You are here
Home > ବଡ଼ଖବର > ନବୀନଙ୍କୁ ସାକ୍ଷାତ ପାଇଁ ଧର୍ମେନ୍ଦ୍ର ଆଗ୍ରହୀ, ଲେଖିଲେ ଚିଠି

ନବୀନଙ୍କୁ ସାକ୍ଷାତ ପାଇଁ ଧର୍ମେନ୍ଦ୍ର ଆଗ୍ରହୀ, ଲେଖିଲେ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ବ୍ୟବସ୍ଥା ଓ ସହଯୋଗୀମାନେ ତାଙ୍କୁ ଯେତେ ଅପମାନ ଓ ଲାଞ୍ଛନା ଦେଲେ ବି ସେ ସେସବୁକୁ ବିନା ପ୍ରତିବାଦରେ ମୁଣ୍ଡ ପାତି ସହିବାକୁ ସେ ପ୍ରସ୍ତୁତ ଅଛନ୍ତି । ମାତ୍ର ତାଙ୍କ ଉପରେ ରାଗ ରଖି ଓଡ଼ିଆ ଜାତି ଓ ଓଡ଼ିଶାର ଆଗାମୀ ପୀଢ଼ୀପାଇଁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ସୁଯୋଗକୁ ଦୟା ଖରି ଖାରଜ କରନ୍ତୁ ନାହି ବୋଲି ଏକ ଭାବାବେଗପୂର୍ଣ୍ଣ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଚିଠିରେ ଶ୍ରୀ ପ୍ରଧାନ ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତଭାବେ ସାକ୍ଷାତ କରିବାପାଇଁ ଆଗ୍ରହୀ ବୋଲି କହିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଶ୍ରୀ ପ୍ରଧାନ ସମୟ ମଧ୍ୟ ମାଗିଛନ୍ତି ।
ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି ଉପସାଗରୀୟ ଦେଶମାନଙ୍କର ପଞ୍ଜିନିବେଶକାରୀମାନଙ୍କ ସହ ରାଜ୍ୟରେ ଫୁଡ୍ ପ୍ରୋସେସିଂ ଶିଳ୍ପରେ ପୁଞ୍ଜିନିବେଶ ପାଇଁ ୟୁଏଇ ଗସ୍ତ କାଳରେ ଆଲୋଚନା କରିଥିବା ସମ୍ପର୍କରେ ଓ ସେମାନଙ୍କୁ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଯୋଗଦେବା ବ୍ୟବସ୍ଥା କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ । ସେ ବ୍ୟକ୍ତିଗତ ଭାବେ କଥାବାର୍ତ୍ତା ହୋଇଥିବା ଉପସାଗରୀୟ ଦେଶମାନଙ୍କର ପୁଞ୍ଜିନିବେଶକାରୀମାନଙ୍କୁ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଯୋଗ ଦେବା ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ତାଙ୍କୁ ସାକ୍ଷାତ କରିବା ପାଇଁ ଅନୁରୋଧ କରିଥିଲେ । ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ, ତାଙ୍କୁ ସାକ୍ଷାତ କରିବାକୁ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଚାହିଁଥିଲେ ମଧ୍ୟ ତାଙ୍କୁ ଅନୁମତି ନ ମିଳିବାରୁ ସେ ତାଙ୍କୁ ସାକ୍ଷାତ କରିପାରୁ ନାହାଁନ୍ତି ବୋଲି ମୁଖ୍ୟ ଶାସନ ସଚିବ ତାଙ୍କ ନିକଟରେ ଅସହାୟତା ପ୍ରକାଶ କରିଥିବା ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।
