ଝିଅର ଅାତ୍ମହତ୍ୟା ପ୍ରତିଶୋଧ ନେଲା ବାପ, ଜେଲରୁ ସମୁଦୁଣୀ ମୁକୁଳିବା ପରେ ତଣ୍ଟି କାଟିଲା ସମୁଦି

https://www.facebook.com/nnsodia/videos/267154983995629/?t=5

ବୁଗୁଡ଼ା: ଝିଅର ପ୍ରତିଶୋଧ ନେବା ଲାଗି ବାପା ସାଜିଲା ବଦଲାକାରୀ | ଝିଅର ତାର ସାଶୂ ଘରେ ଆତ୍ମହତ୍ୟା କରିଥିବାରୁ ଝିଅର ବାପ ଆଜି ତାର ସାମୁଦଣୀଖୁ ଛୁରି ଭୁସି ହତ୍ୟା କରିଥିବାର ଅଭିଯୋଗ ହେଉଛି | ଏପରି କାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଥାନା ଅନ୍ତର୍ଗତ ଅନ୍ନପୂର୍ଣ୍ଣାସାହିରେ | ସୁଚାନାନୁସାରେ, ୨୦୧୭ ଅକ୍ଟୋବର ୩୦ରେ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ପଟାଧାର ଗ୍ରାମର ପଦ୍ମନାଭ ସାହୁଙ୍କ ଝିଅ ଭାରତୀ ସାହୁ ଶାଶୁଘରେ ଆତ୍ମହତ୍ୟା କରିଥିଲେ । ମାତ୍ର ଭାରତୀୟର ବାପଘର ଲୋକେ ଥାନରେ ହତ୍ୟା ଅଭିଯୋଗ ଆଣିଥିଲେ | ଏହି ଘଟଣାରେ ପୁଲିସ ଭାରତୀଙ୍କ ସ୍ୱାମୀ ରଘୁନାଥ ସାହୁ, ଶାଶୁ କନକ ସାହୁ, ଶ୍ୱଶୁର କବିଚନ୍ଦ୍ର ସାହୁ ଓ ଦିଅର ଶାନ୍ତନୁ ସାହୁକୁ ଗିରଫ କରିଥିଲା । ଗତ ବର୍ଷର ସେହି ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ବାପା ପଦ୍ମନାଭ ସୁଯୋଗ ଖୋଜୁଥିଲା । ଆଜି ସେହି ସୁଯୋଗ ମିଳିବା ପରେ ପ୍ରତିଶୋଧ ପରାୟଣ ହୋଇ ଝିଅ ଶାଶୁ ଘରେ ପ୍ରବେଶ କରିଥିଲା । ଘରେ କବିଚନ୍ଦ୍ର ସାହୁଙ୍କ ଅନୁପସ୍ଥିତିର ସୁଯୋଗ ନେଇ କନକ ସାହୁଙ୍କ ତଣ୍ଟିକାଟିଥିଲା । ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଜବତ କରିଛି । ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ପଦ୍ମନାଭ ଫେରାର ଅଛି । ସୂଚନାଯୋଗ୍ୟ ଯୌତୁକ ଜନିତ ନିର୍ଯାତନା ପରେ ଭାରତୀ ଶେଷର ଆତ୍ମହତ୍ୟା କରିଥିଲା । ବୋହୂଙ୍କ ମୃତ୍ୟୁ ଘଟଣାରେ ଶାଶୁଘର ଲୋକେ ଜେଲ ଯାଇଥିଲେ । ନିକଟରେ ଶାଶୁ ଜେଲ୍‌ରୁ ମୁକୁଳିଥିଲେ । ଜେଲରୁ ମୁକୁଳିବାର କିଛି ଦିନ ମଧ୍ୟରେ ସମୁଦି ଆସି ସମୁଦୁଣୀର ବେକ କାଟି ଦେଇ ଫେରାର ଥିବା ସୂଚନା ମିଳୁଛି |

 

ମତାମତ ଦିଅନ୍ତୁ

Please enter your comment!
Please enter your name here