ଧର୍ମେନ୍ଦ୍ରଙ୍କ ଉପରେ ରାଗିଲେ ଦାମ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ରାଜ୍ୟରେ ଏବେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଚାଲିଛି ଏକପ୍ରକାର ଲବି । ବିଜେପି ଓ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଉଭୟ ଦଳରେ ନେତାଙ୍କ ଭିତରେ କନ୍ଦଳ ଦେଖାଦେଇଛି । ବିଜେପିରେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିବା ପରେ ତାଙ୍କ ଦଳର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ଏହାକୁ ଖଣ୍ଡନ କଲେ । ସେହିପରି କଂଗ୍ରେସରେ ନିରଂଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କିଛି ନେତା କହୁଥିଲା ବେଳେ ଆଉ କିଛି ବିରୋଧ କରୁଛନ୍ତି । ଏହି ଘଟଣା କ୍ରମରେ ଯେତେବେଳେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ପଚରାଯାଇଛି ଏଥିରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ନେଇ ହେଉଥିବା ଆଲୋଚନା ଉପରେ କଡ଼ା ଟିପ୍ପଣି ଦେଇଛନ୍ତି । ଧର୍ମେନ୍ଦ୍ର ଆଗେ ଓଡ଼ିଶାରୁ ଜିତନ୍ତୁ ତା ପରେ ମୁଖ୍ୟମନ୍ତ୍ରୀ କଥା ଉଠିବ ବୋଲି କହିଛନ୍ତି । ହେଲେ ସେ ଆଜିଯାଏଁ ମୁଖ୍ୟମନ୍ତ୍ରୀ ହେବା ପାଇଁ କେବେ ସ୍ୱପ୍ନ ଦେଖିନାହାଁନ୍ତି କି ତାଙ୍କର ଦେଖିବାର ନାହିଁ ବୋଲି ଡାକ୍ତର ରାଉତ କହିଛନ୍ତି । ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଧର୍ମେନ୍ଦ୍ରଙ୍କ ଉପରେ ଦାମଙ୍କ ରାଗ ଚର୍ଚ୍ଚାର ବିଷୟ ହୋଇଛି ।
ରାଜ୍ୟରେ ଏବେ ମୁଖ୍ୟମନ୍ତ୍ରୀ ଦୌଡ଼ ନେଇ ଚାଲିଥିବା ଆଲୋଚନା ପରିପ୍ରେକ୍ଷୀରେ ବିଜୁ ସମତାକ୍ରାନ୍ତି ଦଳର ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଓଡ଼ିଶା ଲୋକେ ନିଷ୍ପତ୍ତିନେବେ । ମୋର ବର୍ତମନା କାମ ହୋଇଛି ଓଡ଼ିଶା ଲୋକଙ୍କ ଆଗରେ ସବୁ କଥା କହିବା । ତାକୁ ଶୁଣିଲା ପରେ ଓଡ଼ିଶାରେ ଲୋକେ ଯଦି ଚାହିଁବେ ନିବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବେ । ମୁଁ ତ ତଥାଗତ ଶତପଥୀ ନୁହେଁ ଯେ, ଆଗରୁ କହିବି ୧୪୦ ହେବ ବୋଲି ।
