ମାଲବାହୀ ଟ୍ରେନରେ କଟି ୪ ହାତୀଙ୍କ ଜୀବନ ଗଲା

ଝାରସୁଗୁଡା : ରେଳଧାରଣାରେ ପଡ଼ିଛି 4ଟି ହାତୀଙ୍କ ମୃତଦେହ । ଗତକାଲି ରାତି ପ୍ରାୟ ସାଢ଼େ 3ଟା ସମୟରେ ଟ୍ରେନ ଧକ୍କାରେ 4 ହାତୀଙ୍କ ଜୀବନ ଯାଇଛି। ହାଓଡ଼ା-ମୁମ୍ବାଇ ଡାଉନ ଲାଇନରେ 496/20 ନମ୍ବର ପଳେ ନିକଟସ୍ଥ ରେଳଧାରଣାରେ ପଡିରହିଛି 4 ହାତୀଙ୍କ ଶବ ।ରେଳଧାରଣାରେ ହାତୀଙ୍କ ମୃତଦେହ ପଡିଥିବାରୁ ମୁମ୍ବାଇ-ହାଓଡ଼ା ରୁଟରେ ଟ୍ରେନ ଚଳାଚଳ ବନ୍ଦ ରହିଛି। ଝାରସୁଗୁଡା ଷ୍ଟେସନରେ ବିଶାଖାପାଟଣା-ଆଲେପ୍ପୀ ଏକ୍ସପ୍ରେସ,ପୁରୀ-ରାଉରକେଲା ତାପସ୍ୱିନୀ ଏକ୍ସପ୍ରେସ,bokaro-ଆଲେପ୍ପୀ ଏକ୍ସପ୍ରେସ ଟ୍ରେନ ଅଟକି ରହିଥିବା ବେଳେ ବାଗଡ଼ିହି, ଧୂତରା, ବ୍ରଜରାଜନଗର, ବେଳପାହାଡ,ରେଙ୍ଗାଲିରେ ଅନେକ ଟ୍ରେନ ଅଟକି ରହିଛି। ତେବେ ଏହି ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକମାନେ ରେଳ ବିଭାଗ କର୍ତ୍ତୃପକ୍ଷ ଓ ବନ ବିଭାଗକୁ ଦାୟୀ କରିଛନ୍ତି । ସେହି ରାସ୍ତା ଦେଇ ହାତୀ ଚଳପ୍ରଚଳ କରୁଥିବା ବେଳେ ବନ ବିଭାଗ ଅଧିକାରୀ କାହିଁକି ଜାଣାପାରି ନ ଥିବେ ବୋଲି ଲୋକ କହିଛନ୍ତି । ସେହିପରି ଦୂରରୁ କାହିଁକି ଟ୍ରେନ୍ ହର୍ନ ଦେଇ ନ ଥିବା ନେଇ ରେଳ ବିଭାଗକୁ ଦୋଷ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

LEAVE A REPLY

Please enter your comment!
Please enter your name here