ଏଥର ଧର୍ମେନ୍ଦ୍ରଙ୍କ ନିଶାନାରେ କେବଳ ନବୀନ

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ବି ଓଡ଼ିଶା ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାଣ ନ ମାରି ଛାଡୁ ନ ଥିôôôବା ଦେଖାଯାଇଛି । ଗତ ୨୫ ତାରିଖରେ ବାଲେଶ୍ୱରଠାରେ ଏମ୍ସର ସ୍ୟାଟଲାଇଟ ସେଣ୍ଟର ଉଦଘାଟନ ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ଉଦବୋଧନ ଦେଲା ବେଳେ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କୁ ସମାଲୋଚନା କରିବାକୁଯାଇ ନବୀନଙ୍କୁ କଟାକ୍ଷ କରିଥିଲେ । ନବୀନ କିପରି ଚିଠିର ଉତ୍ତର ଦିଅନ୍ତି ନାହିଁ ଏବଂ ୧୮ ବର୍ଷ ଶାସନ କଲେ ମଧ୍ୟ ନିଜକୁ ସୁଯୋଗ ସୃଷ୍ଟି କରୁନାହାଁନ୍ତି, କେବଳ ଭଲ ଶାସନ କରି ବାହାବାହା ନେଉଛନ୍ତି । ଏଭଳି କଥାମାନ କହିଥିଲେ । ଆଜି ଭୁବନେଶ୍ୱରରେ କେନ୍ଦ୍ର ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଏନଏସଏସଏଚ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପୁଣି ସିଧା ସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି । ନବୀନ ତାଙ୍କ ନିର୍ବାଚନମଣ୍ଡଳୀରେ କେବଳ ପିଲାମାନଙ୍କୁ ଭୂଆଁ ବୁଲାଉଛନ୍ତି । ବାସ୍ତାବରେ ସେମାନଙ୍କ ପାଇଁ କୌଣସି ନିଯୁକ୍ତି ସୁଯୋଗ ସୃଷ୍ଟି କରୁନାହାଁନ୍ତି । ସେମାନେ ଯାଇ ରାଜ୍ୟ ବାହାରେ ବାପା ମାଙ୍କୁ ଛାଡ଼ି ପେଟପାଟଣା ପାଇଁ ରୋଜଗାର ଖୋଜୁଛନ୍ତି । ଏପରି କି ଦିବ୍ୟାଙ୍ଗ ଝିଅମାନେ ବି ପରିବାର ପୋଷିବା ପାଇଁ ରାଜ୍ୟ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । କେନ୍ଦ୍ର ସରକାର ଏବେ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ସେମାନଙ୍କୁ ମାଲିକ ବନାଇବା ପାଇଁ ଆଗେଇ ଆସିଥିôବା ନେଇ ଧର୍ମେନ୍ଦ୍ର ମତ ରଖିଛନ୍ତି । ଏହି ତାଲିମ ପାଇଁ ଧର୍ମପଦ ଭବନ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଥିବା ସେ କହିଛନ୍ତି ।

