You are here
Home > ଇଣ୍ଡିଆ > ଆବୁ ଧାବୀ ନ୍ୟାସନାଲ ଅଏଲ୍‌ କମ୍ପାନୀର ସିଇଓଙ୍କୁ ଭେଟିଲ୍‌ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆବୁ ଧାବୀ ନ୍ୟାସନାଲ ଅଏଲ୍‌ କମ୍ପାନୀର ସିଇଓଙ୍କୁ ଭେଟିଲ୍‌ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ତିନିଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆବୁ ଧାବୀ ନ୍ୟାସନାଲ ଅଏଲ୍‌ କମ୍ପାନୀର ସିଇଓଙ୍କୁ ଭେଟିଛନ୍ତି । ଏଥିସହ ୟୁଏଇ ଡାଇନଷ୍ଟ୍ରିମ୍‌ ଇନ୍‌ଭେଷ୍ଟମେଣ୍ଟ ଫୋରମ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଉପସ୍ଥିତିରେ ADNOC ଭାରତର ମାଙ୍ଗାଲୁରୁସ୍ଥିତି ISPRLକୁ  ତା’ର ପ୍ରଥମ କନ୍‌ସାଇନ୍‌ମେଣ୍ଟ ପଠାଇବ । SPRL ଭଳି ଭାରତୀୟ କମ୍ପାନୀରେ ନିବେଶ କରିବାରେ ADNOC ହେବ ପ୍ରଥମ ବିଦେଶୀ କମ୍ପାନୀ । ମାଙ୍ଗାଲୁରୁସ୍ଥିତ SPRLରେ ୫.୮୬ ମିଲିୟନ ବ୍ୟାରେଲ୍‌ ଅଶୋଧିତ ତୈଳ ଗଚ୍ଛିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥି ସହ ଧର୍ମେନ୍ଦ୍ରଙ୍କ UAE ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରକଳ୍ପ ପ୍ରସଙ୍ଗରେ ବୁଝାମଣା ହେବ ବୋଲି ଜଣାପଡ଼ିଛି ।

Loading...
ONA

Leave a Reply

Top