ବାରିପଦାରେ ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର, ଦେଖନ୍ତୁ ଏହି ଭିଡ଼ିଓ…

https://www.facebook.com/nnsodia/videos/267154983995629/?t=5

ବାରିପଦା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସମ୍ବେଦନଶୀଳହିନ, ଓଡ଼ିଶା ବିରୋଧୀ, ନିଳବର୍ଣ୍ଣ ଶୃଗାଳ ଭଳି ଶବ୍ଦମାନ ବ୍ୟବହାର କରି କଟୁ ସମାଲୋଚନା କରିଛନ୍ତି । ଏପରି କି ମହିଳା ଶସକ୍ତିକରଣ ନେଇ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି । ବଳାକ୍ରାରୀ ଖସି ଯାଉଥିଲା ବେଳେ ତାଙ୍କ ମନ୍ତ୍ରୀ ଅଭିଯୁକ୍ତଙ୍କୁ ସାବାସି ଦେଉଥିଲା ବେଳେ ମୁଖ୍ୟମନ୍ତ୍ରୀ ନୀରବରେ ବସିଛନ୍ତି । ଯେଉଁ ପ୍ରକଳ୍ପ ପାଇଁ ସେ ବହୁ ଆଗରୁ ଲେଖିସାରିଛନ୍ତି ଓ ତାହାର ଫାଇଲ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ପଡ଼ିଛି ସେ ସମ୍ପର୍କରେ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଲେଖି ହାସ୍ୟାସ୍ପଦ କାର୍ଯ୍ୟ କରୁଛନ୍ତି । ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କେବେ ସରିବ ସେଥିନେଇ ପ୍ରଶ୍ନ ଉଠାଇଛନ୍ତି । ଏସମ୍ପର୍କରେ ସମସ୍ତ ତଥ୍ୟ ଏହି ଭିଡ଼ିଓରେ ଦେଖନ୍ତୁ…

Euphoric atmosphere at Baripada prior to Hon. PM Sh. Narendra Modi’s visit.

Posted by Dharmendra Pradhan on Saturday, January 5, 2019

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here