ବଢିଲା ଡାଲିର ଦର, ଖାଉଟି ହନ୍ତସନ୍ତ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ରାଜ୍ୟରେ ବେଶ୍ କିଛି ଦିନ ହେବ ଡାଲିଜାତୀୟ ସାମଗ୍ରୀର ମୂଲ୍ୟ ଖାଉଟିଙ୍କୁ ସୁହାଇଲା ଭଳିଥିଲା । ମାତ୍ର ଗତ ଦୁଇ ଦିନ ହେବ ଡାଲି ଦରବୃଦ୍ଧି ଘଟିଛି । ପାଇକାରୀ ଦର କିଲୋ ପିଛା ୧୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଖୁଚୁରା ବଜାର ଦର କିଲୋ ପିଛା ୧୫ଟଙ୍କା ବୃଦ୍ଧି ପାଇଛି । ଅମଳ ଓ ଆମଦାନୀରେ କୌଣସି ପ୍ରଭାବ ପଡ଼ି ନ ଥିବା ବେଳେ ହଠାତ୍ ଡାଲି ଦରବୃଦ୍ଧି ଖାଉଟିମାନଙ୍କ ଚିନ୍ତା ବଢ଼ାଇ ଦେଇଛି ବୋଲି ସୂଚନା ମିଳିଛି । ସମ୍ପ୍ରତି ବଜାରରେ ପରିବା ଦର ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ଡାଲି ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ଖାଉଟିମାନେ ଦେଶରେ ଚାଲିଥିବା ନିର୍ବାଚନ ପାଇଁ ଏଭଳି ଘଟିଥିବା ନେଇ ଚର୍ଚ୍ଚା କରୁଥିବା ବେଳେ ପ୍ରକୃତରେ ଡାଲି ଜାତୀୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି । ବଜାରରୁ ଉପଲବ୍ଧ ତଥ୍ୟ ମୁତାବକ, ୨ ଦିନ ପୂର୍ବେ ମାନ ଅନୁସାରେ ହରଡ଼ ଡାଲିର ପାଇକାରୀ ଦର କିଲୋ ପିଛା ୫୨ ଟଙ୍କାରୁ ୬୦ ଟଙ୍କା ଥିଲା । ତେଣୁ ଖୁଚୁରା ବଜାରରେ ଭଲ ମାନର ହରଡ଼ ଡାଲି ୬୫ରୁ ୬୮ ଟଙ୍କା ମଧ୍ୟରେ ମିଳୁଥିଲା । କିନ୍ତୁ ଗତକାଲିଠାରୁ ଏହି ଡାଲିର ପାଇକାରୀ ଦର ମାନ ଅନୁସାରେ ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି । ତେଣୁ ସ୍ବାଭାବିକ ଭାବେ ଖୁଚୁରା ବଜାରରେ ହରଡ଼ ଡାଲି କିଲୋ ପିଛା ୭୫ ଟଙ୍କାକୁ ଟପି ଯାଇଛି । ସେହିଭଳି ମୁଗ ଡାଲି ଦର ଥିଲା ୫୮ ଟଙ୍କାରୁ ୬୫ ଟଙ୍କା । ମାତ୍ର ଦରବୃଦ୍ଧି ପରେ ଏବେ ୬୨ ଟଙ୍କାରୁ ୭୨ ଟଙ୍କାରେ ପହଞ୍ଚିଛି । ତେଣୁ ଖୁଚୁରା ବଜାରରେ ମୁଗ ଡାଲି କିଲୋ ପିଛା ୮୦ ଟଙ୍କାକୁ ଟପି ଯାଇଛି । ଫଳରେ କାର୍ତିକ ମାସରେ ହବିଷ୍ୟାଳିଙ୍କ ଠାରୁ ସାଧାରଣ ଲୋକମାନଙ୍କ ଉପରେ ଏହା ବେଶ୍ ପ୍ରଭାବ ପକାଇଛି ବୋଲି ସୂଚନା ମିଳିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here