ବୁଦା ମୂଳରୁ ମିଳିଲା କୋରିୟର ବୟଙ୍କ କ୍ଷତାକ୍ତ ଶରୀର

https://www.facebook.com/nnsodia/videos/267154983995629/?t=5

ଭବାନୀପାଟଣା: ରାଜ୍ୟରେ ବଢି ଚାଲିଛି ଅପରାଧର ସଂଖ୍ୟା | ଏମିତି କେଉଁ ଦିନ ନାହିଁ ଯେଉଁଦିନ ହତ୍ୟା, ଲୁଟ ଓ ଦୁପଷ୍କରମ ପରି ଅବାନୀୟଯ କାଣ୍ଡ ଘଟୁନଥିବ | ସବୁଦିନ ରାଜ୍ୟର କେଉଁଟି ନା କେଉଁଠି ଏପରି ଲଜ୍ଜ୍ୟଜନକ କାଣ୍ଡ ଘଟୁଥିବାର ସୂଚନା ମିଳେ | ତେବେ ଆଜି ଆଉ ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ | ଜଣେ କୋରିୟର ବୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ଭବାନୀପାଟଣା ସ୍ଥିତ ଗୋଦାମପଡ଼ର ଅଜୟ ସୁନାନୀ । ସେ ଏକ କୋରିଅର କମ୍ପାନୀରେ କାମ କରୁଥିଲେ ବୋଲି ଜଣାପଡ଼ିଛି । ଭବାନୀପାଟଣାର ହିଲ୍‌ଟାଉନ୍‌ର ୭ ନମ୍ବର ଲେନ୍‌ର ଏକ କଣ୍ଟାବୁଦାରୁ ଅଜୟଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ତାଙ୍କ ଶରୀରେ ଏକାଧିକ କ୍ଷତ ଚିହ୍ନ ରହିଛି । ତାଙ୍କ ମୁହଁ ଓ ଛାତି କ୍ଷତାକ୍ତ ହୋଇଛି । ତାଙ୍କ ବାଇକ୍ ମଧ୍ୟ ସେହି ପାଖରେ ପଡ଼ିଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସନ୍ଧାନୀ କୁକୁରର ମଧ୍ୟ ସହାୟତା ନିଆଯାଇଥିଲା । ଅଜୟଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ କିଏ ଏବଂ କାହିଁକି ଏପରି ଅମାନୁଷିକ ଭାବେ ହତ୍ୟା କରିଛି |

ପୁଣି ରାଜ୍ୟରେ ଲଜ୍ଜ୍ୟକାଣ୍ଡ, ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର

 

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here