You are here
Home > ଅଧିକ ଖବର > ଭୂମିକମ୍ପ : ଓଡିଶା ସମେତ ୨୯ଟି ସହରରେ ସର୍ତକ ସୂଚନା ଜାରି

ଭୂମିକମ୍ପ : ଓଡିଶା ସମେତ ୨୯ଟି ସହରରେ ସର୍ତକ ସୂଚନା ଜାରି

ନୂଆଦିଲ୍ଲୀ, କିଛିଦିନ ହୋବ ଲଗାତାର ଅନେକ ସ୍ଥାନରେ ଭୂମିକମ୍ପ ହେଉଥିବାର ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ ଓଡିଶା, କେରଳ, ଗୋଆ, ଲାକ୍ଷାଦ୍ୱୀପ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ଝାରଖଣ୍ଡ, ମହରାଷ୍ଟ୍ର , ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ କର୍ଣ୍ଣାଟକ ଆଦି ସହର ଗୁଡ଼ିକରେ ମଧ୍ୟ ରହିଛି ଭୂମିକମ୍ପର ଭୟ ଜୋରସୋର ଥିବାର ସୂଚନା ମିଳିଛି । କିଛିଦିନ ତଳେ ଦିଲ୍ଲୀ ଏନସିଆର୍ ସମେତ ଭାରତର ଅନେକ ରାଜ୍ୟରେ ଏକ ସପ୍ତାହ ମଧ୍ୟରେ ୧୨ରୁ ଅଧିକ ଥର ମୃଦୁ ଭୂମିକମ୍ପ ହୋଇସାରିଛି । ରବିବାର ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ପ୍ରଥମ ଝଟକା ଅନୁଭୂତ ହୋଇଥିଲା ଏବଂ ବୁଧବାର ଦିନ ଜମ୍ମୁ-କଶ୍ମୀର ଓ ହରିୟାଣାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲ । ଏହାବ୍ୟତୀତ ବିହାର, ପଶ୍ଚିମବଙ୍ଗ ସମେତ ଉତ୍ତର ପୂର୍ବର ଅନେକ ରାଜ୍ୟରେ ଭୂମିକମ୍ପ ଅନୁଭବ ହୋଇଥିଲା । ବୈଜ୍ଞାନିକଙ୍କ କହିବା ଅନୁସାରେ ବିଗତ ଏକ ସପ୍ତାହ ମଧ୍ୟରେ ଲଗାତାର ଭୂମିକମ୍ପ ଝଟକା ବହୁତ ବଡ଼ ସଙ୍କେତ ଦେଉଛି । ବିଶେଷଜ୍ଞଙ୍କ ଅନୁସାରେ ଦିଲ୍ଲୀ ସିସ୍ମିକ ୪ ଜୋନରେ ଅନ୍ତର୍ଗତ । ୬ରୁ ଅଧିକ ତୀବ୍ରତାଯୁକ୍ତ ଭୂମିକମ୍ପ ଭୟଙ୍କର ହେବା ସହ ଧନଜୀବନ ନଷ୍ଟ କରିବ । ସୂଚନା ଅନୁସାରେ ଭାରତରେ ଦିଲ୍ଲୀ ସମେତ ଦେଶର ୨୯ଟି ସହରରେ ଭୟଙ୍କର ଭୂମିକମ୍ପ ହେବାର ଆଶାଙ୍କା ରହିଛି । ଏଥିରୁ ଅଧିକରୁ ଅଧିକ ସହର ହିମାଳୟ ଜୋନ ଅନ୍ତର୍ଗତ । ଦିଲ୍ଲୀ, ପାଟଣା, ଶ୍ରୀନଗର, କୋମହିମା, ପୁଡ଼ୁଚୋରୀ, ଗୁଆହାଟି, ଗ୍ୟାଙ୍ଗଟକ୍, ଶିମଲା, ଡେରାଡୁନ୍, ଇମ୍ପାଲ ଓ ଚଣ୍ଡୀଗଡ଼ ଆଦିରେ ରହିଛି ଭୂମିକମ୍ପ ଭୟ ।

 

Loading...
ONA

Leave a Reply

Top