ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଚିଠି ଉପରେ ଟ୍ୱିଟ କରି ପ୍ରତିକ୍ରିୟା ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

https://www.facebook.com/nnsodia/videos/267154983995629/?t=5
  • ରାଜ୍ୟର ଗରୀବ ପରିବାରରେ ଉଜ୍ୱଳା ଯୋଜନାର ଲୋକପ୍ରିୟତାକୁ ନେଇ ବିଜେଡି ଭୟଭୀତ – ଧର୍ମେନ୍ଦ୍ର ପ୍ରଧାନ
  • ଉଜ୍ୱଳା ଯୋଜନା ବିରୁଦ୍ଧରେ ବିଜେଡି ଓ ରାଜ୍ୟ ସରକାରଙ୍କ ମିଥ୍ୟା ରାଜନୈତିକ ପ୍ରଚାର କରୁଛି
  • ଉଜ୍ୱଳା ଯୋଜନାର ଲାଭ ସମ୍ପର୍କରେ ମୁଖ୍ୟମବୀ ଓ ତାଙ୍କ ସହଯୋଗୀ ମାନଙ୍କୁ ବୁଝାଇବା ପାଇଁ ପୁଣି ଥରେ
    ଦେଲେ ପ୍ରସ୍ତାବ
  • ଓଡିଶାକୁ ଶତ ପ୍ରତିଶତ ଧୁଆଁ ମୁକ୍ତ କରିବାକୁ ସହଯୋଗ ପାଇଁ କଲେ ଅନୁରୋଧ

ନୂଆଦିଲ୍ଲୀ, ଭୁବନେଶ୍ୱର, ୧୩ ଡିସେ ମ୍ବର – ଉଜ୍ୱଳା ଯୋଜନା ସମ୍ପର୍କରେ ମବୀ ସୂର୍ଯ୍ୟନାରାୟଣ ପାତ୍ର ଲେଖିଥିବା ଚିଠି ଉପରେ ଟ୍ୱିଟ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ମବୀ ଧର୍ମେନ୍ଦ୍ର ପ୍ରଧାନ । ଉଜ୍ୱଳା ଯୋଜନା ବିରୁଦ୍ଧରେ ବିଜେଡି ଓ ରାଜ୍ୟ ସରକାର ଯେଭଳି ଭାବେ ମିଥ୍ୟା ରାଜନୈତିକ ପ୍ରଚାର କରୁଛନ୍ତି ତାହା ଗରୀବ ପରିବାର ମଧ୍ୟରେ ଉଜ୍ୱଳା ଯୋଜନାର ଲୋକପ୍ରିୟତାକୁ ସେମାନଙ୍କର ଥିବା ଡରକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ “ଉଜ୍ୱଳା ଯୋଜନାର ବିଫଳତା ସ ମ୍ବନ୍ଧରେ ମବୀ ସୂର୍ଯ୍ୟ ନାରାୟଣ ପାତ୍ର ମୋତେ ଲେଖିଥିବା ଚିଠି ବିଷୟରେ ଜାଣିବାକୁ ପାଇଲି । ପୂର୍ବରୁ ଏହି ମାମଲାରେ ମୁଖ୍ୟମବୀ ଓ ତାଙ୍କର ସହଯୋଗୀ ମାନଙ୍କୁ ଏହି ଯୋଜନା ସମ୍ପର୍କରେ ବୁଝାଇବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲିା ” ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ “ଯଦି ପ୍ରକୃତ ପକ୍ଷେ ମୋଦି ସରକାରଙ୍କ ଉଜ୍ୱଳା ଯୋଜନା ରାଜ୍ୟର ୪୧ ଲକ୍ଷ ଗରୀବ ପରିବାରର ଜୀବନରେ କିପରି ସକାରାତ୍ମକ ପରିବର୍ତନ ଆଣିଛି ଏହା ଜାଣିବାକୁ ସେମାନେ ଆଗ୍ରହୀ ତା ହେଲେ ମୁଁ ମୋର ଏହି ପ୍ରସ୍ତାବକୁ ଆଉଥରେ ଦୋହରାଉଛି । ଉଜ୍ୱଳା ଯୋଜନା ବିରୁଦ୍ଧରେ ବିଜେଡି ଓ ରାଜ୍ୟ ସରକାରଙ୍କର ମିଥ୍ୟା ରାଜନୈତିକ ପ୍ରଚାର ଗରୀବ ପରିବାର ମଧ୍ୟରେ ଉଜ୍ୱଳା ଯୋଜନାର ଲୋକପ୍ରିୟତାକୁ ସେମାନଙ୍କର ଥିବା ଡରକୁ ପ୍ରମାଣିତ କରୁଛି । ” ଶ୍ରୀ ପ୍ରଧାନ ଟ୍ୱିଟ କରି ଆହୁରି କହିଛନ୍ତି ଯେ “ ଓଡିଶାକୁ ଶତ ପ୍ରତିଶତ ଧୁଆଁ ମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ସହଯୋଗ କରିବା ପାଇଁ ଅନୁରୋଧ କରିବା ସହ ଏହି ପବିତ୍ର ଯୋଜନାକୁ ରାଜନୀତି ନ କରିବାକୁ ଅନୁରୋଧ କରୁଛି । ୨୦୧୪ ମେ ପୂର୍ବରୁ ରାଜ୍ୟରେ ସର୍ବମୋଟ ୧୯ ଲକ୍ଷ ଏଲପିଜି ସଂଯୋଗ ଥିବା ବେଳେ ଆଜି ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ହୋଇ ୭୨.୫ ଲକ୍ଷରେ ପହଂଚିଛି ଓ ଏଥିରେ ୪୧ ଲକ୍ଷ ଗରୀବ ପରିବାର ସାମିଲ ହୋଇ ପାରିଛନ୍ତି, ଏହା ଭୁଲିବା ଉଚିତ ନୁହେଁ । ”

ଉଜ୍ୱଳାକୁ ନେଇ ସୂର୍ଯ୍ୟ-ଧର୍ମେନ୍ଦ୍ର ମୁହାଁମୁହିଁ

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here