ଉଜ୍ଜଳା ସାନିଟାରୀ ନାପକିନ୍ ପ୍ରସ୍ତୁତି ଓ ବିପଣନ କେନ୍ଦ୍ରର ଶୁଭାରମ୍ଭ, ଓଡିଶାର ୨.୨୫ କୋଟି ମହିଳାମାନଙ୍କୁ ସ୍ୱାବଲମ୍ବୀ ନକରିବା ପର୍ଯ୍ୟନ୍ତ ନୂଆ ଓଡିଶା ସମ୍ଭବ ନୁହେଁ-ଧର୍ମେନ୍ଦ୍ର ପ୍ରଧାନ

https://www.facebook.com/nnsodia/videos/267154983995629/?t=5

Inauguration of Ujjwala Sanitary Napkin manufacturing units in Odisha.

Posted by Dharmendra Pradhan on Saturday, December 29, 2018

 ମା ମାନଙ୍କୁ ସୁସ୍ଥ ରଖିବାକୁ ହେଲେ ସାନିଟାରୀ ନାପକିନ୍ ର ବ୍ୟବହାରକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ପଡିବ
 ତୈଳବିପଣନ କମ୍ପାନୀ ଓ କମନ ସର୍ଭିସ ସେଂଟର ଯୌଥ ଉଦ୍ୟମରେ ଶୁଭାରମ୍ଭ ହେଲା ୧୦୦ଟି କେନ୍ଦ୍ର
 ପ୍ରତିକେନ୍ଦ୍ରରେ ଅନ୍ୟୁନ ୧୦ ମହିଳାଙ୍କ ପାଇଁ ସ୍ୱାଭିମାନର ସହ ରୋଜଗାରର ସୁଯୋଗ
 କେତେଦିନ ରାଜ୍ୟର ମହିଳାମାନେ ରିଭଲଭିଙ୍ଗ୍ ଫଣ୍ଡ ଓ ହାତଟେକା ନେଇ ଚଳୁଥିବେ ?
 ରାଜ୍ୟରେ ୩୫ ଲକ୍ଷ ଘରେ ଉଜ୍ଜଳା ଗ୍ୟାସ ପହଁଚିଛି, ମାର୍ଚ୍ଚ ମାସ ସୁଦ୍ଧା ଏହା ବଢି ହେବ ୪୫ ଲକ୍ଷ
 ଜାଳେଣୀ ସଂଗ୍ରହ ଓ ରୋଷାଇରୁ ସମୟ ବଳୁଥିବାରୁ ରୋଜଗାର କାମରେ ସାମିଲ୍ହେ ବାପାଇଁ
ମହିଳାମାନେ ଆଗ୍ରହୀ
 ଉଜ୍ଜଳା ଯୋଜନା ବିଫଳ ହୋଇଛି ବୋଲି ଇର୍ଷାନ୍ୱିତ ବ୍ୟକ୍ତିଙ୍କ ବକ୍ତବ୍ୟ, ଭଗବାନ ତାଙ୍କୁ କ୍ଷମା କରନ୍ତୁ
 ବାହାର ରାଜ୍ୟରୁ ଶିଳ୍ପପତିଙ୍କୁ ଡାକିଆଣି ମାଗଣା ଜମି ଦେଇ ଶିଳ୍ପ କରିବା ଗୋଟିଏ ମଡେଲ ମାତ୍ର ରାଜ୍ୟର
୨୦ ହଜାର କମନ ସର୍ଭିସ ସେଂଟର ରୋଜଗାର ବ୍ୟବସ୍ଥାରେ ଲକ୍ଷଲକ୍ଷ ଲୋକଙ୍କୁ ସାମିଲ କରିବାରେ ହେବ ବଡ ମାଧ୍ୟମ
 ନାଲକୋ ୧୦୦ ଓ ଭାରତ ସରକାରଙ୍କ ଅନ୍ୟାନ୍ୟ ଶିଳ୍ପସଂସ୍ଥା ସିଏସସି ସହ ମିଶି ଆହୁରି ଅନେକ ଏପରି
 ଆଧୁନିକ ଜ୍ଞାନକୌଶଳ ଓ ଇ-କମର୍ସ ର ବ୍ୟବହାରରେ ଓଡିଶାର ପିଠା, ହସ୍ତଶିଳ୍ପ, ବୟନ ଶିଳ୍ପ, ମୂର୍ତି କଳା, କାଠ ତଥା ବିଭିନ୍ନ ଧାତୁର ହାତ ତିଆରି ମୂର୍ତିକୁ ଦେଶ ବିଦେଶରେ ବିକ୍ରୀ କରିବାର ସୁଯୋଗ ରହିଛି
ଭୁବନେଶ୍ୱର, ୩୦ ଡିସେମ୍ବର-ନୂଆ ଭାରତ ନୂଆ ଓଡିଶା ବିନା ସମ୍ଭବ ନୁହେଁ । ସାଢେ ୪ କୋଟି ଜନସଂଖ୍ୟାର ୨.୨୫ କୋଟି ମହିଳାଙ୍କୁ ସ୍ୱାବଲମ୍ବୀ, ସ୍ୱୟଂପ୍ରଭା ଓ ସ୍ୱୟଂସିଦ୍ଧା ନକରିବା ପର୍ଯ୍ୟନ୍ତ ନୂଆ ଓଡିଶା ସମ୍ଭବ ନୁହେଁ ବୋଲି ରାଜ୍ୟରେ ୧୦୦ଟି ଉଜ୍ଜଳା ସାନିଟାରୀ ନାପ୍କିନ୍ ପ୍ରସ୍ତୁତି ଓ ବିପଣନ କେନ୍ଦ୍ରର ଶୁଭାରମ୍ଭ ଅବସରରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି କେତେଦିନ ରାଜ୍ୟର ମହିଳାମାନେ ରିଭଲଭିଙ୍ଗ୍ ଫଣ୍ଡ ହାତଟେକା ନେଇ ଚଳୁଥିବେ । ମହିଳମାନଙ୍କୁ ନିଜର ରୋଜଗାର ମାଧ୍ୟମରେ ସ୍ୱାବଲମ୍ବୀ କରିବା ପାଇଁ ଉଜ୍ଜଳା ସାନିଟାରୀ ନାପ୍କିନ୍ ପ୍ରସ୍ତୁତି ଓ ବିପଣନ ଯୋଜନା ମାଧ୍ୟମରେ ପ୍ରତି କେନ୍ଦ୍ରରେ ଅନ୍ୟୁନ ୧୦ଟି ପରିବାର ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରାଯିବାର ଉଦ୍ୟମ କରାଯାଇଛି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମବୀଙ୍କ ଉଜ୍ଜଳା ହିତାଧିକାରୀଙ୍କ ସହ ଭିଡିଓକନଫରେନସିଂ ସମୟରେ ମୟୁରଭଞ୍ଜର ଜଣେ ମହିଳା ଘରେ ଉଜ୍ଜଳା ଗ୍ୟାସ ଲାଗିବା କାରଣରୁ ତାଙ୍କର କାଠ, କୁଟା ଯୋଗାଡ ଓ ରୋଷେଇରୁ ସମୟ ବଂଚୁଥିବାରୁ ରୋଜଗାର କରିବା ପାଇଁ ଉପାୟ ବତାଇବାକୁ ପ୍ରସ୍ତାବ ଦେଇଥିଲେ ।
ଏଥିରୁ ତୈଳକମ୍ପାନୀ ମାନେ ଉଜ୍ଜଳା ସାନିଟାରୀ ନାପ୍କିନର ଯୋଜନା କରି ମହିଳା ମାନଙ୍କୁ
ରୋଜଗାରରେ ସାମିଲ ହେବାପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ୩୫ ଲକ୍ଷ ପରିବାରରେ ଉଜ୍ଜଳା ଗ୍ୟାସ ଲାଗିସାରିଛି । ଏହି ଯୋଜନା ବିଫଳ ହୋଇଛି ବୋଲି ଏହାର ସଫଳତାକୁ ସହି ନପାରି ଇର୍ଷାନ୍ୱିତ ହୋଇ କିଛି ଲୋକ କହୁଛନ୍ତି ।
ଇର୍ଷାରେ ବୁଡି ରହିଥିବା ଲୋକଙ୍କୁ ଭଗବାନ କ୍ଷମା କରି ଦିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ରମବୀ ଉଜ୍ଜଳା ଯୋଜନାରେ ନିୟମ କୋହଳ ହେବା କାରଣରୁ ୩୫ ଲକ୍ଷ ପରିବାର ବଢି ୪୫ ଲକ୍ଷରେ ପହଁଚିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ରାଜ୍ୟ ସରକାର ବାହାର ରାଜ୍ୟରୁ ଶିଳ୍ପପତି ମାନଙ୍କୁ ଡାକିଆଣି ମାଗଣାରେ ଜମି ଦେଇ ଶିଳ୍ପ ପ୍ରତିଷ୍ଠା ପାଇଁ ଚେଷ୍ଟା କରୁଛନ୍ତି । ମାତ୍ର ତୈଳବିପଣନ କମ୍ପାନୀମାନେ ୧୦୦ଟି ସ୍ଥାନରେ ତୁରନ୍ତ ରୋଜଗାରର ସୁଯୋଗ ସୃଷ୍ଟି କରି ସେଥିରେ ରାଜ୍ୟର ସାଧାରଣ ଗରିବ ପରିବାରର ମହିଳା ମାନଙ୍କୁ ସାମିଲ୍ କରିଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ନାଲ୍କୋ ଆହୁ ୧୦୦ଟି ଏପରି ସାନିଟାରୀ ନାପକିନ୍ ପ୍ରସ୍ତୁତି ଓ ବିତରଣ କେନ୍ଦ୍ର ପରିଚାଳନା ଦାୟିତ୍ୱ ସିଏସସିକୁ ଦେବାପାଇଁ ପ୍ରତିଶୃତି ଦେଇଛି । ସିଏସସିର ମବୀ ରବିଶଙ୍କର ପ୍ରସାଦଙ୍କ ସହ ମିଶି ସେ ଭାରତ ସରକାରଙ୍କର ରାଷ୍ଟ୍ରାୟତ ଉଦ୍ୟୋଗ ଓ ବେସରକାରୀ ସଂସ୍ଥା ମାନଙ୍କ ସହାୟତାରେ ରାଜ୍ୟରେ ଆହୁରି ଅଧିକ ଏପରି କେନ୍ଦ୍ର ଖୋଲିବା ପାଇଁ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶାରେ ଥିବା ୨୦ ହଜାର କମନ ସର୍ଭିସ ସେଂଟର ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ଇ-କମର୍ସ ମାଧ୍ୟମରେ ଓଡିଶାର ପିଠା, ହସ୍ତଶିଳ୍ପ, ବୟନ ଶିଳ୍ପ, ମୂର୍ତି