ଠକେଇ ଅଯୋଗରେ ପୂର୍ବତନ ମ୍ୟାନେଜରଙ୍କ ସମେତ ୪ ଗିରଫ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ୨ କୋଟି ଟଙ୍କା ଠକେଇ ଅଭିଯୋଗ ପଦାକୁ ଆସିଛି । ଏଥିରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧିକ ଶାଖା(ଇଓଡବ୍ଲ୍ୟୁ) ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଜଣଙ୍କ ମଧ୍ୟରୁ ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର ଓ ଜଣେ ମହିଳା ସାମିଲ ଥିବା ଜଣାପଡିଛି |
ପ୍ରକାଶଯୋଗ୍ୟ ଯେ , ନକଲି ଡକ୍ୟୁମେଣ୍ଟ୍ ଦେଇ ବ୍ୟାଙ୍କରୁ ୨ କୋଟି ୨ ଲକ୍ଷ ଟଙ୍କା ଋଣ ଉଠାଣ ହୋଇଥିବା ଅଭିଯୋଗ । ଅଭିଯୋଗକୁ ଭିତିକରି କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ତଦନ୍ତ କରି ଏହି ମାମଲାରେ ସପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି।

ମତାମତ ଦିଅନ୍ତୁ

Please enter your comment!
Please enter your name here