ତହସିଲ କ୍ୟାର୍ଯ୍ୟାଳୟରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଯାଜପୁର: ବିଂଝାରପୁର ତହସିଲ କ୍ୟାର୍ଯ୍ୟାଳୟରୁ ଜଣଙ୍କର ଝୁଲନ୍ତା ମୁତଦେହ ଉଦ୍ଧାର ହୋଇଛି । ମୃତକ ସେଠିକାର ପିଅନ ବୋଲି ଜଣାପଡିଛି । ତାଙ୍କ ନାମ ପ୍ରଶାନ୍ତ କୁମାର ଜେନା ବୋଲି ଜଣାପଡ଼ିଛି । ପ୍ରଶାନ୍ତ କାର୍ଯ୍ୟାଳୟ ଭିତରେ ଅତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି । ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏହାସନ୍ଦେହ ଘେରକୁ ଆସିଛି ପ୍ରଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ମାରିଛି ତାହା ପୁଲିସ ସନ୍ଦେହରେ ଅଛି । ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।