କଳା, କାଠ ତଥା ବିଭିନ୍ନ ଧାତୁର ହାତ ତିଆରି ମୂର୍ତିକୁ ଦେଶ ବିଦେଶରେ ବିକ୍ରୀ କରିବାର ସୁଯୋଗ ତିଆରି କରିପାରିବେ ବୋଲି ଦୃଢ ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ । ସିଏସସି ସହ ଯୋଡି ହୋଇଥିବା ରାଜ୍ୟର କୋଣ ଅନୁକୋଣରେ ଥିବା ଏହି ୨୦ ହଜାର ସିଏସସି ଚଳାଉଥିବା ଓଡିଆ ଉଦ୍ୟମୀ ମାନେ ରାଜ୍ୟରେ ମହିଳା ମାନଙ୍କ ପାଇଁ ସ୍ୱାବଲମ୍ବୀ ହୋଇ ନୂଆ ଅର୍ଥନୀତିରେ ବଡ ସହଯୋଗ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ । ସାନିଟାରୀ ନାପକିନ୍ ବିଷୟରେ ସାଧାରଣରେ ଆଲୋଚନା କରାଯାଏ ନାହିଁ ବୋଲି ଆମର ମା ମାନଙ୍କୁ ମରିବାକୁ ଦିଆଯାଇ ପାରିବ ନାହିଁ । ମା ମାନଙ୍କୁ ସୁସ୍ଥ ରଖିବାକୁ ହେଲେ ସାନିଟାରୀ ନାପକିନ୍ର ବ୍ୟବହାରକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି ।

7 ମତାମତ ଦିଅନ୍ତୁ

  1. I’m really impressed with your writing skills and also with the format on your blog.
    Is that this a paid subject or did you modify it your self?
    Either way stay up the nice high quality writing, it’s rare to peer a great blog
    like this one nowadays..

  2. First off I want to say fantastic blog! I had a quick question in which I’d like to ask if you do not
    mind. I was interested to know how you center yourself and
    clear your head prior to writing. I have had difficulty clearing my
    mind in getting my ideas out there. I truly do take pleasure in writing but it just seems like the first 10 to 15 minutes are lost simply just trying to
    figure out how to begin. Any recommendations or tips? Appreciate it!

  3. I’ve been surfing on-line more than 3 hours these days, but I never found any fascinating article like yours.
    It is lovely price sufficient for me. In my view, if
    all webmasters and bloggers made just right content as you probably did, the internet will probably
    be a lot more helpful than ever before.

ମତାମତ ଦିଅନ୍ତୁ

Please enter your comment!
Please enter your name here