ନବୀନ ନନ୍ଦ ନିଖୋଜ!

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ହଠାତ୍ ନିଖୋଜ ହୋଇଯିବା ନେଇ ସୂଚନା ମିଳିଛି । ସେ କଲିକତା ଯାଇଥିଲା ବେଳେ ଆଜି ତାଙ୍କର ଫେରିବାର ଥିଲା । କିନ୍ତୁ ସେ ନ ଫେରିବା ପରେ ପରିବାର ପକ୍ଷରୁ ତାଙ୍କର ଖୋଜ୍ ଖବର ମିଳୁ ନଥିବା ସୂଚନା ଦିଆଯାଇଛି । ନବୀନଙ୍କୁ ଖୋଜିବା ପାଇଁ ତାଙ୍କ ପୁଅ କଲିକତା ଯାଇଛନ୍ତି ।
ଶ୍ରୀ ନନ୍ଦ କୌଣସି ଏ କାର୍ଯ୍ୟରେ କଲିକତା ଯାଇଥିଲେ । ସେଠାରେ ଏକ ହୋଟେଲ୍ରେ ସିଏ ରହୁଥିଲେ । ତାଙ୍କର ଆଜି ସକାଳ ୭ଟାରେ ବିମାନରେ ଫେରିବାର ଥିଲା । କିନ୍ତୁ ସେ ନ ଫେରିବାରୁ ତାଙ୍କ ପରିବାର ପକ୍ଷରୁ ଫୋନ୍ କରାଯାଇଥିଲା । ହେଲେ ତାଙ୍କ ଫୋନ୍ ବନ୍ଦ ରହିଛି । ଅନ୍ୟପଟରେ ସେ କଲିକତାରେ ଯେଉଁ ହୋଟେଲ୍ରେ ରହୁଥିଲେ ସେଠାରେ ତାଙ୍କ ଜିନିଷ ପତ୍ର ମଧ୍ୟ ରହିଛି । ହୋଟେଲ୍ରେ ଜିନିଷ ପତ୍ର ରହିବା ଓ ଦୀର୍ଘ ସମୟ ଧରି ଫୋନ୍ ବନ୍ଦ ରହିବା ପରେ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ଘନିଭୂତ ହୋଇଛି । ବାପାଙ୍କର କୌଣସି ଖୋଜ ଖବର ଦୀର୍ଘ ସମୟ ଧରି ନ ମିଳିବା ପରେ ପୁଅ ସମ୍ବିତ ତାଙ୍କୁ ଖୋଜିବା ପାଇଁ କଲିକତା ଯାଇଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ନବୀନଙ୍କ ଉପରେ ଆକ୍ରମଣ ହୋଇଥିଲା । ଢେଙ୍କାନାଳରେ ସେ ତାଙ୍କ ଗାଡ଼ିରେ ଫେରିଲା ବେଳେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଗାଡ଼ି ଭଙ୍ଗାରୁଜା ହୋଇଥିଲା । ଏହି ଘଟଣାରେ ସେ ଥାନାରେ ଏତଲା ଦେଇଥିଲେ । ହେଲେ ପୁଲିସ୍ ଆକ୍ରମଣକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ଏବେ ତାଙ୍କ ନିଖୋଜ ଘଟଣା ସନ୍ଦେହ ସୃଷ୍ଟି କରୁଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here