ନବୀନଙ୍କୁ ବିଶ୍ୱାସ ନ କରିବା ପାଇଁ ବିଜୟ ଓ ଦୀଲିପଙ୍କୁ ଦାମଙ୍କ ପରାମର୍ଶ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ବିଜେପି ଛାଡିବା ପରେ ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେଡିରେ ଯୋଗ ଦେଉତିବା ବେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଏଥିରେ ଏବେ ନିକଟରେ ନୂଆ ଦଲ ଗଢିଥିବା ଡା. ଦାମୋଦର ରାଉତ ପୁରୁଣା ଭୁଲ ନ କରିବା ପାଇଁ ଉଭୟଙ୍କୁ ସର୍ତକ କରାଇବା ସହ ନିଜ ଦଳକୁ ଆମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଶ୍ୱାସ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି । କାରଣ ନବୀନଙ୍କୁ ସେ ଜଣେ ନୀତିହିନ ଓ ଦୁର୍ନିତୀଗ୍ରସ୍ତ ନେତା ଭାବରେ ଚିତ୍ରଣ କରିଛନ୍ତି । ଯେଉଁ ନବୀନ ଦିନେ ସେମାନଙ୍କୁ ଧକ୍କ୍ା ଦେଇ ବାହାର କରିଦେଇତିଲେ ଆଉ ତାଙ୍କୁ ବିଶ୍ୱାସ ନ କରିବାକୁ ଜଣେ ବୟୋଜେଷ୍ଠ ନେତା ଭାବେ ସର୍ତକ କରାଇ ଦେଇଛନ୍ତି ।
ଡା. ରାଉତ କହିଛନ୍ତି, କ୍ଷମତା ଓ ସମ୍ପତ୍ତି ପାଇଁ ବିଜୁ ପଟ୍ଟନାୟକଙ୍କ ନାଁରେ ଦଳ ଗଢିବା ନବୀନ ପଟ୍ଟନାୟକଙ୍କ ଏକମାତ୍ର ଲକ୍ଷ୍ୟ । ସ୍ଥିତି ରକ୍ଷା କରିବା ପାଇଁ ସେ ରାତାରାତି ନୀତି ବଦଳାନ୍ତି । ତାଙ୍କର ନୀତି ଆର୍ଦଶ କିଛି ନାହିଁ । ଏଣୁ କାଲି ଯାହାକୁ ସେ ଅତି ନିନ୍ଦିତ ଅବସ୍ଥାରେ ଦଳରୁ ବିଦା କରିଥିଲେ ଯେଉଁମାନେ ତାଙ୍କୁ ଆଣି ବିଜୁ ଜନତା ଦଳ ଗଢି ନେତା କରାଇଥିଲେ ଆଗେ ସେହିମାନଙ୍କୁ ସେ ଜଣଙ୍କ ପରେ ଜଣଙ୍କୁ ଦଳରୁ କାଢିଦେଲେ । ସେମାନଙ୍କୁ ଅତି ଅପମାନ ଜନକ ପରିସ୍ଥିତିରେ କାଢିଦେଲା ପରେ ଏବେ ଯଦି ନିଜ ସ୍ଥିତି ରକ୍ଷା କରିବାକୁ ସେମାନଙ୍କୁ ପୁଣି ଡାକୁଛନ୍ତି, ଯେଉଁମାନେ ଆସିବେ ତାହା ତାଙ୍କ ଉପରେ ନିର୍ଭର କରୁଛି । ହେଲେ ଯେଉଁମାନେ ଆସିବେ ତାଙ୍କର ସ୍ୱାଭିମାନ ଅଛି କି ନାହିଁ ? କଣ ପାଇଁ, କି ଅପରାଧ କରିଥିଲେ ସେମାନଙ୍କୁ ସେ ଦଳରୁ ବାହାର କରିଥିଲେ । ପୁଣି କେଉଁ ଅବସ୍ଥାରେ ବାହାର କରିଥିଲେ, ସେତେବେଳେ କଣ ସେ ସାଧାରଣ ସୌଜନ ରକ୍ଷା କରିଥିଲେ ? ସେମାନେ ପୁଣି ଯାଉଛନ୍ତି କି ନାହିଁ ମୁଁ ଜାଣି ନାହିଁ । ପୁଣି ସେମାନେ ତାଙ୍କ ପାଖକୁ ଯିବାକୁ ମୁଁ ବିଶ୍ୱାସ କରିପାରୁନାହିଁ । ଦିଲୀପ ରାୟ ଓ ବିଜୟ ମହାପାତ୍ର ପୁଣି ସେଇଠିକି ଫେରିବେ ଯିଏ ତାଙ୍କୁ ଧକ୍କା ଦେଇ ଅପମାନ ଜନକ ଅବସ୍ଥାରେ ବିଦା କରିଥିଲେ ? ବିଜୟ ଓ ଦିଲୀପ ସେପରି ଭୁଲ କରିବେ ନାହିଁ । ବିଜୟ ଅତି ଚତୁର ଓ ଅଭିଜ୍ଞ ରାଜନେତା । ୨୦ ବର୍ଷ ତଳର କଥା ନ ମନ ପକାଇ ୪୦ ବର୍ଷର କଥା ମନ ପକାଇବା ଉଚିତ ବୋଲି ଡା.ରାଉତ କହିଛନ୍ତି ।
ବିଜୟ ଓ ଦିଲୀପ ବିଜେପି ଛାଡିବା କଥା ହେବା ପରେ ସେ ସେମାନଙ୍କ ସହ କଥା ହୋଇଥିଲେ । ରାଜନୀତିକ ପରିବର୍ତ୍ତନ ପାଇଁ ତାଙ୍କ ସହ ମିଶିବା ପାଇଁ ପ୍ରସ୍ତାବ ଦେଇଥିଲେ । କ୍ଷମତା ଓ ଲୋଭ ପାଇଁ ସ୍ୱାଭିମାନକୁ ଜଳାଞ୍ଜଳି ଦେବା ଠିକ ନୁହେଁ ବୋଲି ଡା. ରାଉତ କହିଛନ୍ତି ।
ବିଜୟ ଶୁକ୍ରବାର ଦଳ ଛାଡିବା ନେଇ ଘୋଷଣା କରିବା ସମୟରେ ତାଙ୍କ ଭବିଷ୍ୟତ ରାଜନୀତିକ କାର୍ଯ୍ୟପନ୍ଥା ନେଇ ୧୫ ଦିନ ଭିତରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଦିଲୀପ ଏଯାଏଁ କୌଣସି ମତ ରଖି ନାହାନ୍ତି । ହେଲେ ବିଜୟ କହିଛନ୍ତି ଦୀଲିପ ବିଦେଶାଗତରେ ଯାଇଛନ୍ତି । ଉଭୟ ମିଶି ଆଲୋଚନା କରି ନିଷ୍ପତ୍ତି ଜଣାଇବେ । ବିଜୟ ଓ ଦିଲୀପଙ୍କୁ ନେଇ ଡା.ରାଉତ ବହୁ ଆଶା ବାନ୍ଦି ବସିଛନ୍ତି । ହେଲେ ଉଭୟ ଦାମଙ୍କ ଆଶାକୁ ବଢାଉଛନ୍ତି ନା ପାଣି ପକାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ମତାମତ ଦିଅନ୍ତୁ

Please enter your comment!
Please enter your name here