ଦୀପିକା କହିଲେ ରଣବୀର ତାଙ୍କୁ ପ୍ରତାରଣା କରିଛନ୍ତି

ବମ୍ବେ: ଦୀପିକା ପାଦୁକୋନ ଚଳଚ୍ଚିତ୍ର ଜଗତରେ ଜଣେ ସୁନାମଧନ୍ୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ । କେବଳ ବଲିଉଡ୍ ନୁହେଁ ହଲିଉଡ୍ରେ ବି ତାଙ୍କର ବେଶ୍ ଚର୍ଚ୍ଚା । ବିଭିନ୍ନ ଚଳଚ୍ଚିତ୍ରରେ ତାଙ୍କର ଭୂମିକାକୁ ନେଇ ସେ ଦର୍ଶକଙ୍କ ମହଲରେ ବହୁ ଆଦ୍ରୁତ ହେଉଛନ୍ତି । ଏବେ ତାଙ୍କର କିଛି ମନର କଥା ଓ ବ୍ୟଥା ପଦାକୁ ଆସିଛି । ସେ ନିଜେ ଯେଉଁସବୁ ବିଷୟ ପ୍ରକାଶ କରିଛନ୍ତି ତାହା ଏବେ ଦର୍ଶକ ଓ ତାଙ୍କ ଶୁଭେଚ୍ଛୁମାନଙ୍କ ମଧ୍ୟରେ ବେଶ ଆଲୋଚ୍ୟର ବିଷୟ ହୋଇଛି । ସେ କେବଳ ଅଭିନୟରେ ନିପୁଣ ନୁହଁନ୍ତି ତାଙ୍କ ସୌନ୍ଦର୍ଯ୍ୟ ପାଇଁ ବି ପ୍ରଶଂସିତ ହୋଇଛନ୍ତି । ରଣବୀରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ନେଇ ସେ ବେଶ ଚର୍ଚ୍ଚାରେ ଥିଲା ବେଲେ ଏବେ ସେ ବିବାହ କରିବେ ନାହିଁ ବୋଲି ସ୍ପଷ୍ଟ କରିବା ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆଉ ବିବାଦୀୟ କଥା କହିଛନ୍ତି । ରଣବୀର ତାଙ୍କୁ ପ୍ରତାରଣା କରିଥିବା ଭଳି ଅଭିଯୋଗ ମଧ୍ୟ ଦୀପିକା ଆଣିଛନ୍ତି । ଏହା ତାଙ୍କର ଶୁଭେଚ୍ଛୁ ଓ ପ୍ରଶଂସକମାନଙ୍କୁ ବେଶ ଆଘାତ ଦେଇଛି ।
ଦୀପିକା ନିଜର ମନକଥା ଖୋଲି କହିବାକୁ ଯାଇ ବିଭିନ୍ନ ବିଷୟ ଉଲ୍ଲେଖ କରିଛନ୍ତି । ଆସନ୍ତା ନଭେମ୍ବରରେ ବଲିଉଡ ଷ୍ଟାର ରଣବୀର କପୁରଙ୍କ ସହ ତାଙ୍କର ବିବାହ ହେବା ନେଇ ଚର୍ଚ୍ଚା ହେବା ଏବଂ ସେ ଗର୍ଭବତୀ ଥିବା ନେଇ ହେଉଥିବା ଆଲୋଚନା ସମ୍ପର୍କରେ ସେ ମତ ରଖିଛନ୍ତି । ଦୀପିକା କହିଛନ୍ତି ମୁଁ ଗର୍ଭବତୀ ନୁହେଁ କି ବିବାହ ପାଇଁ ଚୁକ୍ତିବଦ୍ଧ ହୋଇାନାହିଁ । ନିକଟରେ ବିବାହ କରିବାର ମଧ୍ୟ ଯୋଜନା ନାହିଁ । କେବଳ ଏତିକି ନୁହେଁ ରଣବୀର ତାଙ୍କୁ ପ୍ରତାରଣା କରିଥିବା କଥା ମଧ୍ୟ ସେ କହିଛନ୍ତି । ରଣବୀର
ତାଙ୍କ ସହିତ ପ୍ରତାରଣାପୂର୍ଣ୍ଣ ବ୍ୟବହାର କରିଛନ୍ତି । ଅନ୍ୟ କାହା ସହିତ ରଣବୀର କପୁରଙ୍କୁ ଘନିଷ୍ଠ ଅବସ୍ଥାରେ ଦେଖିବା ପରେ ଦୀପିକାଙ୍କ ମତ ବଦଳି ଯାଇଥିଲା । ଏଣୁ ସେ ଆଉ ରଣବୀରଙ୍କ ସହ ସମ୍ପର୍କ ବଢ଼ାଇ ନ ଥିବା କହିଛନ୍ତି ।
