ଆମେରିକାରେ ଦୀପିକା ପାଦୁକୋନ ଦୋସା

ମୁମ୍ବାଇ: ବଲିଉଡର ସବୁଠାରୁ ହଟକେ ଏବଂ ଷ୍ଟାଇଲିଶ ଅଭିନେତା ରଣବୀର ସିଂଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ବିବାହ ପୂର୍ବରୁ ହେଉ ଅବା ପରେ ସେ ଦୀପିକଙ୍କ କେତେ ଭଲ ପାଆନ୍ତି ସମସ୍ତେ ଜାଣିଥିବେ । ଦୀପିକାଙ୍କୁ ସେ ଯେ କୌଣସି ସ୍ଥାନରେ ହେଉ ପ୍ରପୋଜ କରିବା ସହ ଆଲିଙ୍ଗନ ମଧ୍ୟ କରିବାକୁ ପଛାନ୍ତି ନାହିଁ । ତେବେ ରଣବୀରଙ୍କ ଏହି ଅନ୍ଦାଜକୁ ଦୀପିକା ଖୁବ ଭଲ ପାଆନ୍ତି । ନିକଟରେ ରଣବୀର ଏମିତି କିଛି କରିଛନ୍ତି ଯାହାକୁ ନେଇ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ରଣବୀର ତାଙ୍କ ଇନଷ୍ଟାଗ୍ରାମରେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ ସମସ୍ତେ ଆଲୋଚନା କରୁଛନ୍ତି । ଆମେରିକାର ଏକ ରେଷ୍ଟୁରାଣ୍ଟର ମେନ୍ୟୁ କାର୍ଡରେ ଦୀପିକା ପାଦୁକୋନଙ୍କ ନାଁରେ ଦୋସା ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା । ଏହି ମେନ୍ୟୁ ସିଟର ଫଟୋକୁ ଶେୟାର କରି ରଣବୀର ଦୀପିକା ପାଦୁକୋନ ଦୋସାକୁ ଖାଇ ସାରିଛନ୍ତି ବୋଲି ଲେଖିଛନ୍ତି । ଏହି ପୋଷ୍ଟଟି ଇନଷ୍ଟାଗ୍ରାମରେ ଶେୟାର କରି ସେ ତାଙ୍କ ଏହି ସ୍ୱାଭାବକୁ ପୁଣି ଦର୍ଶାଇଛନ୍ତି । ରଣବୀରଙ୍କ ଏହି ପୋଷ୍ଟ ଏବେ ସୋଶାଲ ସାଇଡରେ ଖୁବ ଭାଇରାଲ ହୋଇଛି ।
ଉଲ୍ଲେଖନୀୟ, ରଣବୀର ତାଙ୍କ ଆଗାମୀ ଫିଲ୍ମ “ଗଲି ବୟ”ର ଶୁଟିଂକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ଯେଉଁଥିରେ ରଣବୀର ଓ ଆଲିଆ ଭଟ୍ଟଙ୍କ ଏକ ଭିନ୍ନ ଲୁକ ଦେଖିବାକୁ ମିଳୁଛି । ତେବେ ଏହି ଫିଲ୍ମଟି ପେବୃଆରୀ ୧୪ରେ ରିଲିଜ ହେବ ବୋଲି ସୂଚନା ମିଳିଛି ।

ଖୁବ ଶୀଘ୍ର ଅରୋରାରୁ ହେବେ କପୁର