You are here
Home > ବଡ଼ଖବର > କ୍ୟାଡରଙ୍କୁ ଧର୍ମେନ୍ଦ୍ରଙ୍କ ଆଶ୍ୱାସନା

କ୍ୟାଡରଙ୍କୁ ଧର୍ମେନ୍ଦ୍ରଙ୍କ ଆଶ୍ୱାସନା

ବିଜେଡି ସହ ନୁହେଁ, ଏକାକୀ ଲଢ଼ିବ ବିଜେପି

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିବା ବିଷୟ ପଦାକୁ ଆସିଲା ପରେ ଏବେ ଦଳ ଅଡୁଆରେ ପଡ଼ିଯାଇଛି । ଚାରିଆଡୁ ଦଳ ସମାଲୋଚନାର ଶୀକାର ହେବାରେ ଲାଗିଛି । ରାଜ୍ୟ ନେତାମାନେ ରାତି ପାହିଲେ ବିଜେଡି ସରକାରଙ୍କ ଦୁର୍ଗୁଣ ବଖାଣି ବର୍ଷିବାରେ ଲାଗିଛନ୍ତି । ନବୀନଙ୍କୁ ଅପାରଗ ବୋଲି କହିବାକୁ ପଛାଉ ନାହାଁନ୍ତି । ହେଲେ ତାଙ୍କ ସହଯୋଗ ନେଇ ନିର୍ବାଚନରେ ଜିତିବାରୁ ଏହାକୁ ନେଇ ପ୍ରଶ୍ନ ଉଠିବା ପରେ ଭବିଷ୍ୟତରେ ବିଜେପି-ବିଜେଡି ଭିତରେ ସମ୍ପର୍କ ବଢ଼ିବା କଥା ମଧ୍ୟ ଆଲୋଚନା ହେଉଛି । ଦଳର କ୍ୟାଡର ଓ କର୍ମୀଙ୍କ ମଧ୍ୟରେ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟିହୋଇଛି । ଫଳରେ ପରିସ୍ଥିତିକୁ ଅନୁଭବ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ଘଟଣାରେ ମୁହଁ ଖୋଲିଛନ୍ତି । ଭବିଷ୍ୟତରେ ବିଜେଡି ସହ କୌଣସି ମେଂଟ ହେବାର ନାହିଁ ଏବଂ ବିଜେଡି ଏକାକୀ ଆସନ୍ତା ନିର୍ବାଚନ ଲଢ଼ିବ ବୋଲି ଶ୍ରୀ ପ୍ରଧାନ ସ୍ପଷ୍ଟ କରିଛନ୍ତି ।
ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରାର୍ଥୀ ହୋଇଥିଲେ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ । ବିଜେଡିର ୯ ଜଣ ସାଂସଦ ଯଦି ସମର୍ଥନ ଦେଇ ନ ଥାନ୍ତେ ତେବେ ଏନଡିଏ ପ୍ରାର୍ଥୀ ଅଡୁଆରେ ପଡ଼ିଥାନ୍ତେ । ବିଜେଡି ଯଦି ସମର୍ଥନ ଦେଇ ନ ଥାନ୍ତା ଏବଂ ଆପ୍ ଓ ତୃଣମୂଳର ସଦସ୍ୟମାନେ ଯଦି ବିରୋଧୀ ସପକ୍ଷରେ ଭୋଟ ଦେଇଥାନ୍ତେ ତେବେ ଏନଡିଏ ପ୍ରାର୍ଥୀ ହାରିବା ସୁନିଶ୍ଚିତ ଥିଲା । ଏନଡିଏ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୧୧୯ ଭୋଟ ଦରକାର ଥିଲା ବେଳେ ସେ ୧୨୫ ଭୋଟ ପାଇଛନ୍ତି । ଅଧିକ ସଂଖ୍ୟାରେ ଭୋଟ ପାଇ ଜିତିଥିବାର ବିରୋଧୀଙ୍କ ଏକତା ଉପରେ ମଧ୍ୟ ପ୍ରଶ୍ନବାଚୀ ଆସିଛି । କିନ୍ତୁ ରାଜ୍ୟରେ ବିଜେପି-ବିଜେଡି ସମ୍ପର୍କ ଯେଭଳି ତିକ୍ତ ହୋଇଛି ଓ ଉଭୟ ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି ସେ କ୍ଷେତ୍ରରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦୁଇଦଳ ଏକାଠି ହେବା ପରେ ଏବେ ନାନା ଆଲୋଚନା ଚାଲିଛି । ଲୋକଙ୍କ ମନରୁ ଉଭୟଙ୍କ ସମ୍ପର୍କ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି । ଏଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜ ଦଳର କ୍ୟାଡର ଯେପରି ବି ହତାଶ ନ ହେବେ ସେମାନଙ୍କର ବିଜେଡି ବିରୋଧୀ ମନୋଭାବ ଜାରିରହିବ ସେଥିଲାଗି ଧର୍ମେନ୍ଦ୍ର ଏଭଳି ମତ ରଖିବାକୁ ଆଗେଇ ଆସିଛନ୍ତି ବୋଲି କୁହାଯାଉଛି । କାରଣ ଆସନ୍ତା ନିର୍ବାଚନ ପାଇଁ ଶାହ ଯେଉଁ ୧୨୦ ବିଧାନସଭା ଆସନ ପାଇବାର ଲକ୍ଷ୍ୟ ଧାର୍ଯ୍ୟ କରି ଯାଇଛନ୍ତି ତାହାର ଭବିଷ୍ୟତ ଉପରେ ମଧ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିକଟରେ ଶାହ ଆସିଥିବା ସମୟରେ ଯେଉଁ ଟାକ୍ସ ଦଳୀୟ ନେତା ଓ ପଦାଧୀକାରୀମାନଙ୍କୁ ଦେଇ ଯାଇଥିଲେ ସେଥିରେ କେତେଦୂର ସଫଳ ମିଳିଛି ତାହା ଅନୁଧ୍ୟାନ କରିବା ପାଇଁ ନେତାମାନଙ୍କ ବୈଠକ ବସିଥିଲା । ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଦଳର ସଙ୍ଗଠନ ସମ୍ପାଦକ ମଧ୍ୟ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ସମୀକ୍ଷା କରାଯାଇ ଦଳ ଆଗକୁ ମାଡ଼ିବା ପାଇଁ ନିଷ୍ପତି ନିଆଯାଇଥିଲା । ବିଜେଡି ସରକାରଙ୍କ ବିରେଧରେ ଗାଁ ଗାଁ ଦୁର୍ବାର ଆନ୍ଦୋଳନ ବିଭିନ୍ନ ବିଫତଳା ନେଇ କରିବା ପାଇଁ ନିଷ୍ପତି ନିଆଯାଇଥିବା ସମ୍ପର୍କରେ ଦଳର ରବିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଥିଲେ । ବର୍ତମାନ ଏହି ଘଟଣାନ ପରେ କ୍ୟାଡରଙ୍କ ମନରେ ସନ୍ଦେହ ଆସିଛି । ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ପଛରେ ଆନ୍ତରିକତା କେତେ ରହିଛି ଏବଂ ଶେଷ ମୂହୁର୍ତରେ ଏହା ଲକ୍ଷ୍ୟଚ୍ୟୂତ ହେବ ନାହିଁ ତ ବୋଲି ମଧ୍ୟ ସେମାନଙ୍କ ମନରେ ପ୍ରଶ୍ନ ଆସୁଛି । ସମସ୍ତେ ଏବେ କେନ୍ଦ୍ରୀୟ ନେତାଙ୍କ ଆଭିମୁଖ୍ୟ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଶାହ ଆସି ନବୀନଙ୍କୁ ପୋଡ଼ା ଟ୍ରାନ୍ସଫର୍ମର ବୋଲି କହିବା ସହ ଏହାକୁ ଉଠାଇ ଫିଙ୍ଗିଦେବା ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଏସବୁ ଦୃଷ୍ଟିରୁ ଯେଉଁ ସନ୍ଦେହ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି ତାହା କିପରି ଭାବରେ ଦୂର ହେବ ସେ ଚିନ୍ତା ଏବେ ନେତୃବୃନ୍ଦଙ୍କୁ ଘାରିଛି ।
ଫଳରେ ଧର୍ମେନ୍ଦ୍ର ଦଳୀୟ ନେତାଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଆଶ୍ୱାସନା ହେବାକୁ ଆଗେଇ ଆସିଛନ୍ତି । ସେ କହିଛନ୍ତି ଯେ, ଉପାଧ୍ୟକ୍ଷ ପଦ ଲାଗି ନିର୍ବାଚନ ନହୋଇ ଏହାକୁ ସହମତି ଭିତିରେ କରାଯିବା ଉଚିତ ଥିଲା । କିନ୍ତୁ ବିରୋଧୀ କଂଗ୍ରେସ ତାହାକୁ କରାଇଦେଲା ନାହିଁ । ବିଜେଡି ସହ କୌଣସି ବୁଝାମଣା ହୋଇନି କିମ୍ବା ହେବାର ପ୍ରଶ୍ନ ଉଠୁନାହିଁ । ଓଡ଼ିଶାରେ ବିଜେପି ନିଜ ବଳରେ ଏକୁଟିଆ ଲଢ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ବିକାଶ କରିବେ ଓ ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଧର୍ମେନ୍ଦ୍ରଙ୍କ ଏହି ଆଶ୍ୱାସନା ବାଣି କେତେଦୂର ପ୍ରଭାବ ପକାଇବ ତାହା ଭବିଷ୍ୟତ କହିବ ।
ହେଲେ ବିଜେଡି ସହ ପୂର୍ବ ତିକ୍ତତା ରାଜ୍ୟ କ୍ୟାଡରଙ୍କର ଜାରି ରହିଛି ବୋଲି ଦର୍ଶାଇବା ପାଇଁ ଦଳ ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ କରି ଦିଆଯାଇଛି । ଟିଟୋ ମାମଲାରେ ବିଜେଡି ସମ୍ପୃକ୍ତି ନେଇ ଆଜି ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ।

Loading...
ONA

Leave a Reply

Top