ମହିଳା ସଂରକ୍ଷଣ ଘଟଣାରେ ନବୀନଙ୍କ ପଦକ୍ଷେପକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ମହିଳା ସଂରକ୍ଷଣକୁନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ରାଜନୀତିକ ଗୋଟି ଚାଳନା ଆରମ୍ଭ କରିଛନ୍ତି, ତାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା ସମାଲୋଚନା କରିଛନ୍ତି । ନବୀନ ପ୍ରଥମେ ବିଧାନସଭାରେ ସଂକଳ୍ପ ଆଣିଲେ ତା ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ, ଏହାପରେ ଦଳୀୟନେତାମାନଙ୍କୁ ସମସ୍ତ ଜାତୀୟ ଓ ଆଂଚଳିକ ଦଳର ମୁଖ୍ୟମାନଙ୍କ ନିକଟକୁ ପଠାଇବା ନିଷ୍ପତ୍ତିପରେ ଆଜି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ସହାୟତା ଲୋଡ଼ିଛନ୍ତି । ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମାଲୋଚନା କରି କହିଛନ୍ତି ଏହା ମୁଖ୍ୟମନ୍ତ୍ରୀଙ୍କର ଏକ ରାଜନୈତିକ ସୁଆଙ୍ଗ ଛଡ଼ା ଆଉ କିଛି ନୁହେଁ । କାରଣ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ନେଇ ସବୁ ଦଳମାନଙ୍କର ମତ ସ୍ପଷ୍ଟ ରହିଛି । ଏ ନେଇ ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ବିଭିନ୍ନ ଦଳ ପକ୍ଷରୁ ଯୁକ୍ତି ଉପସ୍ଥାପନ ହୋଇସାରିଛି । ଏକ୍ଷେତ୍ରରେ ବିଜେଡିର ଭୂମିକା କଣ ରହିଛି ସଂସଦରେ ହୋଇଥିବା ଆଲୋଚନା ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାପଡ଼ିଯାଉଛି । ଏଣୁ ଯଦି କେହି କୁମ୍ଭୀର କାନ୍ଦଣା କାନ୍ଦିବା ପାଇଁ ଚାହିଁବ ତାହା ଆଖିରେ ଲୁହ ବି ସରିବନି ବୋଲି ଧର୍ମେନ୍ଦ୍ର ତାତ୍ସଲ୍ୟ କରି କହିଛନ୍ତି ।

କୁମ୍ଭୀର କାନ୍ଦଣା କାନ୍ଦିଲେ ଆଖିରୁ ଲୁହ ଶୁଖିବନି

କେନ୍ଦ୍ର ଶ୍ରୀ ପ୍ରଧାନ କହିଛନ୍ତି, ବାହାଘର ବେହେ ବାଇଗଣ ରୋଇବା ଏକ ରାଜନୈତିକ ପଇଁତରା ବାଜି । ଏକଥାକୁ ଓଡ଼ିଶାର ଲେଶକେ ଭଲଭାବେ ବୁଝିଛନ୍ତି । ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି କୁନ୍ଦୁଲି ଓ ବେଲଟିକିରି ଘଟଣାର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି କୁନ୍ଦୁଲି ଦୁଖ ଓଡ଼ିଶାର ମାଭଉଣୀମାନେ ଏଯାଏଁ ଭୁଲିନାହାଁନ୍ତି କି ଏବେ ବେଲଟିକିରି ଆଶ୍ରୟଗୃହ କାରନାମା ମଧ୍ୟ ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ସରକାରଙ୍କ ନାକ ତଳେ ଓ ପୃଷ୍ଠପୋଷକତାରେ ଯେଉଁଭଳି ଭାବରେ ୨୨ଟି ଜାଗାରେ ଗୋଟିଏ ସଂସ୍ଥା ଝିଅମାନଙ୍କୁ ଅତ୍ୟାଚାର ଚାଲିଥିଲା ତାର ଚିତ୍ର ମିଳିସାରିଛି । ଏବେ ସେଇ ସରକାର ମହିଳାଙ୍କ ନାମରେ ସଂରକ୍ଷଣ ନେଇ ଯାହା କହୁଛି ତାହା ରାଜନୀତି କରିବା ଛଡ଼ା ଆଉ କିଛି ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here