You are here
Home > ବଡ଼ଖବର > ବିଜେଡି ପାଇଁ ଦାମ ବୋଝ, ସିଧା ନବୀନଙ୍କୁ କଲେ ଟାର୍ଗେଟ

ବିଜେଡି ପାଇଁ ଦାମ ବୋଝ, ସିଧା ନବୀନଙ୍କୁ କଲେ ଟାର୍ଗେଟ

ଭୁନନେଶ୍ୱର: ବିଜେଡି ପାଇଁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ‘ଭାରି ପଡ଼ିବା’କୁ ଯାଉଛନ୍ତି । ଦାମ ବିଭିନ୍ନ ସମୟରେ ଦଳ ବିରୋଧରେ ମତ ରଖି ଚାଲିଛନ୍ତି । ଦଳର ଜଣେ ବିଦ୍ରୋହୀ ନେତା ଭାବେ ସେ ବେଶ ପରିଚିତ । ପୂର୍ବରୁ ସେ ଦଳକୁ ଓ ଦଳୀୟ ନେତାମାନଙ୍କୁ ଟାର୍ଗେଟ କରୁଥିଲା ବେଳେ ଏବେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ସମଦୂରତା କଥା କହୁଛନ୍ତି ତାକୁ ଦାମ ସମାଲୋଚନା କରିଛନ୍ତି । ଏଥର ରାଜ୍ୟସଭା ଉପନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବା ଘଟଣାରେ ଦଳର ସଫେଇକୁ ସେ ଗ୍ରହଣ କରିପାରି ନାହାଁନ୍ତି । ଖୋଲାଖୋଲି ଭାବେ ସମଦୂରତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଦାମ ଯେଉଁ କଠୋର ମତ ନବୀନଙ୍କ ନୀତି ଉପରେ ରଖିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଦଳ ବିରୋଧରେ କହିବା ତାଙ୍କର କିଛି ନୂଆ କଥା ନୁହେଁ । କିନ୍ତୁ ଏଥର ସେ ଭିନ୍ନ ଢ଼ଙ୍ଗରେ ଦଳ ମୁଖିଆଙ୍କୁ ବୋମା ଫିଙ୍ଗିଛନ୍ତି ।
ରାଜ୍ୟସଭା ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପରେ ତାକୁ ନେଇ ବହୁ ରାଜନୀତିକ ବାଦବିବାଦ ଚାଲିଲା । ଏପରିକି ବିଜେପି ମଧ୍ୟ ବିଜେଡିର ଏହି ସମର୍ଥନକୁ ଭିନ୍ନ ଢ଼ଙ୍ଗରେ ନେଲା । ବିଜେଡି ମୁଖପାତ୍ରମାନେ ଏପରି କି ନିଜେ ସୁପ୍ରିମୋ ନବୀନ ପଟ୍ଟନାୟକ ସଫେଇ ଦେଇଥିଲେ । ସେମାନେ କହିଥିଲେ, ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେଇନାହିଁ । ବିଜେଡି କେବଳ ଜେଡିୟୁ ସାଂସଦଙ୍କୁ ସମର୍ଥନ ଦେଇଛି । ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ଯାଦବ ପ୍ରାର୍ଥୀ ହୋଇଥିଲେ । ତାଙ୍କୁ ସମର୍ଥନ କରିବା ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟେଲିଫୋନ କରି ଅନୁରୋଧ କରିଥିଲେ । ଏପରି କି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେଡି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ମଧ୍ୟ ନବୀନଙ୍କୁ ଫୋନ କରି ଅନୁରୋଧ କରିଥିଲେ । ଏହାକୁ ନେଇ ରାଜନୀତିକ ବାଦ ବିବାଦ ଦେଖାଦେଇଥିଲା । ବିଜେଡି