ପ୍ରେମ ଆଗରେ ହାର ମାନିଲେ ପ୍ରେମୀଯୁଗଳ, ବିବାହ ଲାଗି ପରିବାର ଅରାଜି ହେବାରୁ ଗଛରେ ଝୁଲିଲେ…

ନବରଙ୍ଗପୁର: ପ୍ରେମ ଆଗରେ ହାର ମାନିଲେ ପ୍ରେମୀଯୁଗଳ | ପରିବାର ଲୋକେ ବିବାହରେ ରାଜି ନହେବାରୁ ଗଛରେ ଝୁଲିଲେ ପ୍ରେମୀଯୁଗଳ | ଏପରି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଳା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଗୁମିଦରା ଗାଁରେ | ଉଭୟ ଯୁବକ ଓ ଯୁବତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଆଜି ଗାଁଲୋକ ଦେଖିବାକୁ ପାଇଥିଲେ | ମୃତକ ଦ୍ୱୟ ହେଲେ ଗାଁର ୨୨ ବର୍ଷିୟ ବନବାସୀ ଦଣ୍ଡସେନା ଓ ୨୦ ବର୍ଷୀୟା ଶ୍ୱାତୀ ପାଇକ । ସୁଚନାନୁଯାୟୀ, ବୁଧବାର ରାତିରେ ଖାଇ ସାରିବା ପରେ ସେମାନେ ନିଜ ନିଜ ଘରୁ ବାହାରି ଯାଇଥିଲେ । ସେମାନେ ଘରେ ରାତିରେ ନଥିବା ନେଇ ତାଙ୍କ ପରିବାର ଲୋକେ ଜାଣି ନଥିଲେ ବୋଲି ସୂଚନା ଦେଇଥିଲେ | ତେବେ ଆଜି ସକାଳେ ଲୋକେ ସେମାନଙ୍କ ମୃତଦେହକୁ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଝିଅଟି ଓଢ଼ଣୀରେ ଝୁଲି ପଡ଼ିଥିବା ବେଳେ ପୁଅଟି ଏକ ଲୁଙ୍ଗିରେ ଝୁଲିଥିଲା । ପାପଡ଼ାହାଣ୍ଡି ପୁଲିସ୍ ଘଟଣାର ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳୁଛି |

ପୁଣି ମାତିଲେ ଦୃର୍ବୁତ୍ତ, ଫିଲ୍ମ ଷ୍ଟାଇଲରେ ଆସି ଲୁଟିଲେ ୩ଲକ୍ଷ ଟଙ୍କା