ଅମୀରଙ୍କ ଫିଲ୍ମରେ କାମ କରିବେନି ଦୀପିକା, ଜାଣନ୍ତୁ କାରଣ କଣ….

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକସନିଷ୍ଟ୍‍ ଅମୀର ଖାନ୍‌ ‘ମହାଭାରତ’ ଉପରେ ଏକ ଫିଲ୍ମ ନିର୍ମାଣ କରୁଥିବାର ସୂଚନା ମିଳି ଆସୁଛି । ଅମୀର ଖାନ ଏହି ଫିଲ୍ମରେ ଦୌପ୍ରଦୀ ଭୂମିକାରେ ଦୀପିକୀ ପାଦୁକେନଙ୍କ ଚାହୁଁଥିଲେ | କିନ୍ତୁ ଦୀପିକା ପାଦୁକୋନ୍‌ ଏଥିପାଇଁ ସଫା ସଫା ମନା କରିଦେଇଛନ୍ତି । ତେବେ ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ କେଉଁ ଅଭିନେତ୍ରୀ ଅଭିନୟ କରିବେ,ତାହା ଏଯାବତ୍‌ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ ବୋଲି ସୂଚନା ମିଳିଛି । ‘ମହାଭାରତ’ର ଦ୍ରୌପଦୀ ହେବା ପାଇଁ କାହିଁକି ଦୀପିକା ମନା କଲେ,ତା’ର କାରଣ ଏଯାଏଁ ଜଣାପଡ଼ି ନାହିଁ । କିନ୍ତୁ ରଣବୀର ସିଂହଙ୍କୁ ବିବାହ କରିବା ପରେ ଦୀପିକା ପାଦୁକୋନ୍‌ ପ୍ରଥମେ କେଉଁ ସିନେମାରେ କାମ କରିବେ, ତା’ର ଖୁଲାସା ଅବଶ୍ୟ ହୋଇ ଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଦୀପିକା ପାଦୁକୋନ୍‌ ଖୁବ୍‌ ଶୀଘ୍ର ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଅଭିନୟ କରିବେ । ଏହି ଫିଲ୍ମର କାହାଣୀ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଜୀବନୀ ଉପରେ ଆଧାରିତ,ଏହି ଫିଲ୍ମରେ ଦୀପିକା କାମ କରିବେ ବୋଲି ବି ଢ଼େର ଦିନରୁ ଚର୍ଚ୍ଚା ହେଉଥିଲା । ଏହସିନେମା ପୁଣି ଏକ ବାୟୋପିକ୍‌ ହେବ ବୋଲି ଜଣାଯାଇଛି । ଏହାର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି । ନିକଟରେ ବଲିଉଡ଼ରେ ଲୋକପ୍ରିୟ ନାୟକ ରଣବୀର ସିଂହଙ୍କୁ ନାୟିକା ଦୀପିକା ପାଦୁକୋନ୍‌ଙ୍କ କରିଥିବାର ସୂଚନା ମିଳିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here