ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ମୃତ

https://www.facebook.com/nnsodia/videos/267154983995629/?t=5

ଅନୁଗୋଳ: ନାଲକୋ ଥାନା ଅନ୍ତର୍ଗତ କଇଁଫୁଲିଆ ରେଳ ଲାଇନ୍ ପାର୍ଶ୍ୱରୁ ପୂର୍ବତନ ବିଧାୟକ ରାଜକିଶୋର ପ୍ରଦାନଙ୍କ ରକ୍ତାକ୍ତ ମୃତଦେହକୁ ଜିଆରପି ପୁଲିସ୍ ଉଦ୍ଧାର କରିଥିବାର ସୂଚନା ମିଳିଛି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ସେ ପୂର୍ବତନ ବିଧାୟକ ଥିଲେ । ସୁଚନାରୁପ୍ରକାଶ, ଗତକାଲି ସନ୍ଧ୍ୟାରେ ସେ ଟ୍ରେନ୍‌ରେ ବଇଣ୍ଡା ଯାଉଥିଲେ । ତେବେ ସ୍ମରଣ ଶକ୍ତି ହ୍ରାସ ଯୋଗୁ କଇଁଫୁଲିଆରେ ଟ୍ରେନ୍‌ରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବାବେଳେ ସେ ଖସି ପଡ଼ିଥିଲେ ଓ ସେଥିଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଫଳରେ କିଛି ଅଂଶ ଫାଟି ଗାତ ହୋଇଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ଉଲ୍ଲେଖନୀୟ, ସେ ୧୯୭୧ ମସିହାରେ ଉତ୍କଳ କଂଗ୍ରେସ ତରଫରୁ ଆଠମଲ୍ଲିକରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ । ତେବେ ତାଙ୍କର ଏପରି ମୃତ୍ୟୁ ପରେ ସାରା ସହରରେ ଶୋକକୁଳ ପରିବେଶ ହୋଇଯାଇତିବାର ସୂଚନା ମିଳିଛି |

 

ମତାମତ ଦିଅନ୍ତୁ

Please enter your comment!
Please enter your name here