ନବୀନଙ୍କ ସମୀକ୍ଷା ବୈଠକରେ ଯୋଗ ନଦେବା ନେଇ ମୁହଁ ଖୋଲିଲେ ଦାମ: କହିଲେ  ମୋତେ ଡକାଯାଇନି,ପୁଅ କଣ ବିଧାୟକ ପତ୍ରିନିଧି ?

0
1

ଭୁବନେଶ୍ୱର  : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଜଗତସିଂହପୁର ଜିଲ୍ଲା ସମୀକ୍ଷା ବୈଠକୁ ଜିଲ୍ଲାର ସବୁ ବିଧାୟକ ଓ ନେତାଙ୍କୁ ଡକାଯାଇଥିଲା । ହେଲେ ଏହି ବୈଠକୁ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଡକାଯାଇ ନଥିଲା ବୋଲି କହିଛନ୍ତି ନିଜେ ବିଧାୟକ ଦାମଦୋର ରାଉତ । ତାଙ୍କୁ ବୈଠକ ସଂପର୍କରେ ଖବର ଦିଆଯାଇ ନଥିବା କହିଛନ୍ତି ଦାମ ବାବୁ । ଏଥି ସହିତ ନିଜ ପୁଅ ସମ୍ବତ ରାଉତ ବୈଠକରେ ଉପସ୍ଥିତ ହେବା ନେଇ ଦାମ ବାବୁ କହିଛନ୍ତି ପୁଅ ଜଣେ ରାଜ ନେତା ଦଳ ତାଙ୍କୁ ନୂଆ ଦାୟିତ୍ବ ଦେିଛି । ସେ ଜଣେ ରାଜ ନେତା କି ମୋ ପୁଅ ହୋଇ ପାରନ୍ତି ହେଲେ ସେ ବିଧାୟକଙ୍କ ବୈଠକ ପ୍ରତିନିଧି ହୋଇ ପାରିବେ ନାହିଁ । ତେବେ ବୈଠକୁ କାହିଁକି ତାଙ୍କୁ ଡକାଯାଇନି ସେ କଥା ସେ ଜାଣିନାହାନ୍ତି ବୋଲି କହିଛନ୍ତି । ଗତ କାଲି ନବୀନ ନିବାସରେ ଜଗତସିଂହପୁର ଜିଲ୍ଲାର ସମୀକ୍ଷା ବୈଠକ ହୋିଥିଲା । ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ସଂାଗଠନିକ ସ୍ଥିତି ନେଇ ସମୀକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲାର ବିଧାୟକ ପ୍ରଶାନ୍ତ ମୁଦୁଲି,ରାଜଶ୍ରୀ ମଲ୍ଲିକ ଓ ଯଓଜନା ବୋର୍ଡ ଉପାଧ୍ୟକ୍ଷ ଜିଲ୍ଲା ସଭାପତି ବିଷ୍ଣୁ ଦାସ  ଯୋଗ ଦେଇଥିଲେ । ଏହା ସହ ଦାମବାବୁଙ୍କ ପୁଅ ସମ୍ବିତ ରାଉତ ବୈଠକୁ ଆସିଥିବାବେଳେ ଦାମ ବାବୁ ବୈଠକରେ ଯୋଗ ଦେଇ ନଥିଲେ । ଯାହାକୁ ନେଇ ଚର୍ଚ୍ଚା ଚାଲିଥିଲା ।

LEAVE A REPLY

Please enter your comment!
Please enter your name here