ବିିଭିନ୍ନ ମନ୍ତ୍ରଣାଳୟ ମାଧ୍ୟମରେ ସହଯୋଗ କାରଣରୁ ଦେଶର ଯୁବ ପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ତ୍ୱରାନ୍ୱିତ କରାଯାଇ ପାରୁଛି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ସ୍କିଲ୍ ଫର ଲାଇଫ ସେଭ ଲାଇଫ ନାମରେ ଦେଶର ୧୪ ଲକ୍ଷ ଯୁବକ ଯୁବତୀଙ୍କୁ ସ୍ୱାସ୍ଥ୍ୟ ସେବାର ୧୦ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦକ୍ଷତା ବିକାଶ କରି ସେମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ପାଇଁ ଦକ୍ଷତା ମନ୍ତ୍ରଣାଳୟର ସଂଯୋଜନାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଇନ୍ଦିରା ଗାନ୍ଧି ଓପନ ୟୁନିଭରର୍ସିଟି (ଇଗନୋ) ମଧ୍ୟରେ ସୋମବାର ଦିନ ଏକ ମହତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ସେବାର ୧୦ଟି ଗୁରତ୍ୱପୂର୍ଣ୍ଣ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ମନ୍ତ୍ରଣାଳୟ ସହ ମିଳିତ ଭାବେ ପ୍ରଶିକ୍ଷଣ ଓ ପାଠ୍ୟକ୍ରମ ପ୍ରସ୍ତୁତ କରିଛି । କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ଇଗନୋକୁ ଏହି ସୀମିତ ଅବଧି ପାଠ୍ୟକ୍ରମ ପାଇଁ ସହାୟତା ଯୋଗାଇ ଦେବ । ଦେଶର ଜିଲ୍ଲା ଓ ଗାଁସ୍ତର ପର୍ଯ୍ୟନ୍ତ ମାନବ ସ୍ୱଳକୁ ପ୍ରଶିକ୍ଷିତ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସ୍ଥିରିକୃତମାନଙ୍କ ଅନୁସାରେ ପ୍ରାର୍ଥୀମାନଙ୍କୁ ପ୍ରଶିକ୍ଷଣ କରାଯିବ । ଇଗନୋର ଦେଶ ତମାମ ଥିôବା ବିଶାଳ ନେଟୱର୍କରେ ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ଶିକ୍ଷାଦାନର ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ବୁଝାମଣା ପତ୍ରୟରେ ସ୍ଥିର କରାଯାଇଛି ।
ଏହି ଅବସରରେ ମତ ରଖି କେନ୍ଦ୍ର ଦକ୍ଷତା ବିକାଶମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ କାରଣରୁ ଦେଶରେ ଯୁବ ପୀଢ଼ୀଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ତ୍ୱରାନ୍ୱିତ କରାଯାଇ ପାରୁଛି । ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆୟୁଷ୍ମାନ ଭାରତ ଯୋଜନାର ସଫଳତା ବିଶାଳ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ ସେବାର ମାନବ ସମ୍ବଳ ବିନା ସଫଳ ହୋଇ ପାରିବ ନାହିଁ । ପ୍ରଧାନ କହିଛନ୍ତି ୧୦ଟି ସ୍ଥିରିକୃତ ପ୍ରଶିକ୍ଷଣ ବ୍ୟବସ୍ଥା ଅନେକ ପ୍ରାକ୍ଟିକାଲ ପ୍ରଶିକ୍ଷଣ ସହ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କର ମାନବିକ ସମ୍ବେଦନଶୀଳତା ଅତ୍ୟନ୍ତ ଜରୁରୀ । ଏଥିରେ ପ୍ରଶିକ୍ଷିତ ପ୍ରାର୍ଥୀମାନଙ୍କୁ ରାଷ୍ଟ୍ରୀୟ ଦକ୍ଷତା ବିକାଶ ଫ୍ରେମ ଫ୍ୱର୍କର ସାର୍ଟିଫିକେଟ୍ ସହ ସଂଯୁକ୍ତ କରାଯିବ ।
ଏହି ସ୍ୱଳ୍ପକାଳୀନ ସ୍ୱାସ୍ଥ୍ୟ ସେବାର ପାଠ୍ୟକ୍ରମଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟ ସହାୟକ, ବୟସ୍କ ଲୋକଙ୍କ ଯତ୍ନ, ଘରେ ସ୍ୱାସ୍ଥ୍ୟ ସହାୟକ, ଡାଇବେଟିସ ପ୍ରଶିକ୍ଷକ, ଡାଇଲିସିସ ସହାୟକ, ଚକ୍ଷୁ ଚିକିତ୍ସା ସହାୟକ, ଡାକ୍ତରୀ ସରଞ୍ଜାମ ସହାୟକ ତଥା ସ୍ୱାସ୍ଥ୍ୟ ପରିମଳ ଇନ୍ସପେକ୍ଟର ଭଳି ଶିକ୍ଷା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here