You are here
Home > ବଡ଼ଖବର > ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ : ଜଷ୍ଟିସ ଦୀପକ ମିଶ୍ରଙ୍କର ନିରପେକ୍ଷତା ଓ ଆଇନଗତ ଦକ୍ଷତା ନେଇ ପ୍ରଶ୍ନ କରାଯାଇ ନ ପାରେ -ଧର୍ମେନ୍ଦ୍ର ପ୍ରଧାନ

ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ : ଜଷ୍ଟିସ ଦୀପକ ମିଶ୍ରଙ୍କର ନିରପେକ୍ଷତା ଓ ଆଇନଗତ ଦକ୍ଷତା ନେଇ ପ୍ରଶ୍ନ କରାଯାଇ ନ ପାରେ -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ କଂଗ୍ରେସ ଓ ଏହା ସହିତ ଆଉ କିଛି ଦଳ ମହା ଅଭିଯୋଗ ପ୍ରସ୍ତାବ ଆଣି ବହିଷ୍କାର ପାଇଁ ପ୍ରୟାସ କରିବା ସଂପୂର୍ଣ୍ଣ ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ୨୦୧୯ ମସିହା ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆସନ୍ନ ପରାଜୟକୁ ପାଖରେ ଦେଖି ଭାରତର ବିଚାର ବ୍ୟବସ୍ଥା ଉପରେ ମଧ୍ୟରେ କଂଗ୍ରେସ ଅନାସ୍ଥା ବ୍ୟକ୍ତ କରୁଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ କରି ଏହା କହିଛନ୍ତି।
ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ ଜଷ୍ଟିସ ଦୀପକ ମିଶ୍ରଙ୍କର ନିରପେକ୍ଷତା ଓ ଆଇନଗତ ଦକ୍ଷତା ନେଇ ପ୍ରଶ୍ନ କରାଯାଇ ନ ପାରେ। କଂଗ୍ରେସ ଦଳ ସବୁବେଳେ ନିଜର ପସନ୍ଦକୁ ଜାହିର କରିବାରେ ବିଫଳ ହେଲେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରିଥାଏ । ଏହାର ଲମ୍ବା ଇତିହାସ ରହିଛି । କଂଗ୍ରେସ ଇଭିଏମର ନିରପେକ୍ଷତାକୁ ନେଇ ଅବିଶ୍ୱାସ ବ୍ୟକ୍ତ କରିଛି । ଦେଶର ଅର୍ଥନୀତିରେ ବିକାଶ ସତ୍ୱେ କଂଗ୍ରେସ ଦଳ ଅର୍ଥନୈତିକ ବିକାଶ ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲଗାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତଥ୍ୟ ସମ୍ବଳିତ ବକ୍ତବ୍ୟକୁ ମଧ୍ୟ ସାର୍ବଜନୀନ ଭାବେ ଅବିଶ୍ୱାସ ବ୍ୟକ୍ତ କରିଛି । ଭାରତୀୟ ସେନା ଅଦମ୍ୟ ସାହସ ଦେଖାଇ ପାକିସ୍ତାନର ସୀମା ଭିତରେ ପ୍ରବେଶ କରିଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ମଧ୍ୟ କଂଗ୍ରେସ ଅବିଶ୍ୱାସ ବ୍ୟକ୍ତ କରିଛି । ଜଣେ ସଫଳ ଓ ସୁଯୋଗ୍ୟ ଓଡିଆ ବ୍ୟକ୍ତିତ୍ୱ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ ମହାଭିଯୋଗ ଆଣୁଥିବା କଂଗ୍ରେସ ଦଳର ଆଭିମୁଖ୍ୟ ସବୁବେଳେ ଓଡିଶା ବିରୋଧୀ ରହିଛି । କେନ୍ଦ୍ରରେ ଦୀର୍ଘ ଦଶନ୍ଧି ଶାସନରେ ଥିବା କଂଗ୍ରେସ ଦଳ ସରକାର ବାରମ୍ବାର ଓଡିଶାକୁ ଅଣଦେଖା କରି ରାଜ୍ୟକୁ ତାର ହକ୍ ଦେଇ ନାହିଁ ।
ସେ କହିଛନ୍ତି ଯେ ଓଡିଶା ପ୍ରତି କଂଗ୍ରେସର ଐତିହାସିକ ଭାବେ ଥିବା ଅସୂୟା ଭାବ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ବହିଷ୍କାର ପ୍ରଶ୍ନ ଉଠାଇ ପୁଣି ସମାନ ଭାବନାକୁ ପ୍ରଦର୍ଶିତ କରିଛି ।

Loading...
ONA

Leave a Reply

Top