ଧର୍ମେନ୍ଦ୍ର ଦେଲେ ସୂଚନା : ଲଢ଼ିବେ ପାଲଲହଡ଼ା ବିଧାନସଭାରୁ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଦୁଇଦିନ ହେଲା ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଆଗାମୀ ରାଜନୀତିକ କାର୍ଯ୍ୟଧାରା ସମ୍ପର୍କରେ ମହାଖୁଲାସା କରିଛନ୍ତି । ଆଗକୁ ଧର୍ମେନ୍ଦ୍ର କ’ଣ କରିବେ ତାକୁ ନେଇ ଯେଉଁ ରାଜନୀତିକ କଳ୍ପନା ଜଳ୍ପନା ଚାଲିଥିଲା ବୋଧହୁଏ ତାର ଅନ୍ତଘଟାଇବା ପାଇଁ ସେ ଚତୁରତାର ସହ କାର୍ଯ୍ୟକ୍ରମର ସୂଚନା ଦେଇଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ପାଲଲହଡ଼ାରୁ ସେ ପ୍ରତିଦ୍ୱନ୍ଦିତା କରିବେ । ଏଥିନେଇ ତାଙ୍କୁ ଅଧିକ ଭୋଟ ଦେଇ ପୂର୍ବପରି ଜିତାଇବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି । କାରଣ ଲୋକଙ୍କ ଆଶୀର୍ବାଦ କମିଯିବାରୁ ସେ ପରେ ହାରିଯାଇଥିଲେ । ଆଉ ଏଥର ଯେପରି ଅଧିକ ଆର୍ଶୀବାଦ ମିଳିବ ସେଥିନେଇ ସେ ଅନୁରୋଧ ଜଣାଇଥିଲେ ।
ଧର୍ମେନ୍ଦ୍ର ରବିବାର ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲ ଓ ଅନ୍ୟାନ କାର୍ଯ୍ୟକ୍ରରେ ଯାଇ ସାମିଲ ହୋଇଥିଲେ । ଏଥିରେ ସେ ପାଲଲହଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁଣ୍ଡୁରିବେଡ଼ାର ଖମାରି ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ପୂର୍ତ୍ତି ଉତ୍ସବରେ ଯୋଗଦେବାକୁ ଯାଇଥିଲେ । ସେଠାରେ ତାଙ୍କ ମନକଥା ଖୋଲି ଲୋକଙ୍କ ଆଗରେ ପ୍ରକାଶ କରିଥିଲେ । ସେ କହିଲେ “ମୁଣ୍ଡୁରିବେଡା ସହ ମୋର କିଛି ଭାବଗତ ସମ୍ପର୍କ ରହିଛି । ମୋ ମା’ ଦିଲ୍ଲୀରେ ଅଛି । ପଅରଦିନ ମୁଁ ଆସିଲା ବେଳେ ସେ କୋଉଠୁ ଶୁଣିଲା ଯେ ମୁଁ ଯିବି ଓଡ଼ିଶା ଆଉ ମୁଣ୍ଡୁରିବେଡା ବି ଯାଉଛି । ମୁଁ ରାତିରେ ଡେରିରେ ଘରେ ପହଂଚିଲି । ମୁଁ ଭାବି ଥିଲି ମୋ ମା’ ଶୋଇସାରିଥିବଣି ବୋଲି, କିନ୍ତୁ ମା’ ମୋତେ ଅପେକ୍ଷା କରିଥିଲା । ମୋତେ ଆସି କହିଲା ତୁ ଜାଣିଛୁ ମୁଣ୍ଡୁରିବେଡା କ’ଣ । ମୁଁ କହିଲି ହଁ ମୁ ମୁଣ୍ଡୁରିବେଡାର ଏମଏଲଏ ଥିଲି ଲୋକେ ମୋତେ ବହୁତ ଭୋଟ ଦେଇଥିଲେ । ପଛେ ଦେଲେ ନି ଯୋଗୁ ହାରିଗଲି (ଏକଥା କହି ହସିଲେ)” ।
