ଯାତ୍ରା ପୂର୍ବରୁ କରନ୍ତୁ ଏହି ଉପାୟ, ଆପଣଙ୍କ ଯାତ୍ରା ହୋଇପାରିବ ଉତ୍ତମ..

ଭୁବନେଶ୍ୱର(ଓଏନଏ) : ଖରାଛୁଟି ଆରମ୍ଭ ହେବାକୁ ବସିଲାଣି । ଛୁଟିରେ ବୁଲି ଯିବାକୁ ସମସ୍ତେ ପସନ୍ଦ କରନ୍ତି । ଗ୍ରୀଷ୍ମ ଛୁଟିରେ ହିଲ ଷ୍ଟେସନ ବୁଲି ଯିବାର ମଜା ନିଆରା । ପରିବାର ଓ ସାଙ୍ଗ ସାଥୀ ସହ ବୁଲିବା ପାଇଁ କିଛି ଲୋକ ଏବେଠାରୁ ଯୋଜନା ଆରମ୍ଭ କରି ସାରିଲେଣି । କିନ୍ତୁ ଜାଣନ୍ତିକି ଯାତ୍ରା କରୁଥିବା ସମୟରେ କିଛି ଲୋକଙ୍କର ବାନ୍ତି ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଯାଏ । ଏହା ଦ୍ୱାରା ଯାତ୍ରାର ମଜା ପୁରା ଫିକା ହୋଇ ଯାଏ । ତେବେ ଆସନ୍ତୁ ଜାଣିବା ଯାତ୍ରା ପୂର୍ବରୁ କେଉଁ ଖାଦ୍ୟ ସେବନ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ..
ଜୀରା:
ଯାତ୍ରାରେ ବାହାରିବା ପୂର୍ବରୁ ଏକ ଚାମଚ ଭଜା ଜୀରା ପାଉଡର ପାଣିରେ ମିଶାଇ ପିଅନ୍ତୁ । ଏହା ଦ୍ୱାରା ଯାତ୍ରା ସମୟରେ ହେଉଥିବା ବାନ୍ତିର ସମସ୍ୟା ଦୂର ହୋଇଥାଏ । ଯାତ୍ରା ସମୟରେ ମଧ୍ୟ ଏହାକୁ ଆପଣ ସାଙ୍ଗରେ ନେଇକି ଯାଇପାରନ୍ତି ।
ଗୋଲମରିଚ:
ଯାତ୍ରା କରିବା ପୂର୍ବରୁ ଏକ ଗ୍ଲାସ ନଖ ଉଷୁମ ପାଣିରେ ଲେମ୍ବୁରସ ଓ ଗୋଲମରିଚ ପାଉଡର ମିଶାଇ ପିଅନ୍ତୁ । ଦେଖିବେ ଯାତ୍ରା ସମୟରେ ଥକ୍କାପଣ ଦୂର ହୋଇଯାଏ ।
ଲେମ୍ବୁ ପାଣି:
ଗ୍ରୀଷ୍ମ ଋତୁରେ ସବୁଠାରୁ ଉତ୍ତମ ହେଉଛି ଲେମ୍ବୁ ପାଣି । ଯାତ୍ରାରୁ ବାହାରିବା ସମୟରେ ଲେମ୍ବୁ ପାଣି ପିଇ ବାହାରନ୍ତୁ । ଏହା ଦ୍ୱାରା ବାନ୍ତି ସମସ୍ୟା ଦୂର ହୋଇଥାଏ । ଯାତ୍ରା ସମୟରେ ଥରେ ବା ଦୁଇ ଥର ଲେମ୍ବୁ ପାଣି ପିଇ ପାରିବେ ।
ପାନମହୁରୀ:
ଖାଦ୍ୟ ହଜମପ୍ରକ୍ରିୟା ପାଇଁ ପାନମହୁରୀ ସବୁଠାରୁ ଉତ୍ତମ । ଏହାକୁ ଆପଣ ଯାତ୍ରା କରିବା ପୂର୍ବରୁ ଖାି ପାରିବେ । ଏହା ଦ୍ୱାରା ହଜମ ହେବା ସହ ବାନ୍ତି ମଧ୍ୟ ହୋଇନଥାଏ ।
ଅଦା ଚା’:
ଯାତ୍ରା ସମୟରେ ଶାରୀରିକ ଶକ୍ତି ବା ଉର୍ଜ ବଜାୟ ରଖିବା ପାଇଁ ଚା’ ଅତ୍ୟନ୍ତ ଉପଯୋଗୀ । ତେଣୁ ଯାତ୍ରା ସମୟରେ ଅଦା ଚା’ ପିଅନ୍ତୁ । ଏହା ଦ୍ୱାରା ବାନ୍ତି ହୋଇନଥାଏ ।
ପୁଦିନା:
ଯାତ୍ରା ସମୟରେ ଯଦି ଆପଣଙ୍କୁ ବାନ୍ତି ଲାଗୁଛି ତେବେ ଆପଣ ପୁଦିନା ପତ୍ର ଖାଇପାରିବେ ।
ଯଦି ଆପଣ ଏହି ଉପାୟ କରିବା ପରେ ମଧ୍ୟ ଯାତ୍ରା ସମୟରେ ଆପଣଙ୍କୁ ବାନ୍ତି ଲାଗୁଛି ତେବେ ପାଟିରେ ଆପଣ ଲବଙ୍ଗ ରଖିବା ଉତ୍ତମ ହେବ ।

କଞ୍ଚା କ୍ଷୀର ପିଇବାର କଣ ରହିଛି ଉପକାରିକା, ଜାଣନ୍ତୁ ଏହି ଖବରରେ..