ବିଜେପିରେ ଯୋଗଦେଲେ ଦାମ

ଭୁବନେଶ୍ୱର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ବିଜେପିରେ ବିଧି ବଦ୍ଧ ଭାବେ ଯୋଗଦେଇଛନ୍ତି | ବିଜେପିର ଦିଲ୍ଲୀସ୍ତିତ ମୁଖ୍ୟାଳୟରେ ଏହି ମିଶ୍ରଣ କାର୍ଯ୍ୟକ୍ରମ ହୋଇଛି | ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କନକ ବର୍ଦ୍ଧନ ସିଂହଦେଓ, ବୈଜୟନ୍ତ ପଣ୍ଡା ଓ ଅନ୍ୟ ଦଳୀୟ ନେତାମାନଙ୍କ ଉପସ୍ଥିରେ ସେ ପାରାଦୀପ ଲୁଣି ଅଂଚଳରେ ପଦ୍ମ ଫୁଟାଇବାକୁ ପଦ୍ମ ଧରିଛନ୍ତି | ବିଜେପିରେ ମିଶିବା ପାଇଁ ସେ ଆଜି ମଧ୍ୟ ଦିଲ୍ଲୀ ଯାଇଥିଲେ | ପୂର୍ବରୁ ସେ କହିଥିଲେ ବିଜେପି ନେତାମାନଙ୍କ ସହ ତାଙ୍କର ଆଲୋଚନା ହୋଇଛି | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଆଲୋଚନାହୋଇଛି ବୋଲି ସେ କହିଥିଲେ | ବିଜେପି ନିକଟରେ ସେ କିଛି ସର୍ତ୍ତ ରକଇଛନ୍ତି | ଏହା ଉପରେ ଉତ୍ତର ମିଳିଲା ପରେ ମୁ ନିଷ୍ପତ୍ତି ନେବି | ଏଥିପାଇଁ ମୁ ୩/୪ ଦିନ ଅପେକ୍ଷା କରିଛି | ଏପରିକି ମିଶିବା ପୂର୍ବରୁ ସେ ଶାହଙ୍କ ସହିତ ଆଲୋଚନା କରିବାକୁ ଚାହୁଁଥିଲେ | ବୁଧବାର ସେ କହିଥିଲେ କେଉଁ ଦଳରେ ମିଶିବେ ୨ ଦିନ ଭିତରେ ଜଣାଇବେ | ଉଭୟ ବିଜେପି ଓ କଂଗ୍ରେସରୁ ତାଙ୍କୁ ମିଶିବାପାଇଁ ପ୍ରସ୍ତାବ ଆସିଛି ବୋଲି ସେ କହିଥିଲେ |

ବିଜେପି ମୋ ପ୍ରସ୍ତାବରେ ରାଜି ହେଲେ ମିଶିବି: ଦାମ