ଧର୍ମେନ୍ଦ୍ରଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଦାମ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଆଗେ ଓଡ଼ିଶାରୁ ନିର୍ବାଚିତ ହୁଅନ୍ତୁ । ସେ ତ ଓଡ଼ିଶାରୁ ଭୋଟ ପାଇଲେ ନି ବୋଲି ବିହାରକୁ ଗଲେ ଓ ତାପରେ ମଧ୍ୟପ୍ରଦେଶକୁ ବି ଗଲେ । କାହିଁକି ଓଡ଼ିଶାକୁ ଆସୁନାହାଁନ୍ତି? ଓଡ଼ିଶାରୁ ଗୋଟେ ନିର୍ବାଚନମଣ୍ଡଳୀରୁ ଠିଆ ହୋଇ ଜିତନ୍ତୁ । ୨୦୧୯ ମସିହାରେ ଯେଉଁ ନିର୍ବାଚନ ହେବ ସେଠି କୋଉଠି ଗୋଟେ ବିଧାନସଭା ନିର୍ବାଚିତ ହୋଇ ଆସନ୍ତୁ ଆଉ ତାଙ୍କ ଦଳ ସଂଖ୍ୟା ଗରିଷ୍ଠତା ହେଉ ତା ପରେ ସେ ମୁଖ୍ୟମନ୍ତ୍ରୀ ହେବେ । ସେ ବାହାରେ ରହିକି ୧୨୦+ କଥା କହୁଛନ୍ତି । ଏକଥାର ଉତ୍ତର ଦେଉନାହାଁନ୍ତି ତାଙ୍କ ସଭାପତି ଅମିତ ଶାହଙ୍କ ପୁଅର ସମ୍ପତ୍ତି ଗୋଟିଏ ବର୍ଷରେ ୧୬ ହଜାର କୋଟି ହେଲା କେମିତି? ତାଙ୍କ ପୁଅ ସାଙ୍ଗରେ ଆମର ପ୍ରଭାକନଙ୍କ ପାର୍ଟର ଅଛି ନା ନାହିଁ ଖଣି ଖୋଳିବାରେ । ଧର୍ମେନ୍ଦ୍ର ପ୍ରଧାନ ସେ କଥା ସବୁ ଏକ୍ସପ୍ଲେନ କରୁନାହାଁନ୍ତି କାହିଁକି ବୋଲି ଦାମ ପ୍ରଶ୍ନ କରିଛନ୍ତି ।
ନିରଂଜନଙ୍କ କଥାରେ କହିଛନ୍ତି ଯେଉଁ ଦଳକୁ ଲୋକେ ଭୋଟ ଦେବେ ସେ ଦଳ ସଂଖ୍ୟାଗରିଷ୍ଠତା ହେଲେ ସିନା କିଏ ମୁଖ୍ୟମନ୍ତ୍ରୀ ହେବ । ଯଦି କଂଗ୍ରେସ ସଂଖ୍ୟା ଗରିଷ୍ଠ ହୁଏ ଓ ତାଙ୍କ ଦଳ ଯଦି ନରଂଜନ ପଟ୍ଟାନୟକଙ୍କୁ ନେତା ନ କରି ଆଉ କାହାକୁ କରନ୍ତି ମୁଁ କେମିତି କହିବି ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି । ତେଣୁ ସେଇଟା ଜନସାଧାରଣ ନିଷ୍ପତ୍ତି ନେବେ । କିଏ କଣ ଜାଣିଥିଲା ଦିନେ ଗରିଧାରୀ ଗମାଙ୍ଗ ମୁଖ୍ୟମନ୍ତ୍ରୀ ହେବେ ବୋଲି, ଆଉ କିଏ କଣ ଜାଣିଥିଲା ବିନାୟକ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ହେବେ ବୋଲି । ଏହି ଘଟଣାତ ସବୁ ଘଟିଛି । ୧୯୮୫ରୁ ୧୯୯୦ କଂଗ୍ରେସର ୧୦୮ ବିଧାୟକ ଥିଲେ । କିନ୍ତୁ ୧୯୯୦ ମସିହା ନିର୍ବାଚନରେ ଖାଲି ୧୦ରେ ରହିଲେ । ଆମେ ୧୨୩ ଆସିଥିଲୁ ୧୯୯୦ରେ । ୧୯୯୫ରେ ପୁଣି ୪୬କୁ ଖସିଆସିଲୁ । ତେଣୁ ଲୋକଙ୍କ ହାତରେ ସବୁ ନିର୍ଭର କରୁଛି । କିଏ କହିପାରିବନି କିଛି ।
ତାଙ୍କର ମୁଖ୍ୟମନ୍ତ୍ରୀ ହେବା କଥା ଉପରେ ଦାମ କହିଛନ୍ତି ମୁଁ କେବେ ଦିନରେ ଶୋଇକି ସ୍ୱପ୍ନ ଦେଖେନି । ଆଜି ଦେଖେନି କି କେବେବି ଦେଖେନି । ମୁଁ ୧୯୭୭ ମସିହାରୁ ମନ୍ତ୍ରୀ ହୋଇଛି । କେବେ କେଉଁ ମୁଖ୍ୟମନ୍ତ୍ରୀ କହିପାରିବ ମୁଁ ତା ପାଖରେ ଛିଡ଼ା ହୋଇକି କହିଛି ମୋତେ ମନ୍ତ୍ରୀ କରନ୍ତୁ ବୋଲି? ତେଣୁ ମୋର ନୀତି ଅଲଗା ଓ ମୋର କାର୍ଯ୍ୟ ଅଲଗା ବୋଲି ଦାମ ମତରଖିଛନ୍ତି ।

2 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here