜେଡି : ପ୍ରେମିକା ଧୋକା ଦେବାରୁ ଫେସବୁକରେ ଅନ୍ତରଙ୍ଗ ମୂହୁର୍ତର ଫଟୋ ଭାଇରାଲ କଲେ ହାସ୍ୟଭିନେତା

ଭୁବନେଶ୍ୱର : ପ୍ରେମରେ ବିଫଳ ହେବାରୁ ଅନ୍ତରଙ୍କ ମୂହୁତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ପ୍ରେମିକ । ଇଏ ଏମିତି ସେମିତି ପ୍ରେମିକ ନୁହଁନ୍ତି । ସମସ୍ତଙ୍କୁ ହସେଇ ହସେଇ ବେଦମ କରୁଥିବା ଜଣେ ହାସ୍ୟ ଅଭିନେତା କରିଛନ୍ତି ଏପରି କାରନାମା । ନିଜ ପ୍ରେମିକାର ଧୋକ୍କାକୁ ସହି ନପାରି ପ୍ରେମିକାଙ୍‍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୁତର ଫଟୋକୁ ସୋସିଆଲ ମିଡିଆ ଫେସବୁକରେ ଛାଡି ଛନ୍ତି । କେବଳ ଫଟୋ ଛାଡି ନାହାନ୍ତି ନିଜ କ୍ଷୋଭ ଓ ଦୁଖକୁ ବି ଲେଖିଛନ୍ତି । ଆଇନ କାନୁନ ଜାଳରେ ଫସିବା କଥା ଜାଣଇବି ସେ ଏପରି କରିଛନ୍ତି ବୋଲି ଲେଖିଛନ୍ତି । ସେ ହେଉଛନ୍ତି ହାସ୍ୟଅଭିନେତା ବାଳକୃଷ୍ଣ ।

‘‘ସେ ଚେଞ୍ଜ ହୋଇଗଲା। ହେଲେ ମୁଁ ବଦଳି ପାରିଲିନି। ମୁଁ ଦୁନିଆ ଛାଡ଼ିବା ଆଗରୁ ସବୁ ପୁଅଙ୍କୁ ଅନୁରୋଧ କରୁଛି- ଏ ଝିଅଠାରୁ ଦୂରେଇ ରୁହନ୍ତୁ।” ନିଜ ଧୋକାବାଜ୍‌ ପ୍ରେମିକା ସମ୍ପର୍କରେ ସୋସିଆଲ୍ ମିଡିଆରେ ଏମିତି କିଛି ଧାଡ଼ି ପୋଷ୍ଟ ହୋଇଛି  ତାଙ୍କ ପୋଷ୍ଟ ପଢ଼ିଲେ ଲାଗୁଛି, ଭାଇରାଲ ହୋଇଥିବା ଫଟୋରେ ଥିବା ଯୁବତୀ ତାଙ୍କର କୌଣସି ଚଳଚ୍ଚିତ୍ରରେ କାମ କରିଛନ୍ତି। ଏପରିକି ଯୁବତୀ ଜଣଙ୍କ କ୍ୟାରିଅର ଗଢ଼ିବାରେ ମଧ୍ୟ ଏହି ଯୁବକ ଜଣକ ହିଁ ତାଙ୍କୁ ସାହାଯ୍ୟ କରିଛନ୍ତି। ପ୍ରେମିକାଠାରୁ ଧୋକା ଖାଇବା ପରେ ଯୁବକ ଜଣଙ୍କ ଶେଷରେ ଏଭଳି କରିଛନ୍ତି।

ବାଳକୃଷ୍ଣ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି-ଭାବୁଥିଲି ଓଡ଼ିଶାକୁ ନିଜ କମେଡିରେ ହସାଇବି ବୋଲି କିନ୍ତୁ ମୋ ନିଜ ବ୍ୟକ୍ତିଗତ ଜୀବନଟା କମେଡି ହୋଇଗଲା । ଏହା ମୋ ଭଳି ସବୁ ନିରୀହ ଯୁବକଙ୍କ ପାଇଁ । ନିଜ ଇଜ୍ଜତକୁ ବି ତଳେ ପକାଇ ଏହି ପୋଷ୍ଟ କରିଛି । ପରିସ୍ଥିିତି ଏହା କରିବାକୁ ବାଧ୍ୟ କଲା । ମୋ ବାପା-ମା’ଙ୍କ ସ୍ୱପ୍ନକୁ ପୁରଣ କରିପାରିଲି ନାହିଁ ଏହି ଝିଅ ପାଇଁ । ମୋତେ କ୍ଷମା କରିଦେବେ ସମସ୍ତେ । ମୁଁ ଜାଣିଛି ଏହି ପୋଷ୍ଟ ପରେ ମୁଁ ଗିରଫ ବି ହୋଇପାରେ । କାରଣ ଏଠି ସବୁ ନ୍ୟାୟ ଝିଅଙ୍କ ସପକ୍ଷରେ ଯାଏ ।

ଯେଉଁ ଝିଅଙ୍କ ସଂପର୍କରେ ଏହି ପୋଷ୍ଟଟି କରିଛନ୍ତି ଏହି ଅଭିନେତା, ତାଙ୍କ ସହ ପ୍ରେମ ସଂପର୍କରେ ଥିଲେ ବୋଲି ନିଜେ ସ୍ୱୀକାର କରିଛନ୍ତି । ଆଉ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସହ ସଂପର୍କରେ ଥିଲେ ସୁଦ୍ଧା ସେ ଅନ୍ୟ ପିଲାଙ୍କ ସହ ଅନୈତିକ ସଂପର୍କ ରଖୁଛନ୍ତି । ଯାହା ତାଙ୍କୁ ବାଧ୍ୟ କରିଥିଲା ଏଭଳି ପୋଷ୍ଟ କରିବା ପାଇଁ । ଆପଣଙ୍କ ମନେ ଥିବ ବାଳକୃଷ୍ଣ ହେଉଛନ୍ତି ସେହି ଅଭିନେତା ନିକଟ ଅତୀତରେ ଗୋଟିଏ ଫିଲ୍ମରେ ବି ସେ ଅଭିନୟ କରିଥିଲେ । ଯାହାର ଟାଇଟଲ୍ ଥିଲା-କ’ଣ କଲା ସେ । ଆଉ ଆଜି ବାଳକୃଷ୍ଣଙ୍କ ପୋଷ୍ଟ ଦେଖିଲା ପରେ ଅନେକ କହୁଛନ୍ତି- କ’ଣ କଲା ସେ ।

ସୋସିଆଲ ମିଡିଆରେ ଆପତିଜନକ ପୋଷ୍ଟ କରିବା ପାଇଁ ବାରଣ ଥିବା ବେଳେ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।ଏନେଇ କମିସନରେଟ ପୋଲିସ ପକ୍ଷରୁ ମଧ୍ୟ ଆଡଭାଇଜାରୀ ଜାରି କରା ଯାଇଥିଲା । ଏଭଳି ସ୍ଥିତିରେ ଜଣେ ଯୁବତୀଙ୍କ ସଂପର୍କରେ ଏପରି ପୋଷ୍ଟ କରିବା କେତେଦୂର ଗ୍ରହଣୀୟ ତାହା ଆଗାମୀ ସମୟ ହିଁ ଜବାବ୍ ଦେବ ।

Loading...
ONA

Leave a Reply

Top