ଏଥିରେ ସେ ଦର୍ଶାଇଛନ୍ତି ଭାରତ କରୁଥିବା ଅସୋଧିତ ତୈଳ ଆମଦାନୀ ୬୦ ଭାଗ ତୈଳ ଉପସାଗରୀୟ ରାଷ୍ଟ୍ର ସମୁହରୁ ଆସୁଛି । ଭାରତର ଶକ୍ତି ସୁରକ୍ଷା ଉପସାଗରୀୟ ରାଷ୍ଟ୍ର ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଏହି ରାଷ୍ଟ୍ରଗୁଡ଼ିକର ଖାଦ୍ୟ ସୁରକ୍ଷାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରହ ପ୍ରକାଶ କରିଛନ୍ତିି । ଚାଷୀର ଆୟକୁୂ ଦୁଇଗୁଣ କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ । ଏହାରସୁଯୋଗ ଓଡ଼ିଶା ଭଳି କୃଷି ପ୍ରଧାନ ଅର୍ଥନୀତିର ସୁଯୋଗ ରାଜ୍ୟ ନେଉ ଏଥିପାଇଁ ସେ ତାଙ୍କ ଆଡ଼ୁ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଉପସାଗରୀୟ ଦେଶ ବିଶେଷ କରି ଭାବେ ୟୁଏଇ ଭଳି ଦେଶକୁ ଖାଦ୍ୟ, ପ୍ରକ୍ରୀୟକୃତ ଖାଦ୍ୟ ଓ ସାମୁଦ୍ରିକ ଉତ୍ପାଦନର ରପ୍ତାନୀ ବଢ଼ାଇବାର ଅପାର ସମ୍ଭାବନା ଓଡ଼ିଶା ପାଖରେ ରହିଛି । ଏହି ସୁଯୋଗକୁ ବ୍ୟବହାର କଲେ ଓଡ଼ିଶାର ଚାଷୀମାନଙ୍କୁ ପ୍ରଚୁର ଲାଭ ମିଳିବାର ସମ୍ଭାବନା ରହିଛି । ତାଙ୍କର ୟୁଏଇ ଗସ୍ତ କାଳରେ ଓଡ଼ିଶାର ରପ୍ତାନି କ୍ଷମତା ସହିତ ୟୁଏଇ ଓ ଉପସାଗରୀୟ ଦେଶଗୁଡ଼ିକର ଖାଦ୍ୟ ଆବଶ୍ୟକତା ଏକ ସଂଯୋଗ ସ୍ଥାପନା କରିବା ପାଇଁ ସେ ପ୍ରୟାସ କରିଛନ୍ତି । ଏହି ଗସ୍ତ ପୂର୍ବରୁ ସେ ମେ ୫ ତାରିଖରେ ଓଡ଼ିଶାର ଶିଳ୍ପ ବିଭାଗ ପ୍ରମୁଖ ସଚିବ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁଠାରୁ ତଥ୍ୟ ସଂଗ୍ରହ କରିଥିଲେ ।
ଉପସାଗରୀୟ ଦେଶଗୁଡ଼ିକର ଖାଦ୍ୟ ପ୍ରକୀୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶକାରୀଙ୍କ ସାମ୍ନାରେ ଓଡ଼ିଶାର ଏହି କ୍ଷେତ୍ରରେ ଭିତ୍ତିଭୂମି, କୃଷିଜାତ ଦ୍ରବ୍ୟ ତଥା ସାମୁଦ୍ରିକ ଉତ୍ପାଦନ କ୍ଷେତ୍ରରେ ଥିବା ସୁବିଧା ସମ୍ପର୍କରେ ସେ ଅବଗତ କରାଇବା ସହ ବନ୍ଦରନଗରୀ ପାରାଦପୀ ଉପସାଗରୀୟ ଦେଶମାନଙ୍କ ପାଇଁ ଏକ ଖାଦ୍ୟ ପ୍ରକ୍ରୀୟାକରଣର ପେଣ୍ଠ କିପରି ହୋଇ ପାରିବ ସେ ସମ୍ପର୍କରେ ଅବଗତ କରାଇଥିଲେ ବୋଲି ଧର୍ମନ୍ଦ୍ରେ ଦର୍ଶାଇଛନ୍ତି ।
ଓଡ଼ିଶା ବିଶେଷ ଭାବେ ମୟୂରଭଞ୍ଜର ପତ୍ରଖିଆ ଛେଳିକୁ ନ୍ୟୁଜିଲାଣ୍ଡର ପ୍ରସିଦ୍ଧ ମେଣ୍ଢା ଢ଼ାଞ୍ଚାରେ ତଥା ପଞ୍ଚିମ ଓଡ଼ିଶାର ସୁବାସିତ ଚାଉଳ, ଚିଲିକାର ସାମୁଦ୍ରିକ ଉତ୍ପାଦନ, ଆମ୍ବ, ସୁବାସିତ ପୁଷ୍ପ, କନ୍ଧମାଳର ହଳଦି, କୋରାପୁଟର ଅଦା ଆଦିର ଉପାସଗରୀୟ ରାଷ୍ଟ୍ରର ଆମଦାନି ଉପରେ ସେ ଗୁରୁତ୍ୱାରୋପ କରିଥିôବା ଉଲ୍ଲେଖ କରିଛନ୍ତି ।
