ଶାହାରୁଖାନଙ୍କୁ ପଛରେ ପକାଇଲେ ଦୀପିକା, ଷ୍ଟାରଡମ ଜିତି ପୁଣି ସୃଷ୍ଟି କଲେ ସ୍ୱତନ୍ତ୍ର ପରିଚୟ …

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ବଲିଉଡରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଦୀପିକା ପାଦୁକୋନ୍ ଫିଲ୍ମ ଜଗତରେ ଧମାଲ ମଚାଉଥିବାବେଳେ ଆଜି ପୁଣି ଷ୍ଟାରଡମ ଜିତି ଏକ ସ୍ୱତନ୍ତ୍ର ପରିଚୟ ସୂଷ୍ଟି କରିଛନ୍ତି | ଏହି କାରଣ ପାଇଁ ସେ ଫିଲ୍ମରେ ସବୁଠୁ ଅଧିକ ଅର୍ଥ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ନିଜକୁ ସାମିଲ୍‌ କରିଛନ୍ତି । ବଲିଉଡ୍‌ରେ ଜଣେ ଆଗ ଧାଡ଼ିର ଅଭିନେତାଙ୍କଠାରୁ ବି ତାଙ୍କୁ ଅଧିକ ଫିସ୍‌ ମିଳୁଛି । ଏବେ ପୁଣି ସେ ଆଉ ଏକ ସଫଳତା ନିଜ ନାଁ ଯୋଡିଛନ୍ତି । ସୁଚନାନୁଯାୟୀ, ୨୦୧୮ର ସବୁଠୁ ବଡ଼ ବ୍ରାଣ୍ଡ୍‌ ଭାଲ୍ୟୁ ସେଲିବ୍ରିଟିମାନଙ୍କ ତାଲିକା ଏବେ ଜାରି କରିଛି । ଯେଉଁଥିରେ ଦୀପିକା ପାଦୁକୋନ୍‌ଙ୍କ ସ୍ଥାନ୍‌ ଖୁବ୍‌ ଆଶ୍ଚର୍ଯ୍ୟକର ରହିଛି । ଏହି ତାଲିକାରେ ଦୀପିକା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତାଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ୧୦୨.୫ ରହିଛି । ଗତ ବର୍ଷ ତଥା ୨୦୧୭ରେ ସେ ତୃତୀୟ ସ୍ଥାନରେ ଥିଲେ । କିନ୍ତୁ ୨୦୧୮ରେ ଫିଲ୍ମ ସେଲିବ୍ରିଟିଙ୍କ ସବୁଠୁ ଅଧିକ ବ୍ରାଣ୍ଡ୍‌ ଭାଲ୍ୟୁ ତାଲିକାରେ ସେ ସବୁଠୁ ଆଗରେ ଅଛନ୍ତି । ତେବେ ୨୦୧୭ରେ ଶାହାରୁଖ୍‌ ଖାନ୍‌ ଦ୍ୱିତୀୟ ସ୍ଥାନରେ ଥିଲେ । କିନ୍ତୁ ୨୦୧୮ରେ ତାଙ୍କୁ ଭାଲ୍ୟୁ ଖସି ପଞ୍ଚମ ସ୍ଥାନରେ ଆସି ପହଞ୍ଚିଛନ୍ତଚି ବୋଲି ସୂଚନା ମିଳିଛି ।

ମୁମ୍ବାଇ ଫେରିଲେ ଦୀପବୀରା, ଭାଇରାଲ ହେଲା ଭିଡିଓ, ଦେଖନ୍ତୁ ଏହି…

 

ମତାମତ ଦିଅନ୍ତୁ

Please enter your comment!
Please enter your name here