You are here
Home > ଲାଟେଷ୍ଟ > ଆଇପିଏଲ୍ ଟି-୨୦: ଆଜି ଧୋନୀ ଟକ୍କର ଦେବେ ବିରାଟଙ୍କୁ

ଆଇପିଏଲ୍ ଟି-୨୦: ଆଜି ଧୋନୀ ଟକ୍କର ଦେବେ ବିରାଟଙ୍କୁ

ବେଙ୍ଗାଲୁରୁ: ଆଜି ଦୁଇ ଭାରତୀୟ କପ୍ତାନଙ୍କ ମଧ୍ୟରେ ହେବ ଲଢେଇ । ଦୁହେଁ ଦୁହିଁଙ୍କୁ କଡ୍ଡା ଟକ୍କର୍ ଦେବେ କ୍ରିକେଟ୍ ପଡ଼ିଆରେ । ବହୁ ଦିନ ପରେ ଦୁଇ କ୍ରିକେଟ ମହାରଥି ମୁହାଁମୁହିଁ ହେଉଛନ୍ତି । ଧୋନୀଙ୍କ ଚେନ୍ନାଇ ସୁପର୍ କିଙ୍ଗସ ଭେଟୁଛି ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରକୁ ।

ଆଇପିଏଲ ୨୦୧୮ ର ୨୪ ତମ ମ୍ୟାଚ୍ ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଉଛି । ଷ୍ଟାଡ଼ିୟମରେ ଭରପୁର ଦର୍ଶକ ଆଜି ଉପଭୋଗ କରିବେ ଧୋନୀ-ବିରାଟ ମୁକାବିଲାକୁ । ଅବଶ୍ୟ ଧୋନୀ ବାହିନୀ ବିରାଟ ଦଳଠୁ ବେଶ୍ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି । କିନ୍ତୁ ବିରାଟ ଓ ତାଙ୍କ ଦଳ କଡ୍ଡା ଟକ୍କର ଦେବ ବୋଲି ଆଶା କରାଯାଉଛି ।

Loading...
ONA

Leave a Reply

Top