ବ୍ୟକ୍ତିଗତ ଭାବେ କଥା ହୋଇଥିବା ଏହି ଓଡ଼ିଶାରେ ପୁଞ୍ଜିନିବେଶକାରୀଙ୍କର କାମକୁ ସୁଗମ କରିବା ପାଇଁ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଯୋଗଦେବାକୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ସାକ୍ଷାତ କରିବା ପାଇଁ ସେ ଅନୁରୋଧ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ସହ ସାକ୍ଷାତ କରିବାକୁ ଅନୁମତି ନ ଦେବା ତାଙ୍କୁ ଦୁଃଖ ଦେଇଛି । ଗତ କିଛିବର୍ଷରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଚିଠି ଲେଖିଥିଲେ ସୁଦ୍ଧା କୌଣସି ଚିଠିର ଉତ୍ତର ସେ ପାଇନାହାଁନ୍ତି । ବିକାଶର ଲାଭ ଓଡ଼ିଶା ବିଶେଷ ଭାବେ ଯୁବ ପୀଢ଼ୀ ଓ ଆଗାମୀ ଭବିଷ୍ୟତ ପାଖରେ ପହଞ୍ଚୁ ଏଥିପାଇଁ ଗୁଣ୍ଡୁଚିମୁଷାଟିଏ ପରି ହେଲେ ବି ସେ ତାଙ୍କୁ ଯୋଗଦାନ ଦେବାକୁ ତତ୍ପର । ହେଲେ ସେ ବୁଝି ପାରୁନାହାଁନ୍ତି ଯେ, ଛୋଟଛୋଟ କଥାରେ ମୁଖ୍ୟମନ୍ତୀମାନଙ୍କର ସହଯୋଗୀମାନେ ତାଙ୍କୁ ଡାକପିଅନ, ବିହାରୀ ତଥା ଅନେକ ଅପମାନ ସୁଚକ ବ୍ୟବହାର କରି କାହିଁକି ମାନସିକ ଶାନ୍ତି ପାଉଛନ୍ତି । ତାଙ୍କର ବ୍ୟକ୍ତିଗତ ସମ୍ମାନଠାରୁ ଓଡ଼ିଶାର ବିକାଶ, ଜନକଲ୍ୟାଣ ଓ ଓଡ଼ିଶାର ଆଗାମୀ ପୀଢ଼ୀ ପାଇଁ ପ୍ରଗତିର କ୍ଷେତ୍ର ପ୍ରସ୍ତୁତ କରିବକୁ ତାଙ୍କର ମାନ ଅପମାନ କିଛିନାହିଁ । ମୁଖ୍ୟ ସଚିବଙ୍କ ସହ ତାଙ୍କୁ ସାକ୍ଷାତ କରିବାକୁ ଅନୁମତି ନ ଦିଅନ୍ତୁ ପଛେ, ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁୂ ଆସି ତାଙ୍କ ସହ ସାକ୍ଷାତ କରିବାର ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି । ଏହି ସାକ୍ଷାତ ସମୟରେ ଉପସାଗରୀୟ ଦେଶ ସମୂହର ଓଡ଼ିଶାରେ ଖାଦ୍ୟ ପ୍ରକ୍ରୀୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶମାନଙ୍କୁ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଯୋଗଦେବା ପାଇଁ କରିଥିବା ପ୍ରୟାସର ସେ ବିସ୍ତୃତ ସୂଚନା ଦେବେ । ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ଧରି ଓଡ଼ିଶାର ସାଧାରଣ ଜନତାଙ୍କର ସମର୍ଥନ ସହ ସେମାନଙ୍କର ଆଶା ଭରଷାକୁ ପୂରଣ କରିବାର ଦାୟିତ୍ୱ ନେଇଛନ୍ତି । ହୁଏତ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟଇକୋଷର ସେ ବଡ଼ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଦୃଷ୍ଟିକୋକୁ ସେ ସମ୍ମାନ ଦେବାକୁ ପ୍ରସ୍ତୁତ ମାତ୍ର ଦୀର୍ଘବର୍ଷର ଜନସମର୍ଥନରେ ମସ୍ଗୁଲହୋଇ ତାଙ୍କ ଭଳି ଏକ ଗୁଣ୍ଡୁଚି ମୁଷାର ଛୋଟ ଉଦ୍ୟମକୁ ହେୟଜାନ କରି ଏହି ଚିଠିଟିକୁ ଅଳିଆଗଦାକୁ ଫିଙ୍ଗି ନ ଦେବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

Loading...
ONA

Leave a Reply

Top