ନିଜ ପାଇଁ ଗାତ ଖୋଳିଲେ ଦାମ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି । କିନ୍ତୁ ତାଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏଯାଏଁ ଧରାଛୁଆଁ ଦେଉନାହାଁନ୍ତି । ନୂଆ ଦଳରେ ରହିବେ କି ନାହିଁ ବୈଜୟନ୍ତ ସ୍ପଷ୍ଟ କରୁନାହାଁନ୍ତି । ଏଭଳି ସ୍ଥିତିରେ ଡାକ୍ତର ରାଉତଙ୍କର ବୈଜୟନ୍ତଙ୍କ ସମ୍ପର୍କରେ ଏକ ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଛି । ଏଥିରେ ସେ ବୈଜୟନ୍ତଙ୍କୁ ଅତି କଦର୍ଯ୍ୟ କରି ଆକ୍ଷେପ ମୂଳକ ମନ୍ତବ୍ୟ ଦେଇଛନ୍ତି । ତାଙ୍କର ଏହି ମତକୁ ବୈଜୟନ୍ତଙ୍କ ଭଳି ଟ୍ୱିଟ ମାଷ୍ଟର ଯେ, ସୋଶାଲ ମିଡ଼ିଆରେ ଦେଖି ନ ଥିବେ ତାହା କହିବା ଠିକ ନୁହେଁ । ଏଣୁ ଏ କ୍ଷେତ୍ରରେ ଆଉ ଯେ, ବୈଜୟନ୍ତ ଡାକ୍ତର ରାଉତଙ୍କ ସହ ରହିବେ ତାହା ଦେଖାଯାଉନାହିଁ । ଏଣୁ କୁହାଯାଉଛି ତୁଣ୍ଡରେ ଲଗାମ ନ ଦେବା ଫଳରେ ବିଜେଡିରୁ ବହିଷ୍କୃତ ହେବା ପରେ ନିଜେ ଯେଉଁ ଘର ଗଢ଼ିବାକୁ ଯାଉଛନ୍ତି ତାହା ମଧ୍ୟ ଭାଙ୍ଗିଯିବ ବୋଲି ଅନେକ ମତ ଦେଉଛନ୍ତି । ଯାହାକୁ ନେଇ ଦଳ ଗଢ଼ିବା ପାଇଁ ଆଶା ବାନ୍ଧିଛନ୍ତି ଓ ତାଙ୍କ ସହାୟତା ବିନା ଆଗେଇବା ସମ୍ଭବ ନୁହେଁ ବୋଲି କହୁଛନ୍ତି ପୁଣି ସେହି ବ୍ୟକ୍ତିଙ୍କ ବିରୋଧରେ ମତ ରଖୁଥିବାକୁ ପଛାଉ ନାହାଁନ୍ତି । ଏ କ୍ଷେତ୍ରରେ ବୈଜୟନ୍ତ କେତେଦୂର ଡାକ୍ତର ରାଉତଙ୍କ କଥାକୁ ହାଲୁକା ଭାବେ ନେଇ ମହାନତା ଦେଖାଇବେ ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ । ଘରେ ନ ପଶୁଣୁ ଚାଳ ବାଜିଲା ବୋଲି କଥା ହେବାକୁ ଯାଉଛି । ନୂଆ ଦଳ ଗଠନ ପୂର୍ବରୁ ଡାକ୍ତର ରାଉତଙ୍କ ତୁଣ୍ଡ ଖୋଲା ମତ ଶେଷରେ କାଳ ହେବ ବୋଲି ଆଲୋଚନା ହେଉଛି ।

