ଗୁମର ଖୋଲିଲେ ଦାମ, ପଢ଼ନ୍ତୁ କାହାର ଖୋଲିଲେ…

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ସାମ୍ବାଦିକମାନଙ୍କ ଆଗରେ କହୁକହୁ କହିଦେଲେ ନୂଆ ଦଳ ଗଠନ ନେଇ ବିଳମ୍ବର କାରଣ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଉ ତାଙ୍କୁ ଧରାଛୁଆଁ ଦେଉନାହାଁନ୍ତି । ଅନ୍ୟ ପଟରେ ଏଥିରେ ପୂର୍ବତନ ବିଧାୟକ ନବୀନ ନନ୍ଦ ବିଭିଷଣ ସାଜିଥିବା କଥା ସେ କହିଛନ୍ତି । ଏସବୁ ନେଇ ନୂଆ ଦଳ ଗଠନ ଏଯାଏଁ ରୂପରେଖ ନେଇ ପାରୁନାହିଁ । ଅକ୍ଟୋବର ମାସରେ ହେବାର କଥା । କିନ୍ତୁ ବିଳମ୍ବ ହେଉଛି ଆମ ଭିତରେ ଥିବା କିଛି ନେତାଙ୍କ କାର୍ଯ୍ୟଧାରାକୁ ନେଇ ।
ବିଜେଡିରୁ ବହିଷ୍କୃତ ହେବା ପରେ ଡାକ୍ତର ରାଉତଙ୍କୁ ବିରୋଧୀ ସମର୍ଥନ ଜୋରଦାର ମିଳିଲା । ବୈଜୟନ୍ତଙ୍କଠୁ ଆରମ୍ଭ କରି ବ୍ରଜକିଶୋର ତ୍ରିପାଠୀ ଓ ଅନ୍ୟମାନେ ବିଶେଷ କରି ଯେଉଁମାନେ ବିଜୁ ଅନୁଗତ ବିଜେଡିରୁ ବାଦ ପଡ଼ିଛନ୍ତି ସେମାନେ ସହଯୋଗର ହାତ ବଢ଼ାଇଥିଲେ । ଏକ ନୂତନ ରାଜନୈତିକ ପରିକଳ୍ପନା ନେଇ ଆଶା ସଂଚାର ହୋଇଥିଲା । ଏହାକୁ ଭିତିକରି ସେମାନେ ଦଳ ଗଢ଼ିବା ପାଇଁ ଯୋଜନା କରିଥିଲେ । ଯାହାକୁ ନେଇ ଡାକ୍ତର ରାଉତ ଅକ୍ଟୋବର ପ୍ରଥମ ସପ୍ତାରେ ଗଣମାଧ୍ୟମରେ ଖୁଲାସା କରିଥିଲେ ଯେ, ସେ ନୂଆଦଳ ଗଠନ କରିବାକୁ ଯାଉଛନ୍ତି । ଅକ୍ଟୋବର ମାସ ମଧ୍ୟରେ ଏହା ରୂପରେଖ ନେବ । କିନ୍ତୁ ତାହା ହୋଇପାରିଲା ନାହିଁ । ଏବେ ଗତକାଲି କହିଛନ୍ତି ଏହି ମାସ ସୁଦ୍ଧା ହେବ । କିନ୍ତୁ ଏ ସମ୍ପର୍କରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସେ କେତେକେ ଭିତିରି କଥା କହୁ କହୁ କହିଦେଲେ । ବୈଜୟନ୍ତ ତାଙ୍କୁ ଆଉ ଆଗଭଳି ଧରାଛୁଆଁ ଦେଉନାହାଁନ୍ତି । ସେ ଏବେ ଅନ୍ୟ କାହା କଥାରେ ପଡ଼ି ପରିଚାଳିତ ହେଉଛନ୍ତି । ତାଙ୍କ କହିବା କଥା ବୈଜୟନ୍ତଙ୍କୁ ନବୀନ ନନ୍ଦ ପଥଭ୍ରଷ୍ଟ କରିବାକୁ ଚାହୁଁଛନ୍ତି । ସେ ଭିତରେ ବିଜେଡି ସହ ଅଛନ୍ତି ଓ ଉପରକୁ ବିରୋଧୀ ମନୋଭାବ ଦେଖାଉଛନ୍ତି । ଏକଥାକୁ ବୈଜୟନ୍ତ ବୁଝିପାରୁ ନାହାଁନ୍ତି । ବାରିପଦା ସଭାରେ ବୈଜୟନ୍ତ ଯୋଗ ନ ଦେବା ପଛରେ ନବୀନ ନନ୍ଦ ହେଉଛନ୍ତି ମୁଖ୍ୟ ଖଳନାୟକ । ବୈଜୟନ୍ତଙ୍କୁ ସେ ଫୋନ କରି ନ ଆସିବା ପାଇଁ କହି ବାଲେଶ୍ୱର ପାଖରୁ ଫେରାଇ ଦେଇଥିଲେ । ବୈଜୟନ୍ତ ଆସିଲେ ତାଙ୍କୁ ଏଠି ବିରୋଧ କରିବେ ଓ ତାଙ୍କୁ ନାନା ପ୍ରଶ୍ନ ପଚାରିବେ । ଏପରିକି ତାଙ୍କ ଉପରକୁ ଅଣ୍ଡାମାଡ଼ ମଧ୍ୟ କରିପାରନ୍ତି । ବିଜେଡି ବିଧାୟକ ଅରୁଣ ସାହୁ ଆସି ବାରିପଦାରେ ବସି ରହିଛନ୍ତି । ତାଙ୍କ ଲୋକମାନେ ଗଣ୍ଡଗୋଳ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଏଭଳି ଖବର ବାରିପଦାରେ ପହଂଚିବା ପୂର୍ବରୁ ବାଟରେ ପାଇବା ପରେ ବୈଜୟନ୍ତ ଆଉ ଗଲେ ନାହିଁ ବୋଲି ଡାକ୍ତର ରାଉତଙ୍କ ସୂଚନା । କିନ୍ତୁ ବୈଜୟନ୍ତ ଏହି ସଭାରେ ଯୋଗଦେବା ପାଇଁ ତାଙ୍କର ହେଲିକପ୍ଟର ନ ଥିବାରୁ ପୂର୍ବଦିନ ଯାଇ ବାଲେଶ୍ୱରରେ ରହିଥିଲେ । ବାଲେଶ୍ୱରରୁ ବାରିପଦା ଯିବାବେଳେ ତାଙ୍କୁ ନ ଆସିବା ପାଇଁ ନବୀନ ନନ୍ଦ କହିଥିଲେ ।
ଏହି କଥାକୁ କେନ୍ଦ୍ରକରି ନବୀନ ନନ୍ଦଙ୍କୁ ଡାକ୍ତର ରାଉଥ ସନ୍ଦେହ କରୁଛନ୍ତି । ସେ ବିରୋଧୀ ମେଂଟକୁ ସହଯୋଗ କରୁଛନ୍ତି ନାଁ ପରୋକ୍ଷରେ ବିଜେଡି ପାଇଁ କାମ କରୁଛନ୍ତି । ତାହା ହେଉଛି ବଡ଼ ପ୍ରଶ୍ନ । କାରଣ ବିରୋଧୀ ମେଂଟ ଯେପର୍ଯ୍ୟନ୍ତ ଏକାଠି ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ବିଜେଡିର ଫାଇଦା ହେବ । ଏଣୁ ବିଜେଡିକୁ ଫାଇଦା ଦେଲା ଭଳି ସେ କାମ କରୁଥିôବାରୁ ଏଥିନେଇ ଡାକ୍ତର ରାଉତ ତାଙ୍କୁ ଭିତରେ ବିଜେଡି ସହ ସମ୍ପର୍କ ରଖିଥିବା କଥା କହୁଛନ୍ତି । ବୈଜୟନ୍ତ ଅନ୍ୟଦ୍ୱାରା ପରିଚାଳିତ ହେଉଛନ୍ତି । ସେଥିôପାଇଁ ସେମାନେ ଆଗରୁ ଦଳ ଗଠନ ନେଇ ଯୋଜନା କରିଥିଲା ବେଳେ ଏବେ ଯେତେବେଳେ ଏ ଦିଗରେ କାମ କରିବା ଜରୁରୀ ହୋଇପଡ଼ିଛି ସେହି ସମୟରେ ବୈଜୟନ୍ତ ଆଉ ଧରାଛୁଆଁ ଦେଉନାହାଁନ୍ତି । ସେମାନଙ୍କର କୁଆଡ଼େ କଥା ହୋଇଥିଲା ଦଳର ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ପଂଚାନନ କାକୁନଗୋ ଓ ଯଜେ୍ଞଶ୍ୱର ବାବୁଙ୍କୁ ଦାୟିତ୍ୱ ଦିଆଯିବ । ସେ ଦୁଇ ଜଣ ଦିଲ୍ଲୀରେ ବସି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ସମ୍ବିଧାନ ପ୍ରସ୍ତୁତ କରିବେ । ନିର୍ବାଚନ କମିଶନଙ୍କ ଅନୁମୋଦନ ପରେ ନୂଆ ଦଳର ନାଁ ଘୋଷଣା କରାଯିବ । କିନ୍ତୁ ବୈଜୟନ୍ତ ଆଉ ଆଗଭଳି ଆଗ୍ରହ ଦେଖାଉ ନ ଥିବା କଥା ଡାକ୍ତର ରାଉତ କହୁଛନ୍ତି ।
ହେଲେ ନୂଆଦଳ ଗଠନ ସେମାନେ କରିବେ । ବୈଜୟନ୍ତ ଆସିଲେ ଆସନ୍ୁତ ନ ଆଦିଲେ ନାହିଁ । ଡାକ୍ତର ରାଉତ ଏଭଳି ସୂଚନା ଦେଲେ ଯେ, ବୈଜୟନ୍ତ ନ ଆସିଲେ ବି ସେମାନଙ୍କର କିଛି ଯାଏଆସେ ନାହିଁ । ଆସିଲେ ଭଲ ନ ଆସିଲେ ନାହିଁ । ବୈଜୟନ୍ତଙ୍କ ଉପରେ ତାଙ୍କର ପୂର୍ବରୁ ଯେଉଁ ଭରସା ଓ ଆଶା ଥିଲା ତାହା କ୍ରମେ ତୁଟିବାରେ ଲାଗିଛି । ଗତ ମାସରେ ଯେତେବେଳେ ଡାକ୍ତର ରାଉତ ନୂଆଦଳ ଗଠନ ନେଇ ଘୋଷଣା କଲେ ସେ ସମୟରେ ବୈଜୟନ୍ତ ପଣ୍ଡା ତାଙ୍କ ସହ ଥିବା କହିଥିଲେ । ଏ ଖବର ଗଣମାଧ୍ୟମରେ ଆସିବାକ୍ଷଣି ବୈଜୟନ୍ତ ଟ୍ୱିଟ କରି ଖଣ୍ଡନ କରିଥିଲେ । କେବଳ ଖଣ୍ଡନ କରିଥିଲେ ତାହା ନୁହେଁ ଡାକ୍ତର ରାଉତଙ୍କୁ ଅପମାନିତ କଲାଭଳି ମତ ମଧ୍ୟ ରଖିଥିଲେ । ସେ ଏପର୍ଯ୍ୟନ୍ତ କୌଣସି ଦଳ ଗଠନ କରିବା ବା ମିସିବା ନେଇ ଚିନ୍ତା କରି ନାହାଁନ୍ତି । ଏ ବିଷୟରେ ତାଙ୍କର ଯେତେବେଳେ କହିବାର ଥିବ ନିଜେ କହିବେ କାହା ଦ୍ୱାରା କୁହାଇବେ ନାହିଁ । ତାଙ୍କ କହିବା ଲାଗି ସେ କାହାରିକୁ ଅଧିକାର ଦେଇନାହାଁନ୍ତି । ବୈଜୟନ୍ତଙ୍କ ଏଭଳି ମତ ଆସିବା ପରେ ସ୍ୱଭାବିକ ଭାବେ ଡାକ୍ତର ରାଉତଙ୍କ ପାଇଁ ଅପମାନଜନକ ପରିସ୍ଥିତି ସୃଷ୍ଟି କରିଥିଲା । ହେଲେ ବୈଜୟନ୍ତଙ୍କୁ ଛାଡ଼ି ନୂଆ ଦଳ ପରିକଳ୍ପନା ଫଳପ୍ରଦ ହେବା ଭଳି ଲାଗୁନାହିଁ । ଏଣୁ ଡାକ୍ତର ରାଉତ ମଧ୍ୟ ବୈଜୟନ୍ତଙ୍କୁ ଉପରୁ ସମ୍ପୂର୍ଣ୍ଣ ଭାବେ ଭରଷା ଛାଡ଼ି ନାହାଁନ୍ତି ବୋଲି କୁହାଯାଉଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here