ଧମେନ୍ଦ୍ରଙ୍କ ଦେଲେ ନୂଆ ତଥ୍ୟ

0
1

ଭୁବନେଶ୍ୱର,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଦଳ ପକ୍ଷରୁ  ଆୟୋଜିତ ଦୁଇଟି ସାଧାରଣ ସଭାରେ ଉଦବୋଧନ ଦେବେ । ଗତ ଥର କଟକ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନବୀନ ସରକାରଙ୍କ ଉପରେ ବର୍ଷିଥିଲେ । କିନ୍ତୁ ଇତି ମଧ୍ୟରେ ରାଜନୀତି ନଦୀରେ ବହୁ ପାଣି ବହିଗଲାଣି । ଏଣୁ ପ୍ରଧାନମନ୍ତ୍ରୀ ନବୀନଙ୍କ ଉପରେ ପୂର୍ବ ପରି ବର୍ଷିବେ କି ନାହିଁ ତାକୁ ନେଇ ଆଲୋଚନା ଚାଲିଥିଲା ବେଳେ ଯେଉଁ ସବୁ ପ୍ରସଙ୍ଗକୁ ଉଠାଇ ସନ୍ଦେହ ପ୍ରକାଶ କରାଯାଉଛି, ସେହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ  ନୂଆ ତଥ୍ୟ ରଖିଛନ୍ତି ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ବିଜେପିକୁ ସର୍ମଥନ କରିଥିଲା । ଏଥିଲାଗି ନିଜେ ପ୍ରଧାନମନ୍ତ୍ରୀ ଓ ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ । ଏ ପ୍ରସଙ୍ଗରେ ଧମେନ୍ଦ୍ର ଆଜି ଗଣମାଧ୍ୟମକୁ କହିଛନ୍ତି, ଜଣେ ଓଡିଆକୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଯଚା ଯାଇଥିଲା । କଣ ପାଇଁ ସେମାନେ ନେଲେ ନାହିଁ, ସେମାନେ ଉତ୍ତର ଦେବେ । ଧମେନ୍ଦ୍ର କହିଛନ୍ତି, ଆଉ ଯାହା ସରକାରଙ୍କୁ ସହେଯାଗ କରିବା କଥା କୁହାଯାଇଛି କେଉଠି ଏମାନେ ସରକାରଙ୍କୁ ସହେଯାଗ କରୁଛନ୍ତି? ତାଚ୍ଛଲ୍ୟଭରା ହସି ହସି କହିଲେ କିଛି ବାଧ୍ୟବାଧକତା ଥିବ ଏମାନେ ମୌକା ଦେଖି ସର୍ମଥନ କରୁଥିବେ ।

ଏହାର ଉତ୍ତରରେ ବିଜେଡି ମୁଖପାତ୍ର ସାଂସଦ ପ୍ରତାପ କିଶୋରୀ ଦେବ କହିଛନ୍ତି, ଆମେ କେବଳ ଗଣମାଧ୍ୟମରୁ ଜାଣିଲୁ ପ୍ରସନ୍ନ ଆଚଯ୍ୟଙ୍କ ନାଁ ଚର୍ଚ୍ଚାରେ ଅଛି । ସେ ଯାହା କହୁଛନ୍ତି ଆମେ ପ୍ରସ୍ତାବ ଦେଇଥିଲୁ ସେ ବିଷୟରେ ଆମେ ଜାଣିନୁ । ଆଉ ଏଥିରେ କାହିଁକି ମୁଖ୍ୟମନ୍ତ୍ରୀ ସର୍ମଥନ କଲେ, କାହିଁକି ପ୍ରଧାନମନ୍ତ୍ରୀ ଫୋନ କରିଥିଲେ ଓ କାହିଁକି ଅମିତ ଶାହ ଫୋନ କରିଥିଲେ ଏବଂ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ, ତାହା ଉଭୟ ସଭାପତି କହିଲେ ଭଲ ହେବ  ବୋଲି ଶ୍ରୀ ଦେବ କହିଛନ୍ତି ।

ଧମେନ୍ଦ୍ରଙ୍କ ମତରୁ ସୂଚନା ମିଳୁଛି ପ୍ରଧାନମନ୍ତ୍ରୀ କୌଣସି କୋହଳ ମନୋଭାବ ପ୍ରଦର୍ଶନ କରିବେ ନାହିଁ । ନବୀନ ସରକାରଙ୍କୁ ନିଶ୍ଚୟ ଟାଗଚ୍ଛେଟ କରିବେ । ହେଲେ ପ୍ରଧାନମନ୍ତ୍ରୀ ଆସିଲା ପରେ ଏହା ସ୍ପଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here