ହାତ ଛାଡି ଶଙ୍ଖ ଧରିଲେ ଚକ୍ରଧର ପାଇକ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ଆଗକୁ ୨୦୧୯ ନିର୍ବାଚନ ଆସୁଥିବାରୁ ରାଜନୀତିରେ ବର୍ତ୍ତମାନ ତାତି ସରଗରମ ରହିଥିବାର ଦେଖିବାକୁ ମିଳୁଛି | କେଉଁ ନେତା କେଉଁ ଦଳରେ ମିଶୁଛନ୍ତି ତାହା କୌଣସି ଠିକ ଠିକଣା ରହୁନାହିଁ | ବର୍ତ୍ତମାନ ସବୁ ଦଳ ମାନଙ୍କର ଗୋଟିଏ ନଜର ରହିଛି ଦକ୍ଷିଣ ଓଡିଶା ଉପରେ | ଶୁଣିବାକୁ ମିଳିଛି ଦକ୍ଷିଣ ଓଡ଼ିଶାରେ ବିଜେଡ଼ି ତା’ର ସ୍ଥିତିକୁ ମଜଭୁତ କରିବା ପାଇଁ ଉଦ୍ୟମ ଚଳାଉଥିବାବେଳେ ଆଜି ଗଜପତି ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ପାଇକ ହାତ ଛାଡି ଶଙ୍ଖ ଧରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏଥିରେ ଶତାଧିକ ସମର୍ଥକଙ୍କ ସହ ଚକ୍ରଧର ପାଇକ ବିଜେଡିରେ ସାମିଲ ହୋଇଛନ୍ତି । ଗଜପତିର ମୋହନାରୁ ଦୁଇଥର ବିଧାୟକ ହୋଇଥିଲେ ଚକ୍ରଧର ପାଇକ । ୨୦୦୯ରୁ ୨୦୧୪ ମଧ୍ୟରେ ସେ ବିଧାନସଭାର ଉପନେତା ମଧ୍ୟ ଥିଲେ । ତେବେ ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ବିଜେଡ଼ିରେ ଯୋଗଦେବା ପରେ ମୋହନା ଅଞ୍ଚଳରେ ନିର୍ବାଚନୀ ମାହୋଲରେ ଉଷ୍ମତା ଦେଖାଦେଇଛି । ସେପଟେ ବିଜେଡ଼ିରେ ସାମିଲ ହୋଇ ଘରବାହୁଡ଼ା ଭଳି ଲାଗୁଛି ବୋଲି କହିଛନ୍ତି ଚକ୍ରଧର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ ପ୍ରତି ସମର୍ଥିତ କାର୍ଯ୍ୟକାଳାପ ଏବଂ ସୁଃଶାସନ ଓଡ଼ିଶାର ବିକାଶ ପଥରେ ଅଗ୍ରଣୀ ଭୂମିକା ନିର୍ବାହ କରିବ । ଏହାକୁ ସଫଳ କରାଇବାକୁ ଆମ୍ଭେମାନେ ଦାୟିତ୍ୱ ତୁଲାଇବୁ ବୋଲି ବିଜେଡ଼ିରେ ସାମିଲ ହୋଇଥିବା ଅବସରରେ କହିଛନ୍ତି ଚକ୍ରଧର । ଯାହାକି ବିଜେଡ଼ିକୁ ଆଗାମୀ ନିର୍ବାଚନରେ ଫାଇଦା ଦେବା ସହ କଂଗ୍ରେ ଏବଂ ବିଜେପି ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ରାଜନନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here