ସ୍ଥାଣୁ, ଅପାରଗ, ସମ୍ବେଦନହୀନ ସରକାରଙ୍କୁ ଜବାବ ମାଗିବାର ସମୟ ଆସିଛି-ଧର୍ମେନ୍ଦ୍ର ପ୍ରଧାନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର:  ଓଡିଶାରେ ସ୍ଥାଣୁ, ଅପାରଗ, ସମ୍ବେଦନହୀନ ଓ ଦାୟିତ୍ୱହୀନ ମିଛ କହୁଥିବା ସରକାର ଚାଲିଛି । ଏ ମିଛ କହୁଥିବା ସରକାରକୁ ଆଜି ଜବାବ ମାଗିବାର ସମୟ ଆସିଯାଇଛି । ଏ ଅବସରରେ ଜବାବ ମାଗୁଛି ଓଡିଶା ଅଭିଯାନରେ ସାମିଲ ହେବାପାଇଁ ୯୫୫୫୨୨୭୨୨୭ ନମ୍ବରରେ ମିସଡ୍ କଲ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ଓଡିଶାବାସୀଙ୍କୁ ଏହି ଅଭିଯାନରେ ସାମିଲ ହେବାପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଏ ସ୍ଥାଣୁ ଓ ସମ୍ଭେଦନହୀନ ସରକାରଙ୍କୁ ଜବାବ ମାଗିଥିଲେ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଯେଉଁ ସରକାର କବିବର ରାଧାନାଥ ରାୟ ଓ ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ମଧ୍ୟରେ ପ୍ରଭେଦ ବୁଝେ ନାହିଁ । ଯେଉଁ ସରକାର ବେବିନାର ସମ୍ବେଦନଶୀଳତାକୁ ବୁଝେନାହିଁ । ଯୁବକ ମାନେ ବାହର ରାଜ୍ୟକୁ ଦାଦନ ଖଟିବାକୁ ଗଲେ ସରକାରଙ୍କ ପାଇଁ ଫରକ ପଡେ ନାହିଁ ସେ ସରକାରଙ୍କୁ ଜବାବ ମାଗିବାର ସମୟ ଆସିଛି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଯେଉଁ ସରକାର ମା ଭଉଣୀ ମାନଙ୍କୁ ବିଶୁଦ୍ଧ ପିଇବା ପାଣି, ଚାଷୀ ମାନଙ୍କ ପାଇଁ ଧାନମଣ୍ଡି, ଜଳସେଚନ ଦେଇପାରିଲେ ନାହିଁ ସେ ସରକାରଙ୍କୁ ଜବାବ ମାଗିବାର ସମୟ ଆସିଛି । ମହିଳା, ଛାତ୍ର, ଯୁବକ,ଚାଷୀ, ଆଦିବାସୀ, ଦଳିତ, ପଛୁଆବର୍ଗ ଓ ଗରିବ ବର୍ଗ ଜବାବ ମାଗୁଛି ଓଡିଶା ଅଭିଯାନରେ ସାମିଲ ହେବାପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

ରକ୍ଷକ ଆଜି ଭକ୍ଷକ ହୋଇଛନ୍ତି , ପ୍ରଜାତନ୍ତ୍ରରେ ଏପରି କଥା ବହୁତ ନିନ୍ଦନୀୟ-ଧର୍ମେନ୍ଦ୍ର ପ୍ରଧାନ

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here