ଆମ୍ବୁଲାନ୍ସରେ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥ ଖଣ୍ଡଗିରିବାରିରେ ଏକ ଆମ୍ବୁଲାନ୍ସ ଭିତରେ ଜଣେ ମହିଳାଙ୍କ ମୃତଦେହ ଥିବା ଦେଖିମିଳିଥିଲା । ମୃତଦେହଟି ଖଣ୍ଡଗିରିବାରିରେ ଭଡ଼ାରେ ରହୁଥିବା ବିଜୟଲକ୍ଷ୍ମୀ ଗୋଚ୍ଛାୟତଙ୍କର ବୋଲି ଜଣାପଡ଼ିଛି । କିଛି ବସ୍ତି ଲୋକ ବିଜୟଲକ୍ଷ୍ମୀଙ୍କୁ ମାରିଦିଆଯାଇଥିବା କହି ସେଠାରେ ପାଟିତୁଣ୍ଡ କରିଥିଲେ । କିନ୍ତୁ ଆମ୍ବୁଲାନ୍ସର ଡ୍ରାଇଭର ଏହା ଆତ୍ମହତ୍ୟା କରିଛନ୍ତି ବୋଲି କହିଥିଲେ । କିନ୍ତୁ ବସ୍ତିବାସିନ୍ଦା ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଯାଉଥିବା କହି ଶତାଧିକ ବସ୍ତିବାସିନ୍ଦା ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା । ପରେ ପୁଲିସ ଖଣ୍ଡାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିଥିଲେ ଏବଂ ସନ୍ଦେହରେ ଜଣକୁ ଥାନାରେ ଅଟକ କରି ପଚରାଉଚୁରା କରୁଛି ।
ଘଟଣାରୁ ପ୍ରକାଶ ଯେ, ବିଜୟଲକ୍ଷ୍ମୀ ବିବାହିତ ଏବଂ ତାଙ୍କର ଗୋଟିଏ ୩ ବର୍ଷର ସନ୍ତାନ ଅଛି । ବିଜୟଲକ୍ଷ୍ମୀଙ୍କ ଘର ପୁରୀ ଜିଲ୍ଲା ଗୋପ ଅଂଚଳରେ । ତାଙ୍କ ବାପା ଫାୟାରଷ୍ଟେସନ ନିକଟ ବସ୍ତିରେ ରୁହନ୍ତି । ବିଜୟଲକ୍ଷ୍ମୀ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ ଏବଂ ତାଙ୍କର ସନ୍ତାନଟିକୁ ତାଙ୍କ ବାପା-ମାଙ୍କ ପାଖରେ ଛାଡ଼ି ନିଜେ ଖଣ୍ଡଗିରିବାରିରେ ଭଡ଼ାରେ ରହୁଥିଲେ । ବିଜୟଲକ୍ଷ୍ମୀ କେୟାରଟେକର ଭାବେ କାର୍ଯ୍ୟ କରି ଚଳୁଥିଲେ କିନ୍ତୁ ହଠାତ ଗତକାଲି ତାଙ୍କ ବାପାଙ୍କ ପାଖକୁ କେହି ଜଣେ ଫୋଲ କରି କହିଲେ ଯେ, ତୁମ ଝିଅ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତାକୁ ଆମେ ଖଣ୍ଡଗିରି ଥାନାକୁ ନେଉଛୁ ତୁମେ ଆସି ପହଂଚ ।
ଏପଟେ ଆମ୍ବୁଲାନ୍ସରେ ବିଜୟଲକ୍ଷ୍ମୀଙ୍କ ମୃତଦେହ ଥିବା ବେଳେ ଡ୍ରାଇଭର ଓ ସହଯୋଗୀ ଜୟଦେବବାଟିକା ନିକିଟରେ ଆମ୍ବୁଲାନ୍ସକୁ ରଖି ଠିଆ ହୋଇଥିଲେ । ବସ୍ତିର ଲୋକମାନେ ଆମ୍ବୁଲାନ୍ସ ଚାଳକକୁ ପଚରାଉଚୁରା କରି ସଠିକ ଉତ୍ତର ନ ପାଇବାରୁ ସେଠାରେ ପାଟିତୁଣ୍ଡ କରି ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବିଜୟଲକ୍ଷ୍ମୀଙ୍କର ବାପା-ମା ଆସି ପହଂଚି ମୃତଦେହକୁ ଚିହ୍ନିଥିଲେ । ତାଙ୍କର କହ ିବା କଥା ହେଲା ଡାକ୍ତର ଯଦି ମୃତ ଘୋଷଣା କଲେ ତେବେ ପୁଲିସକୁ କାହିଁକି ଖବର ଦେଲେନାହିଁ । ଏହା ଏକ ଯୋଜନା ବଦ୍ଧ ହତ୍ୟା ବୋଲି ବିଜୟଲକ୍ଷ୍ମୀଙ୍କ ବାପା କହିଛନ୍ତି । ତେବେ ବିଜୟଲକ୍ଷ୍ମୀଙ୍କୁ ଘରକୁ ବାରମ୍ବାର କିଏ ଆସୁଥିଲା କେଉଁ ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲା ତାହା ତଦନ୍ତ ହେଲେ ଜଣାପଡ଼ିବ ବୋଲି ଲୋକମାନେ କହିଛନ୍ତି ।

ଘାତକ ସାଜିଛି ମୋମେ: ନେଲା ଆଉ ଏକ ଜୀବନ