ମନ୍ତ୍ରୀଙ୍କ ଏକଥା ଶୁଣି ଉପସ୍ଥିତ ଥିôବା ଲୋକଙ୍କ ପକ୍ଷରୁ କୁହାଗଲା ଆପଣଙ୍କ ଭୁଲ । ଏଥିରେ ଧର୍ମେନ୍ଦ୍ର କହିଲେ “ ହଁ ମୋ ଭୁଲ ଯୋଗୁ ହାରିଲିନା, ଆଉ ତମ ଭୁଲ ଯୋଗୁ କଣ ହାରିଲି । ଆଉ ଏଥର ତୁମର ଆଶୀର୍ବାଦ ଅଧିକ କରିବ । କରିବ କି ନାହିଁ କହିଲ, ଲୋକେ କହିଲେ ହଁ ହଁ… ମା’ମାନେ ଆର୍ଶୀବାଦ କରିବ କି ନାହିଁ କହିଲ ।” ଲୋକେ ବି ସମର୍ଥନ ଜଣାଇଲେ ।
ଲୋକଙ୍କ ନିକଟତର ହେବା ପାଇଁ ଓ ସେମାନଙ୍କ ନିଜ ପକ୍ଷକୁ ନେବା ପାଇଁ ସେ ଆହୁରି ମା’ଙ୍କ କଥା ଦର୍ଶାଇ କହିଥିଲେ “ମୁଣ୍ଡୁରୀବେଡ଼ା ମୁଁ ଯାଇଥିଲି । ମୁଁ ଜାଣିଛି । ସେଠି ଆଉ ଗୋଟେ ସମ୍ପର୍କ ମଧ୍ୟ ରହ÷ିଛି । ଏଇଟା ହେଉଛି ମୋ ମାର ମାମୁଁ ଘର ଗାଁର । ଆଉ ମୋତେ କହିଲା ମୋ ବାପା ମାଗୁଣିବାବୁ ସେଠି ଶିକ୍ଷକ ଥିଲେ । ମୁଁ କହିଲି ତୋ ବାପାତ କାଠ ବିକ୍ରୀ କରୁଥିଲେ ଶିକ୍ଷକ କେଉଁଠିଥିଲେ । ମୋତେ କହିଲା ନାଁ ମୋ ବାପା ମୁଣ୍ଡୁରିବେଡ଼ାରେ ପାଠ ପଢ଼ାଇବା ଆରମ୍ଭ କରିଥିଲେ । ମୋ ପାଇଁ ଏହା ପରମ ସୌଭାଗ୍ୟ ଯେଉଁ ସ୍କୁଲରେ ମୋ ଅଜା ପାଠ ପଢ଼ାଉଥିଲେ ଯାହାକୁ ଆପଣମାନେ ଦରମା ଦେଇ ଶିକ୍ଷକଭାବେ ରଖିଥିଲେ । ଏ ଅଂଚଳର ଗୁରୁଜନ, ଦାୟଦ, ଯୁବକ, ମା’, ମାଉଶୀ, ଗରିବ, ଖଟିଖିଆ ଚାଷୀମାନଙ୍କୁ ମୁଁ ନତମସ୍ତକ ହୋଇ ପ୍ରଣାମ କରୁଛି । ଆପଣଙ୍କ ଆଶୀର୍ବାଦ ଓ ସଦ୍ଦିଚ୍ଛା ମୋ ପରିବାରକୁ ଏ ବାଟଯାଏଁ ଆଣିବାରେ ସହଯୋଗ ହୋଇଛି । ଆପଣଙ୍କ ଆଶୀର୍ବାଦ ଯୋଗୁ ଆମେ ଏଜାଗାକୁ ଆସିଛୁ ବୋଲି କହି ଲୋକଙ୍କ ମନ ଜିଣିବା ପାଇଁ ଉଦ୍ୟମ କରିଥିଲେ । ଏକ ପ୍ରକାର ନିର୍ବାଚନୀ ଭାଷଣ ଦେଲାଭଳି ସେ ତାଙ୍କ ମତ ରଖିଥିଲେ ।
ଏଥିରୁ ସ୍ପଷ୍ଟ ହେଉଛି ଯେ, ଧର୍ମେନ୍ଦ୍ର ଆସନ୍ତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ପାଲଲହଡ଼ାରୁହିଁ ଲଢ଼ିବେ । ସେଥିପାଇଁ ଆଗୁଆ ଲୋକଙ୍କ ମନ ଜିଣିବା ପାଇଁ ଏବଂ ସେମାନଙ୍କୁ ନିଜ ସପକ୍ଷରେ ନେବାପାଇଁ ଇମୋସନାଲ କଥାମାନ କହିଥିଲେ ।

3 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here