ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ, ତିନି ଆତଙ୍କବାଦୀ ନିହତ ଓ ଦୁଇ ଯବାନ ଆହତ

https://www.facebook.com/nnsodia/videos/267154983995629/?t=5

ଜମ୍ମୁ-କାଶ୍ମୀର : ଜାମ୍ମୁକାଶ୍ମୀରର କୁଳଗାମରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଯାଇଛି । ଏହି ଗୁଳିବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ୨ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସୂଚନାରୁ ପ୍ରକାଶ, ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଲରୁରେ ସେନାକୁ ଏକ ଘର ଭିତରେ ୨ରୁ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ପରେ ସୁରକ୍ଷକର୍ମୀମାନେ ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳକୁ ଘେରିଥିଲେ । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ସମୟରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ସ୍ଥାନୀୟ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ସେନା ପକ୍ଷରୁ ସେହି ରାସ୍ତା ଦେଇ ଯାଉଥିବା ଯାନବାହାନକୁ ବନ୍ଦ କରି ଦିଆଯାଇଛି । ଜମ୍ମୁ କଶ୍ମୀର ପୋଲିସ କହିବା ଅନୁସାରେ ଲରୁ ଅଞ୍ଚଳରେ ପୋଲିସର ତଲାସି ଅଭିଯାନ ଚାଲି ଥିଲା । ପୋଲିସକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ । ଏହାପରେ ସେନା ଓ ସୁରକ୍ଷାବାହିନୀ ମୋର୍ଚ୍ଚା ସମ୍ଭାଳି ଥିଲେ ବୋଲି ସୂଚନା ମିଳିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here