You are here
Home > ବଡ଼ଖବର > ଡାକ୍ତର ରାଉତଙ୍କ ମନ୍ତବ୍ୟ ହାସ୍ୟାସ୍ପଦ: ନବୀନ

ଡାକ୍ତର ରାଉତଙ୍କ ମନ୍ତବ୍ୟ ହାସ୍ୟାସ୍ପଦ: ନବୀନ

ଭୁନନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱର ଫେରି ଆସିଛନ୍ତି । ଫେରି ଆସିବା ପରେ ଡାକ୍ତର ଦାମଦୋର ରାଉତଙ୍କ ବହିଷ୍କାର ସମ୍ପର୍କରେ ପ୍ରତିକ୍ରୀୟା ରଖିଛନ୍ତି । ସେ କହିଛନ୍ତି ଡାକ୍ତର ରାଉତ ସବୁବେଳେ ଦଳ ବିରୋଧୀ କାର୍ଯ୍ୟ କରିବା ଓ ମତ ଦେବାରୁ ତାଙ୍କୁ ବହିଷ୍କାର କରାଗଲା । ତାଙ୍କ ଅଭିଯୋଗ ସବୁବେଳେ ନିଷ୍ପଳ ଓ ହାସ୍ୟାସ୍ପଦ । ଯାହା ମତ ଦେଉଛନ୍ତି ତାହା ତାଙ୍କର ବ୍ୟକ୍ତିଗତ । ଯଦି ନୂଆ ଦଳ ଗଠନ କରନ୍ତି ମୁଁ ଭାବୁଛି ତାହାର କିଛି ପ୍ରଭାବ ପଡ଼ିବନାହିଁ ବୋଲି ନବୀନ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଆସନ୍ତା ନଭେମ୍ବରରେ ଓଡ଼ିଶାରେ ହେବାକୁ ଯାଉଥିବା ମେକ୍ଇନ ଓଡ଼ିଶା କନ୍କ୍ଲେଭରେ ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବା ପାଇଁ ନବୀନ ଦିଲ୍ଲୀ ଯାଇଥିଲେ । ସେ ଦିଲ୍ଲୀରେ ଥିଲା ବେଳେ ବୁଧବାର ଡାକ୍ତର ରାଉତଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଆଜି ଫେରିବା ପରେ ସେ ଏହି ପ୍ରତିକ୍ରୀୟା ରଖିଛନ୍ତି ।

Loading...
ONA

Leave a Reply

Top