ତାଲିମ ହିଂଜିଳିରେ, ନିଯୁକ୍ତି ତାମିଲନାଡୁରେ

ଧର୍ମପଦ ଭବନର ଉଦଘାଟନ ଉତ୍ସବରେ ଆୟାଜେିତ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କହିଥିଲେ ଗଂଜାମ ଝିଅ ଗୌରୀ ହିଞ୍ଜୁଳିକାଟ (ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ) ତାଲିମ ନେଇଛି । କିନ୍ତୁ କାମ କରୁଛି ଯାଇ ତାମିଲନାଡୁରେ । ତାଲିମ ନେବ ହିଜିଂଳିକାଟୁରେ ଆଉ କାମ କରିବ ତାମଲିନାଡୁର ତିରିପୁରରେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଗୌରୀ ମ୍ୟାଟ୍ରିକ ଫେଲ ହୋଇଗଲା ପରେ ଭାବିଲା ମୋ ଜୀବନ ବେକାର ହୋଇଗଲା । କିଛି ନ ଭାବି ରେଳରେ ବସି ତାମିଲନାଡୁ ଚାଲଗଲା । ସେଠି ତିରିପୁରରେ ତାକୁ କାମ ମିଳିଲା । ଏହି ଓଡ଼ିଆ ଝିଅକୁ ଗୁଣ ଚିହ୍ନେ ଗୁଣିଆ ଭଳି କେନ୍ଦ୍ର ଏମଏସଏମଇ ଭଳି ମନ୍ତ୍ରୀ କିଛି ଦିନ ତଳେ ତିରିପୁରକୁ ସମୀକ୍ଷା କରିବାକୁ ଯାଇଥିଲେ । ସେଠାରେ ଗୌରୀକୁ ଠାବ କରିଥିଲେ । ଗିରିରାଜ ଜୀ ସେଠାରୁ ଫେରିବା ପରେ ମୋତେ ଆସି ଗାଳି ଦେଲେ । ସେ ମୋର ଭଡ଼ଭାଈ ଗାଳି ଦେବାସ୍ୱାଭାବିକ । ମୋତେ କହିଲେ ତୁମେ ଜଣେ ଆଯୋଗ୍ୟ ଲୋକା ମୁଁ କହିଲି, କାହିଁକି ଅଯୋଗ୍ୟ ହେଲି, ମୁଁ ବହୁତ ଉଜଳାର ସଂଯୋଗ ଦେଇଛି । ସେ ମୋତେ କେହିଲେ ତୁମେ ଉଜଳା ଲଗାଉଥାଅ ତୁମ ରାଜ୍ୟରେ ରୋଜଗାର କାହିଁ । ମୁଁ ତିରିପୁରରୁ ଫେରୁଛି । ସେଠି ଥିବା ବୟନଶିଳ୍ପରେ ଯେତେ କାମ କରୁଛନ୍ତି ଅଧା ଶ୍ରମକ ହେଲେ ଓଡ଼ିଶାର । ଏଣୁ ଗୌରି ଭଳି ଦବାଙ୍ଗ ଭଉଣୀକୁ ଯଦି ଓଡ଼ିଶାରେ କାମ କିଳୁଥାନ୍ତା ତାହେଲେ ସେ ତିରିପୁରକୁ ଯାଇ ନ ଥାନ୍ତା । ତାକୁ ଯଦି ୧୦୦ କିମ୍ବା ୫୦୦ ଟଙ୍କା କମରେ ଓଡ଼ିଶା ରୋଜଗାର ମିଳିଥାନ୍ତା ତେବେ ସେଏଠିିବାକୁ ପସନ୍ଦ କରିଥାନ୍ତା ଓ ସହସିଦମାନଙ୍କ ସହ ବଂଚିଥାନ୍ତା । ଗଂଜାମର ଝିଅ ହିଞ୍ଜିଳିକାଟୁରେ ଟ୍ରେନିଂ ନେଉଛି କାମ କରୁଛି ଯାଇ ତାମିଲନାର ତିରିପୁରରେ । ମୁ ହିଞ୍ଜିଳିକାଟୁ ନାଁ ନେଉଛି ଏହାକୁ କେହି ଭୁଲ ବୁଝିବେ ନାହିଁ । ହିଞ୍ଜିଳିକାଟୁରେ କେବଳ ତାଲିମ ଦିଆହୁଏ ରୋଜଗାର ମିଳେନି । ରୋଜଗାର ମିଳୁଛି ତାମିଶନଡୁରେ । ଓଡ଼ିଶାର ଦବ୍ୟାଙ୍ଗ ଝିଅ ବାପାମାଙ୍କୁ ଛାଡ଼ି ତାମିଲନାଡୁରେ କାହିକି ରହିବ । ଓଡ଼ିଶାରେ କାହିଁକି ନୁହେଁ ।୪.୫୦ କୋଟି ଓଡ଼ିଆ ଲୋକଙ୍କ ପାଇଁ କାହିଁକି ଓଡ଼ିଶାରେ ରୋଜଗାର ହେବ ନାହିଁ । ଆମ ଗୌରୀ ଏଇଠି ବାପାରେ ରହି କାହିଁକି ସୁଯୋଗ ପାଇ ୟବ ନାହିଁ । ଏଥିପାଇଁ ଦାୟିତ୍ୱ ଅଛି କି ନାହିଁ । ଭାରତ ସରକାରଙ୍କର ବି ସହଯୋଗର ଆବଶ୍ୟକ ଅଛି ବୋଲି ଧମେନ୍ଦ୍ର କହିଛନ୍ତି ।
ବାଲେଶ୍ୱରରେ ଏହି ନିଯୁକ୍ତି ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର ଆକ୍ଷେପ କରିଥିଲେ ‘୧୮ ବର୍ଷିଆ ଶସନ, ୧ ନଂ ଶାସନ, ମାନ୍ୟବରଙ୍କ ଶାସନ’ କିନ୍ତୁ ବାଲେଶ୍ୱରରେ ଉତ୍ପାଦିତ ହେଉଥିôବା ମାଛ ପ୍ରେଆସୋସିଂପାଇଁ ଭୁବନେଶ୍ୱରକୁ ଯାଉଛି । ବାଲେଶ୍ୱରରେ ପ୍ରୋସେସିଂ ପ୍ଲାଣ୍ଟ ହେଉପାରୁନାହିଁ । ଏଠି ହୋଇଥିଲେ ସ୍ଥାନୀୟ ଯୁବକମାନେ ନିଯୁକ୍ତି ପାଇଥାନ୍ତେ ବ ବୋଲି ସେ କହିଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here