କହିଥିଲା ବିଜେପି-କଂଗ୍ରେସଠାରୁ ସମଦୂରତା ନୀତି ବଜାୟ ରହିଛି । ଜେଡିୟୁକୁ ବିଜେଡି ସମର୍ଥନ ଦେଇଛି । ବିରୋଧୀ ଏକଥା ମାନୁ ନ ଥିଲା ବେଳେ ଏବେ ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମଧ୍ୟ ଦଳର ମୁଖିଆଙ୍କ ସଫେଇକୁ ଗ୍ରହଣ କରିପାରି ନାହାଁନ୍ତି । ସାକ୍ଷାତକାର ସମୟରେ ଦଳରେ ବର୍ତ୍ତମାନ ବିଜୁ ପଟ୍ଟନାୟକଙ୍କ ସେ ଆଦର୍ଶ ନାହିଁ ବୋଲି ସମ୍ପର୍କିତ ପ୍ରଶ୍ନକୁ ଭିତ୍ତିକରି ସେ ଅକ୍ଷେପ କରି କହିଛନ୍ତି ‘ବର୍ତ୍ତମାନ ଗୋଟେ ପରିସ୍ଥିତି ଆସିଛି ସ୍ଥିତି ବଜାୟୀ ରଖିବା ପାଇଁ ନୀତି ବଦଳାଇବା । ବର୍ତ୍ତମାନ ନରେନ୍ଦ୍ର ମୋଦିଙ୍କ ନିଅଣ୍ଟିଆ ସରକାରରେ ରାଜ୍ୟସଭାରେ ଉପଧ୍ୟକ୍ଷ ନିର୍ବାଚନରେ ଯେତେବେଳେ ଭୋଟ ଦେଲୁ ଆଉ ସମଦୂରତା ରହିଲା କେଉଁଠି’ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିରେ ସେ ଖୋଲାଖୋଲି ନବୀନଙ୍କ ନୀତି ପରିବର୍ତ୍ତନ କରୁଥିବା କଥାକୁ ସମାଲୋଚନା କରିଛନ୍ତି । ନବୀନ କିପରି ନିଜର ସ୍ଥିତି ବଞ୍ଚାଇ ରଖିବା ପାଇଁ ନୀତି ବଦଳାଉଛନ୍ତି ତାହା ସେ ଦର୍ଶାଇଛନ୍ତି ।
କେବଳ ଏତିକି ନୁହେଁ ଅନ୍ୟାନ୍ୟ ପ୍ରସଙ୍ଗରେ ବି ସେ ଦଳକୁ ବିବାଦ ଘେରକୁ ଟାଣିଛନ୍ତି । ପାରାଦୀପରେ ବ୍ଲାକରୋଜ ବୁଡ଼ିବା ଘଟଣାରେ ସିବିଆଇ ତଦନ୍ତ ନେଇ ବିଜେଡି ନେତାଙ୍କ ସମ୍ପୃକ୍ତି ସମ୍ପର୍କରେ ସେ କହିଛନ୍ତି ଗୋଟିଏ ଅଷ୍ଟମ, ନବମ ଶ୍ରେଣୀରେ ପଢ଼ୁଥିବା ପିଲାକୁ ଯଦି ବ୍ଲକରୋଜ ସମ୍ପର୍କରେ ଖବର ଆଣିବାକୁ କହିଥାନ୍ତେ ସେ ନେଇ ଆସିଥାନ୍ତା । ‘ଓଟିଭି’କୁ ସାକ୍ଷାତକାର ଦେବା ପାଇଁ ଯାଇ ଏସବୁ କଥା କହିଛନ୍ତି । କିନ୍ତୁ ବିଜେଡିର କୌଣସି ନେତା ଓଟିଭିକୁ ଯାଉ ନ ଥିଲା ବେଳେ ଡକ୍ଟର ରାଉତ ଯାଇ ସାକ୍ଷାତକାର ଦେବା ଘଟଣାକୁ ବହୁ ଗୁରୁତ୍ୱ ଦିଆଯାଉଛି । ସେ କହିଛନ୍ତି ଏହି ଟିଭିକୁ ନ ଯିବା ପାଇଁ ତାଙ୍କୁ କେହି ଦଳପକ୍ଷରୁ ମନା କରି ନାହାଁନ୍ତି । ଆଉ ତାତ୍ସଲ୍ୟ କରି କହିଛନ୍ତି ମୁଁ ବିଜେଡିରେ ଅଛି ବୋଲି ମୁଁ ତ ନିଜେ ଜାଣିପାରୁନାହିଁ । ମୁଁ କଣ ବିଜେଡିରେ ଅଛି ମୋତେ କିଏ କଣ କହିବ ବୋଲି ଦାମ କହିଛନ୍ତି । ଓଡ଼ିଶା ରାଜନୀତି ବିଷୟରେ ଦାମଙ୍କର ବହୁ ଅଭିଜ୍ଞତା ରହିଛି । ସେ ସମ୍ପର୍କରେ କହିଛନ୍ତି ମୁଁ ରାଜୀନତିରେ ବେଲାରସନ ଭଳି ଦେଖୁଛି । ଏବେ କିଛି କହୁନି । ଯେତେବେଳେ କହିବା କଥା କହିବି । ସବୁ କଥା ଖୋଲି କହିବି ବୋଲି ସେ କହିଛନ୍ତି ।

Loading...
ONA

Leave a Reply

Top