ସିଆରଏମର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ, ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷଦା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ନୂଆ ଦିଲ୍ଲୀ ଠାରେ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡର ବିଭିନ୍ନ ଡିଜିଟାଲ ଗ୍ରାହକ ଇନିସିଏଟିଭ ଗୁଡିକର ଶୁଭାରମ୍ଭ କରିଛନ୍ତି । ଏଗୁଡିକ ମଧ୍ୟରେ ସିଏନଜି କ୍ୟୁ ମ୍ୟାନେଜମେଂଟ ସିଷ୍ଟମ (କ୍ୟୁଏମଏସ) ଏଣ୍ଡ ସୋସିଆଲ ସିଆରଏମ ସାମିଲ ରହିଛି । ଏହା ଦ୍ୱାରା ଗ୍ରାହକ ମାନେ ଲାଭାନ୍ୱିତ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ପ୍ରଦୂଷଣ ସ୍ତରକୁ କମ କରିବା ପାଇଁ ପ୍ରତିବଦ୍ଧ । ଗ୍ରୀନ କରିଡରର ଖୁବ ଶୀଘ୍ର ଶୁଭାରମ୍ଭ କରା ଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଟାଇପ-୪ ସିଲିଣ୍ଡର ବିଶିଷ୍ଟ ସିଏନଜି ବସ ଆଗାମୀ ଫେବୃଆରୀ ସୁଦ୍ଧା ଦିଲ୍ଲୀ – ଚଣ୍ଡିଗଡ, ଦିଲ୍ଲୀ- ଆଗ୍ରା, ଦିଲ୍ଲୀ – ହରିଦ୍ୱାର ଓ ଦିଲ୍ଲୀ- ଜୟପୁର ମାର୍ଗରେ ଚାଲିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡକୁ ଅଭିନନ୍ଦନ ଜଣାଇଛନ୍ତି । ଏହି କମ୍ପାନୀ ସ୍ଥାପନା ଦିନରୁ ୨୦୧୪ ମସିହା ଯାଏ ୪.୫ ଲକ୍ଷ ପିଏନଜି ସଂଯୋଗ ଥିଲା । ମାତ୍ର ତା ପରେ ଏଥିରେ ତ୍ୱରିତ ଗତିରେ କନେକ୍ସନ ବୃଦ୍ଧି ଘଟିଛି । ଗତ ସାଢେ ଚାରି ବର୍ଷରେ ୧୦ ଲକ୍ଷ କନେକ୍ସନ ପ୍ରଦାନ କରା ଯାଇ ପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବର୍ତମାନ ଦେଶରେ ମୋଟ ୧୫ ଶହ ସିଏନଜି ଷ୍ଟେସନ ରହିଥିବା ବେଳେ କେବଳ ଦିଲ୍ଲୀରେ ୪୫୦ ସିଏନଜି ଷ୍ଟେସନ ରହିଛି । ଆଗାମୀ ୪-୫ ବର୍ଷ ମଧ୍ୟରେ ଏହି ସଂଖ୍ୟା ୧୦ ହଜାରରେ ପହଂଚିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here