You are here
Home > ଇଣ୍ଡିଆ > ଦିଲ୍ଲୀରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଆରମ୍ଭ

ଦିଲ୍ଲୀରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଆରମ୍ଭ

ନୂଆଦିଲ୍ଲୀ : ପ୍ରଗତି ମଇଦାନରେ ଆଜିଠୁ ଆରମ୍ଭ ହୋଇଛି ୩୬ତମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା । ୧୪ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦଘାଟନ କରିଛନ୍ତି । ଏହି ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ୨୭ଟି ଦେଶ ଭାଗ ନେଇଛନ୍ତି । ଓଡିଶା ସମେତ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶଗ୍ରହଣ କରିଛନ୍ତି । ୭ ହଜାର ଘରୋଇ ଓ ବିଦେଶୀ କମ୍ପାନୀ ସମେତ ୨୭ଟି ଦେଶର ୧୫୦ଟି କମ୍ପାନୀ ନିଜର ଷ୍ଟଲ ଖୋଲିଛନ୍ତି । ଚଳିତ ବର୍ଷ ବାଣିଜ୍ୟ ମେଳାରେ ଫୋକସ୍ ଷ୍ଟେଟ ଭାବେ ହରିୟାଣାକୁ ଗ୍ରହଣ କରାଯାଇଛି । ସେହିପରି ପାର୍ଟନର ଷ୍ଟେଟ ଭାବେ ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡକୁ ଗ୍ରହଣ କରାଯାଇଛି । ସେହିଭଳି ଫୋକସ୍ ଦେଶ ଭାବେ ବେଲାରୁଷ ଓ ପାର୍ଟନର ଦେଶ ଭାବେ ସାଉଥ କୋରିଆକୁ ନିଆଯାଇଛି । ଚଳିତବର୍ଷ ଓଡିଶା ମଣ୍ଡପର ଥିମ୍ ରହିଛି ଡିଜିଟାଲ ଓଡିଶା । ସେହିପରି ଓଡିଶା ମଣ୍ଡପକୁ ଉଦଘାଟନ କରିଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହି ବାଣିଜ୍ୟ ମେଳା ଆସନ୍ତା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଦଘାଟନୀ ଉତ୍ସବରେ ରାଷ୍ରପତି କହିଛନ୍ତି-“ଭାରତ ସବୁବେଳେ ପଡୋଶୀ ରାଷ୍ଟ୍ରଗୁଡିକର ସ୍ଥିର ଓ ଅଭିବୃଦ୍ଧିରେ ବିଶ୍ବାସ କରେ। ଦେଶରେ ଚିଲିଥିବା ଆର୍ଥିକ ସଂସ୍କାର ପ୍ରକ୍ରିୟା ଯଥା ଜିଏସଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ମଧ୍ୟରେ ବିକାଶ ଲାଗି ପ୍ରତିଯୋଗିତାପୂଣ୍ଣ ମନୋଭାବ ସୃଷ୍ଟି କରିବ”। ସେହିପରି ଅକ୍ଷୟ ଉର୍ଜା ଉପରେ କେନ୍ଦ୍ର ସରକାରଙ୍କର ପଦକ୍ଷେପକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି ।

 

Loading...
ONA

Leave a Reply

Top