‘ବିଗ୍‌ବସ୍‌-୧୨’କୁ ଜିତିଲେ ଦିପିକା କକ୍କର ଏବଂ ନିଜ ଭିଡିଓକୁ ସେୟାର କଲେ, ଦେଖନ୍ତୁ ଏହି ଭିଡିଓରେ…

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ଟେଲିଭିଜନ ଦୁନିଆର ବିବାଦୀୟ ରିୟାଲିଟି ସୋ ‘ବିଗ୍‌ବସ୍‌-୧୨’ର ଗତକାଲି ସରିଥିବା ବେଳେ ଏଥିଲେ ଟେଲି ନାୟିକା ଦିପିକା କକ୍କର ବିଜୟିନୀ ହୋଇଛନ୍ତି ଏବଂ ୩୦ ଲକ୍ଷ ଟଙ୍କା ନେଇ ନିଜ ଘରକୁ ଫେରିଛନ୍ତି । ତେବେ, ଦୀପିକି ‘ବିଗ୍‌ବସ୍‌’ ହାଉସରୁ ବାହାରିବା ପରେ ସେ ନିଜ ସ୍ୱାମୀ ସୋଏବ ଇବ୍ରାହିମ୍‌ ଏବଂ ତାଙ୍କ ପରିବାର ଲୋକଙ୍କ ସହ ନିଜର ବିଜୟ ଖୁସି ମନାଉଛନ୍ତି । ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥିବା ଭିଡିଓରେ ଦିପିକା ୨ଟି କେକ୍‌ କାଟୁଥିବାର ଦେଖିବାକୁ ମିଳିଛନ୍ତି । ସେ ନିଜ ପରିବାର ଲୋକଙ୍କ ସହ ଖୁସି ମନାଉଥିବା ବେଳେ ସାମାନ୍ୟା ଭାବପ୍ରବଣ ବି ହୋଇ ପଡ଼ିଥିବା ନଜର ରହିଛି । ପ୍ରଶଂସକମାନେ ଭୋଟ ଦେଇ ତାଙ୍କୁ ‘ବିଗ୍‌ବସ୍‌-୧୨’ ଜିତାଇବା ପାଇଁ ସାହାଯ୍ୟ କରିଥିବା ହେତୁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।ଉଲ୍ଲେଖଯୋଗ୍ୟ, ବିଗ୍‌ବସ୍‌ ହାଉସ୍‌କୁ ସମୁଦାୟ ୨୦ ଜଣ ପ୍ରତିଯୋଗୀ ଯାଇଥିଲେ । ବିଚିତ୍ର ଯୋଡ଼ି ଓ ଏକୁଟିଆ ଭାବେ ଚିହ୍ନା, ଅଚିହ୍ନା ଅନେକ ମୁହଁ ଦେଖିବାକୁ ମିଳିଥିଲା । ଶେଷକୁ କ୍ରିକେଟ୍‌ ତାରକା ଶ୍ରୀଶାନ୍ତ, ଦୀପକ ଓ ଦୀପିକା ରହିଥିଲେ । ଦୀପକ ଆଉ ନଖେଳି ୨୦ ଲକ୍ଷ ଟଙ୍କା ନେଇ ଘରକୁ ଫେରି ଯାଇଥିଲେ । ଶେଷରେ ଦୀପିକା ଓ ଶ୍ରୀଶାନ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିଲା ଏବଂ ଶେଷରେ ବିଜୟିନୀ ହୋଇଥିଲେ ଦୀପିକା କକ୍କର । ତେବେ ସେ ଜିତିଥିବାରୁ ଦର୍ଶକଙ୍କର ଓ ତାଙ୍କ ସ୍ବାମୀର ଖୁବ ପ୍ରଶଂସା କରିଥିଲେ |

 

9 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here