ଭୟରେ ନବୀନ ପଶ୍ଚିମ ମୁହାଁ: ଦାମ

ଭୁବନେଶ୍ୱର: ଆଜି ନୟାଗଡରେ ଚାଲିଥିବା ବିଜୟ ସଂକଳ୍ପ ସମାବେଶରେ ବିଜେଡି ଉପରେ ଡା. ଦାମୋଦର ରାଉତ ବର୍ଷିଛନ୍ତି । ସେ ବିଜେପିରେ ମିଶିବା ପରେ ଏକ ପୁରୁଣା ପ୍ଲାଟଫର୍ମକୁ ଫେରିଥିବାର ଦେଖିବାକୁ ମିଲୁଛନ୍ତି । ବିଭିନ୍ନ ମାଧ୍ୟମରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାତ୍ସଲ୍ୟ କରୁଛନ୍ତି । ତେବେ ସେ ଆଜି ନୟାଗଡ ଜିଲ୍ଲାରେ ଉକତ ସମାବେଶରେ କହିଛନ୍ତି ଯେ, ଖଣ୍ଡପଡାରେ ବେଜେପି ବିପୁଳ ଭୋଟରେ ଜିତିବ, ବିଜେଡିର ସମାଧି ତିଆରି ହେବ । ହିଞ୍ଜିଳିରେ ବିଜେପି ପ୍ରାର୍ଥୀଙ୍କୁ ଡରି ନବୀନ ପଶ୍ଚିମ ଓଡିଶା ପାଇଁ ମନ ବଳାଇଛନ୍ତି । ନବୀନ ଯେଉଁଠି ପ୍ରଚାର କରିବେ, ପଛେପଛେ ଯାଇ ସେଠାରେ ପ୍ରଚାର କରିବି । ଭ୍ରଷ୍ଟାଚାର, ଦୁର୍ନିତୀ, କୁଶାସନ ଓ ବିଜେଡିର ବିଲୋପ ପାଇଁ ମୁଁ କାମ କରିବି ବୋଲି ଆଜି ସେ କଡା ଭାଷାରେ କହିଛନ୍ତି ।

ବିଷ୍ଣୁଙ୍କ ପ୍ରତିକ୍ରିୟାରେ କଡା ଜବାବ ଦେଲେ ଦାମ