ବୈଜୟନ୍ତ ବ୍ରାହ୍ମଣ ମୁଁ ଖଣ୍ଡାୟତ ବୋଲି ସିଧା ନବୀନକୁ ଆଟାକ୍ କରୁଛି : ଦାମ

#BIGEXPOSED #ବୈଜୟନ୍ତ ପଣ୍ଡାଙ୍କ ଗୁମର ଖୋଲିଲେ ଡାକ୍ତର ଦାମଦୋର ରାଉତ #ନବୀନଙ୍କ ଠାରୁ ଆହୁରି ୪୦୦ କୋଟି ଛାଡ ପାଇବ ବୋଲି ଆଶା ବାନ୍ଧିଛି ବୈଜୟନ୍ତ : ଦାମ#ବୈଜୟନ୍ତ ଅରୁଣ ସାହୁକୁ ଡରୁଛି : ଦାମ #ବୈଜୟନ୍ତକୁ ଲୋକ ଆଠଶହ କୋଟିର ହିସାବ ମାଗୁଛନ୍ତି ସେଥିପାଇଁ ଡରୁଛି : ଦାମ#ବୈଜୟନ୍ତ ବ୍ରାହ୍ମଣ ମୁଁ ଖଣ୍ଡାୟତ ବୋଲି ସିଧା ନବୀନକୁ ଆଟାକ୍ କରୁଛି : ଦାମ