ଏକଥା ବି ଦୀପିକା କହିଛନ୍ତି ଚଳଚ୍ଚିତ୍ର କ୍ୟାରିୟର ବଢ଼ାଇବା ଦିଗରେ ରଣବୀରଙ୍କ ଚଳଚ୍ଚିତ୍ର ବେଶ ତାଙ୍କୁ ସହାୟତା କରିଥିଲା । ସେ ଯେତେବେଳେ ବଲିଉଡ୍ରେ ନିଜ ସ୍ଥିତି ସୁଦୃଢ଼ କରିବାକୁ ଚାହୁଥିଲେ ସେସମୟରେ ରଣବୀର କପୁର ଅଭିନୀତ “ୟେ ଯୱାନୀ ହେ ଦିୱାନୀ” ତାଙ୍କ କ୍ୟାରିଅର୍ ପାଇଁ ବହୁତ ଉପଯୋଗୀ ହୋଇଥିଲା । ପରବର୍ତ୍ତୀ ସମୟରେ ରଣବୀର ଓ ତାଙ୍କ ସମ୍ପକକୁ ନେଇ ଝଡ଼ ସୃଷ୍ଟି ହୋଇଥିଲେ ମଧ୍ୟ ଏହା ତାଙ୍କ କ୍ୟାରିୟର୍ ଉପରେ କୌଣସି ପ୍ରଭାବ ପକାଇ ନଥିଲା । ଦୀପିକା ଆହୁରି କହିଛନ୍ତି ତାଙ୍କର ଅଭିନୟ ଜୀବନର ଆରମ୍ଭ ପରେ ସେ ଅଚାନକ ବିଷାଦଗ୍ରସ୍ତ ହୋଇପଡ଼ିଥିଲେ । କିନ୍ତୁ ଏଥିରୁ ମୁକୁଳିବାକୁ ମଧ୍ୟ ସେ ବାଟ ବାହାର କରିଥିଲେ । ତେବେ ବଲିଉଡ୍ର ସଫଳ ହେବା ସତ୍ତେ୍ୱ ମଧ୍ୟ ତାଙ୍କୁ ଅନେକ ସମୟରେ ଅବସାଦର ମୁକାବିଲା କରିବାକୁ ହେଉଥିଲା ।
ଦୀପିକା କହିଛନ୍ତି ତାଙ୍କର ଯେତେ ଚଳଚ୍ଚିତ୍ର ହିଟ୍ ହୋଇଛି ସେ ସବୁ ମଧ୍ୟରୁ ‘ପଦ୍ମାବତ’ରେ ତାଙ୍କୁ ସର୍ବାଧିକ ପ୍ରଶଂସା ମିଳିଛି । ଏହି ଚଳଚ୍ଚିତ୍ର ବଡ଼ ଧରଣଣ ବିବାଦ ଘେରରେ ସତ୍ତେ୍ୱ ବିପୁଳ ଜନସମର୍ଥନ ଯୋଗୁ ଏହା ମୁକ୍ତିଲାଭ କରିବାକୁ ସକ୍ଷମ ହୋଇଥିଲା ।
ଦୀପିକା କହିଛନ୍ତି ତାଙ୍କ ବ୍ୟକ୍ତିତ ଜୀବନରେ କିଛି ସମ୍ପର୍କ ଭାଙ୍ଗିବା ନେଇ ସେ ମର୍ମାହତ ହୋଇଛନ୍ତି, କିନ୍ତୁ ଜୀବନର ଖରାପ ସମୟରେ କେବେ ଭାଙ୍ଗି ପଡ଼ିନାହାଁନ୍ତି । ପରିବାର ଏବଂ ବନ୍ଧୁମାନଙ୍କଠାରୁ ମିଳିଥିବା ସମର୍ଥନ ମତେ ଅନେକ ଜଟିଳତାରୁ ମୁକ୍ତି ଦେଇଛି । ଜୀବନର ସବୁ କ୍ଷେତ୍ରରେ ସେ ତାଙ୍କ ପିତା ପ୍ରକାଶ ପାଦୁକୋନଙ୍କଠାରୁ ସମର୍ଥନ ପାଇଆସିଥିôବା କହିଛନ୍ତି । ସୋସିଆଲ ମିଡିଆ ତାଙ୍କୁ ଲକ୍ଷ ଲକ୍ଷ ପ୍ରଶଂସକ ସହ ସିଧାସଳଖ ଯୋଡ଼ି ହେବାର ସୁଯୋଗ ଦେଇଛି । ନିଜକୁ ପ୍ରକାଶ କରିବା ପାଇଁ ଏହା ସର୍ବଶ୍ରେଷ୍ଠ ମାଧ୍ୟମ । ନିଜର ମନକଥା କହିବା ଏବତଂ ଫ୍ୟାନ୍ଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଏହା ଅପରିହାର୍ଯ୍ୟ ବୋଲି ଦୀପିକା କହିଛନ୍ତି ।
ଶ୍ରୀଦେବୀଙ୍କ ସମ୍ପର୍କରେ ମଧ୍ୟ ଦୀପିକା ମତ ରଖିଛନ୍ତି । ତାଙ୍କୁ କିପରି ଭାବେ ଶ୍ରୀଦେବୀଙ୍କ ମୃତ୍ୟୁ ଉଦାସ କରିଥିଲା ସେ ବିଷୟ ବର୍ଣ୍ଣନା କରିଛନ୍ତି । ଦୀପିକା କହିଛନ୍ତି ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ଅଚାନକ ମୃତ୍ୟୁରେ ମୁଁ ବହୁତ ଉଦାସ ଓ ବିଚଳିତ ହୋଇପଡ଼ିଥିଲି । ଶ୍ରୀଦେବୀ ଦୁବାଇ ଗସ୍ତ କରିଥିବାର କିଛି ଦିନ ପୂର୍ବରୁ ସେ ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଅଚାନକ ତାଙ୍କର ମୃତ୍ୟୁ ବଲିଉଡରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କଲା ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here