ବିଧାନସଭାରେ ପ୍ରକାଶ ପାଇଲା ଶ୍ୱେତପତ୍ର: ୨୦୧୭ରେ ବଢିଛି ଅପରାଧ

ଭୁବନେଶ୍ୱର: ବଢିଛି ଅପରାଧ ସଂଖ୍ୟା । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ତଥା ଅପରାଧ ସ୍ଥିତି ନେଇ ସରକାର ବିଧାନସଭାରେ ଉପସ୍ଥାପନା କରିଛନ୍ତି ୨୦୧୭ ମସିହାର ଶ୍ୱେତପତ୍ର । ସର୍ବମୋଟ ୧ ଲକ୍ଷ ୩ ହଜାର ୮୬୬ଟି ଜଘନ୍ୟ ଅପରାଧ ଘଟିଯାଇଛି ରାଜ୍ୟରେ । ୮୭,୨୮୭ ମାମଲା ଭାରତୀୟ ପିଙ୍ଗଳ କୋର୍ଟର ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିବାର ଶ୍ୱେତପତ୍ରରୁ ଜଣାପଡ଼ିଛି । ତେବେ ସେଥିମଧ୍ୟରୁ ୭୦.୪୫ ମାମଲାରେ ଚାର୍ଜସିଟ ତଥା ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ସେହିପରି ୧୨୭୬ ଟି ନରହତ୍ୟା, ୫୪୩ଟି ଡ଼କାୟତି ତଥା ୨,୨୨୧ଟି ଧର୍ଷଣ ଘଟିଛି ଏବଂ ୧୬ଥର ସାମ୍ପ୍ରଦାୟିକ ବିଦ୍ୱେଷ ହୋଇଛି ।

ଡ଼କାୟତି ମାମଲା ହ୍ରାସ ପାଇଥିଲେ ମଧ୍ୟ ଗତଥର ତୁଳନାରେ ଧର୍ଷଣ ଓ ନରହତ୍ୟା ପରି ଅପରାଧର ବୃଦ୍ଧି ଘଟିଥିବା ଏହି ଶ୍ୱେତପତ୍ରରୁ ଜଣାପଡ଼ିଛି । ୨୦୪୮ଟି ଲୁଣ୍ଠନ ମାମଲାରେ ୯୧୭ଟି ମାମଲାର ଚାର୍ଜସିଟ ଓ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ସବୁଠାରୁ ଉଦବେଗଜନକ ହେଲା, ୨,୨୨୧ ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇ ୧,୪୦୧ ଟି ମାମଲାର ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ସେହିପରି ୧୭ଥର ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here