You are here
Home > ଲାଟେଷ୍ଟ > ଡଙ୍ଗା ବୁଡ଼ି ଘଟଣା ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଡଙ୍ଗା ବୁଡ଼ି ଘଟଣା ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଚିକିଲା ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନିକ ତଦନ୍ତ ହେବ ବୋଲି ପରିବହନ ମନ୍ତ୍ରୀ ନୃସିଂହ ସାହୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ଥିଲା କି ନାହିଁ ଆଗକୁ ଏଭଳି କିପରି ଅଘଟଣ ନ ଘଟିବ ସେ ଦିଗରେ ମଧ୍ୟ ତଦନ୍ତ ଅଧିକାରୀ ପରାମର୍ଶ ଦେବେ । ପୋର୍ଟ ଆଣ୍ଡ ଇନ୍ଲାଣ୍ଡ ୱାର୍ଟର ଟ୍ରାନ୍ସପୋର୍ଟ ନିର୍ଦ୍ଦେଶକଙ୍କୁ ତଦନ୍ତ ପାଇଁ ପଠାଯାଇଛି । ସେ ତାଙ୍କର ପରାମର୍ଶ ଦେବେ । ତଦନ୍ତ ରିପୋର୍ଟ ମିଳିବା ପରେ ପରବର୍ତ୍ତି ପଦକ୍ଷେପ ନେବେ ବୋଲି ଶ୍ରୀ ସାହୁ କହିଛନ୍ତି ।
କାଳିଯାଈ ଦର୍ଶନରେ ୧୬ ଜଣ ପର୍ଯ୍ୟଟକ ଯାଇଥିଲେ । ପବନ ଯୋଗୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।

Loading...
ONA

Leave a Reply

Top