Posted by NNS ODIA on Saturday, November 10, 2018

ଡାକ୍ତର ରାଉତ ଏକ ଭିଡ଼ିଓରେ କହୁଛନ୍ତି ବିଜେଡିକୁ ହରାଇବା ଦାୟିତ୍ୱ ମୋର । ମୁଁ ହରାଇବି । ମୁଁ ଭାବୁଥିଲି ଗୋଟେ ଦଳ କରିଦେଲେ ଭଲ ହୁଅନ୍ତା । ଦଳ କରିବାକୁ ମୋ ପାଖରେ ଲୋକ ନାହାଁନ୍ତି । ଲୋକନାହାଁନ୍ତି ମାନେ ମୋପାଖରେ ପଇସା ନାହିଁ । କିନ୍ତୁ ମୋ ପାଖରେ ପଇସା ସିନା ନାହିଁ ହେଲେ ପଇସା ଗଦା ହେବ ଆସି । ଯଦି ଥରେ ଦଳ ହେଇଗଲା ଆଉ ଦଳରେ ଗୋଟେ ପଇସାବାଲା ଲୋକ ପଛରେ ରହିଲେ ଦିଲ୍ଲୀପ ରାୟ ହୁଅନ୍ତୁ କି ବୈଜୟନ୍ତ ପଣ୍ଡାଙ୍କ ଭଳି ହୁଅନ୍ତୁ ଆଉ ଅସୁବିଧା ନାହିଁ । ସେ ପଇସା ନ ଦିଅନ୍ତୁ ସେଥିରେ କିଛି ଯାଏଆସେ ନାହିଁ । କିନ୍ତୁ ସାଧାରଣ ଲୋକଙ୍କ ପାଖରେ ଧାରଣା ହୁଅନ୍ତା ତାଙ୍କ ପାଖରେ ବହୁତ ପଇସା ଅଛି । ଆଂଚଳିକ ଦଳ ଭଳି ଯଦି ୪୦ଟା ସିଟ ନେଇ ଆସନ୍ତୁ ତାହାହେଲେ ସରକାର ଯେ କରନ୍ତା ଆମକୁ ନଛାଡ଼ି ରହିପାରନ୍ତା ନାହିଁ । ନା ବିଜେଡି ନା କଂଗ୍ରେସ ନ ବିଜେପି କେହି କରିପାରନ୍ତେନି । ଆମକୁ ପଚାରନ୍ତେ ।
ବୈଜୟନ୍ତଙ୍କ ସମ୍ପର୍କରେ ସେ ଆହୁରି କହିଛନ୍ତି, ବେପାରୀ ହେଲେ ଯାହା ହୁଏ ସେଇଆ । ପଇସା ଅଛି, ପଇସା ପଠାଇ ଦେଇ ଚା’ ଖଟି କରୁଛି । ତାର ତ ପଲିଟିକାଲ ଏଜେଣ୍ଡା କିଛି ନାହିଁ । ଆଗରୁ ଦି ଟା ଲୋକ ପଠାଇ ଦେଉଛି କହୁଛି, ମୁଁ ଅମୁକ ଯାଗାକୁ ଯିବି ଚା’ ଖଟିରେ ବସିବି । ସେମାନେ ଯାଇ ଲୋକଙ୍କ ସହ କଥାବାର୍ତା କରିକି ୧୦୦/୨୦୦ ଲୋକ ଯୋଗାଡ଼ କରୁଛନ୍ତି । ଏ ପହଂଚିବା ପରେ ଗୋଟେିଏ ଖୋଲା ଗାଡ଼ି କରି ଚା’ ଦୋକାନ ପାଖରେ ଓହ୍ଲାଇ ପଡୁଛନ୍ତି । ଚା’ ଦୋକାନ ପାଖରେ ନିଜେ ସମସ୍ତଙ୍କୁ ଚା’ ଦେଇ ଗପସପ କରି ଆସୁଛନ୍ତି । ଯେଉଁଥିରେ ପଲିଟିକାଲ ଭ୍ୟାଲୁ କିଛି ନାହିଁ । ଏବେ ତାଳଚେର ଯାଇଥିଲା । ବିଜେଡି ବାଲା କଣ କଲେ ୫୦/୬୦ ଟୋକାଙ୍କୁ ଚା’ ଖଟିକୁ ପଠାଇ ଦେଲେ । ସେଠି ବେଜିତ ହୋଇକି ଆସିଲା । ସେଇଟା ସେ ବୁଝୁନି । ସାମ୍ନା କରିବା ଲୋକଙ୍କୁ ନାଁ ।
ଡାକ୍ତର ରାଉତ ଆହୁରି କହିଛନ୍ତି, ନବୀନ ପଟ୍ଟନାୟକ ମୋଦିଙ୍କ ସହ କଣ୍ଡିସନ କରିଛନ୍ତି ମୁଁ ତୁମର ସବୁ କଥା ମାନିବି ମୋର ଗୋଟିଏ କଣ୍ଡିସନ ତମେ ବୈଜୟନ୍ତ ପଣ୍ଡାକୁ ନବନି । ଏକଥା ମୁଁ ବୈଜୟନ୍ତକୁ କହିଛି । ସେ ମଧ୍ୟ ଏକଥା ମାନିଲା । ତଥାପି ଅବସ୍ଥା ଏଇଆ । ସେ ଥରେ ୨୦୦ କୋଟି ଟଙ୍କା ରିବେର୍ଟ ନେଇଥିଲା । ସେହି ଢ଼ଙ୍ଗରେ ଆଉ ୪୦୦ କୋଟି ଟଙ୍କା ରିବେର୍ଟ ପାଇବା କଥା । ସେଇଟା ହୋଇନି ବୋଲି ସେ ନୁଙ୍ଗୁରୁପୁଙ୍ଗୁରୁ ହେଉଛି କାଳେ ଦେବେ । ଏକଥା କହିଲା ପରେ ସେ ବୁଝିଲା ପରେ ବି ଏମିତି ହେଉଛି । ଏଥରକ ଦିଲ୍ଲୀରେ ଗୋଟେ ପ୍ରେସ କନଫରେନ୍ସ କଲା । ଏଥର ନବୀନ ନାଁ ସେ ଧରିଛି । ଧରିଛି ଯେ, ସେ ମାଇଲ୍ଡ ଭାଷା । ମୋ ଭଳି କଡ଼ା ଭାଷା ନୁହେଁ । ଏଇଟା ହବାକଥା ବ୍ୟବସାୟୀଙ୍କର । ମୁଁ ଖଣ୍ଡୟତ ସେ ବ୍ରହ୍ମଣ । ଏଭଳି ମତ ଶୁଣିଲା ପରେ ବୈଜୟନ୍ତ ଆଉ ଡାକ୍ତର ରାଉତଙ୍କ ସହ ରହିବେ ତ ଏ ନେଇ ଉଠିଛି ପ୍ରଶ୍ନ ।

ମତାମତ ଦିଅନ୍ତୁ

Please enter your comment!
Please enter your name here